ଲଗାତର ତୃତୀୟ ଦିନ ହ୍ରାସ ହେଲା ସୁନା ଦର, ଜାଣନ୍ତୁ ସୁନା-ରୂପାର ନୂଆ ରେଟ୍

ନୁଆଦିଲ୍ଲୀ ୧୩/୧: ସୁନା-ରୂପା କିଣିବା ପାଇଁ ଇଛୁକ ଥିବା ଲୋକଙ୍କ ପାଇଁ ଖୁସି ଖବର । ଲଗାତର ତୃତୀୟ ଦିନ ଘରୋଇ ବଜାରରେ ସୁନା ଦାମ୍ ହ୍ରାସ ପାଇଛି । ସୋମବାର ୧୦ ଗ୍ରାମ ସୁନା ଦାମ୍ ୨୩୬ ଟଙ୍କା ହ୍ରାସ ପାଇଛି । ସୁନା ଭଳି ରୂପା ଦାମ୍ ମଧ୍ୟ ତଳକୁ ଖସିଛି । ଏକ କିଲୋଗ୍ରାମ ରୂପା ଦାମ୍ ୩୭୬ ଟଙ୍କା ହ୍ରାସ ପାଇଛି ।

ସୁନାର ନୂଆ ଦାମ୍
ସୋମବାର ଦିଲ୍ଲୀ ସରାଫା ବଜାରରେ ସୁନା ଦାମ୍ ୪୦,୬୬୮ ଟଙ୍କାରୁ ହ୍ରାସ ପାଇ ୪୦,୪୩୨ ଟଙ୍କା ପ୍ରତି ୧୦ ଗ୍ରାମ ହୋଇଯାଇଛି । ଆପଣଙ୍କୁ କହିରଖୁଛୁ  ୩ ଦିନରେ ସୁନା ୧୦୮୨ ଟଙ୍କା ଶସ୍ତା ହୋଇଛି ।

ରୂପାର ନୂଆ ଦାମ୍
ସୁନା ଦାମ୍ ଭଳି ରୂପା ଦାମ ମଧ୍ୟ ହ୍ରାସ ପାଇଛି । ଦିଲ୍ଲୀ ସରାଫା ବଜାରରେ ଏକ କିଲୋଗ୍ରାମ ରୂପାର ଦାମ୍ ୪୮,୦୧୧ ଟଙ୍କାରୁ ହ୍ରାସ ପାଇ ୪୭,୬୩୫ ଟଙ୍କା ହୋଇଯାଇଛି । ଅନ୍ତର୍ଜାତୀୟ ବଜାରରେ ସୁନା ଦାମ୍ ୧୫୫୦ ଡଲାର୍ ପ୍ରତି ଆଉନ୍ସ  ଓ ରୂପା ୧୭.୯୭ ଡଲାର୍ ପ୍ରତି ଆଉନ୍ସ ରହିଛି ।

HDFC ସିକ୍ୟେରିଡିଜର ସିନିୟର ଆନାଲିଷ୍ଟ(କମୋଡିଟିଜ୍) ତପନ ପଟେଲ କହିଛନ୍ତି କି ଡଲାକ୍ ମୁକାବିଲାରେ ଟଙ୍କାରେ ମଜଭୂତି ଆସିଥିବା ଯୋଗୁଁ ଏବଂ ବିଦେଶୀ ବଜାରରେ ସୁନାର ବିକ୍ରି ଯୋଗୁଁ ଘରୋଇ ବଜାରରେ ସୁନା ଦାମ୍ ହ୍ରାସ ପାଇଛି ।

   ସମ୍ବନ୍ଧିତ ଖବର


ଘରକୁ ଫେରିଲେ ପ୍ରେମିକ-ପ୍ରେମିକା : ବାହାଘର ପୂର୍ବରୁ କନ୍ୟାର ମା’ ସହ ବରର ବାପା ହୋଇଥିଲେ ଫେରାର, ଏବେ ଗ୍ରହଣ କରୁନାହାନ୍ତି ସ୍ବାମୀ

୧୩୨କୁ ଟପିଲା କରୋନା ମୃତ୍ୟୁ ସଂଖ୍ୟା:୧୭ ଦେଶକୁ ବ୍ୟାପିଲା ଭାଇରସ, ୬୦୦୦ ଆକ୍ରାନ୍ତ ଚିହ୍ନଟ୍

ନାସିକ: କୂଅରେ ଖସିପଡିଲା ଯାତ୍ରୀବାହୀ ବସ୍, ୨୦ ମୃତ

୩୧ ଜାନୁୟାରୀ ପରେ ବେକାର ହୋଇଯିବ ଡାକଘର ସଞ୍ଚୟ ଖାତାର ଏଟିଏମ୍ କାର୍ଡ