PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କୋରାପୁଟ: କୋଟିଆରେ ଆନ୍ଧ୍ର କର୍ମଚାରୀଙ୍କୁ ଅଧାରାସ୍ତାରେ ଅଟକାଇଲା ଓଡ଼ିଶା ପୋଲିସ
  • ||
  • କଳାହାଣ୍ଡି: ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ଅଫିସ ଘେରାଉ, ଘଟଣାସ୍ଥଳରେ ଉତ୍ତେଜନା ଜାରି
  • ||
  • ଭଦ୍ରକ: ବଉଳ ପୋଖରୀ ଅଞ୍ଚଳରୁ ୩୧୬ ଗ୍ରାମ୍ ବ୍ରାଉନସୁଗର ଜବତ କଲା ଗ୍ରାମଞ୍ଚଳ ଥାନା ପୋଲିସ, ୩ ଗିରଫ
  • ||
  • କେନ୍ଦୁଝର: ନିଖୋଜ ୪ ବର୍ଷର ଶିଶୁକନ୍ୟାର ଉଲଂଗ୍ନ ମୃତଦେହ ଉଦ୍ଧାର, ଦୁଷ୍କର୍ମ ପରେ ହତ୍ୟା କରି ଫିଙ୍ଗିଦେଇଥିବା ସନ୍ଦେହ
  • ||
  • ଖପ୍ରାଖୋଲ: ଯୁବକ ନିଖୋଜ ଅଭିଯୋଗ, ଶୁଳିଆବାହାଳ ଜଙ୍ଗଲ ମାଟିତଳୁ ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ୱର: ନନ୍ଦନକାନନରେ ବିରଳ ହିମାଳୟ ଅଣ୍ଡିରା ଭାଲୁ ‘ମୋତି’ର ମୃତ୍ୟୁ, ୫କୁ ଖସିଲା ସଂଖ୍ୟା
  • ||
  • ଢ଼େଙ୍କାନାଳ: ଷଢ଼ଙ୍ଗୀ ରେଞ୍ଜ ଅନ୍ତର୍ଗତ ଲହଡ଼ା ସରଂକ୍ଷିତ ଜଙ୍ଗଲରେ ଚିକିତ୍ସାଧୀନ ଅବସ୍ଥାରେ ଆଖିବୁଜିଲା ଦନ୍ତା, ସେପ୍ଟିସିମିଆ ରୋଗରେ ଥିଲା ପୀଡିତ
  • ||
  • ନୂଆଦିଲ୍ଲୀ : ଆରପାରିରେ ଭେଟେରାନ୍ ଅଭିନେତ୍ରୀ ମୀନୁ ମୁମତାଜ
  • ||
  • ବାଙ୍କୀ : ଜଙ୍ଗଲୀ ବାରହା ଉପଦ୍ରବ, ରାତିହେଲେ ଉଜାଡୁଛନ୍ତି ଏକର ଏକର ଫସଲ
  • ||
  • ଭୁବନ : ବାଲି ଘାଟକୁ କେନ୍ଦ୍ର କରି ମରଣାନ୍ତକ ଆକ୍ରମଣ, ବାପ-ପୁଅ ଗୁରୁତର
  • ||
  • ଭୁବନେଶ୍ୱର: ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୩୦୫କୁ ବୃଦ୍ଧି
  • ||
  • ଭୁବନେଶ୍ୱର: ରାଜ୍ୟରେ ସାମାନ୍ୟ ଖସିଲା କରୋନା ଗ୍ରାଫ୍, ଗତ ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୪୧ କୋଭିଡ୍ ପଜିଟିଭ୍
  • ||
  • ନୂଆଦିଲ୍ଲୀ : ନଭେମ୍ବର ୨୯ରୁ ସଂସଦର ଶୀତ ଅଧିବେଶନ, ୨୦ଟି କାର୍ଯ୍ୟ ଦିବସ ରହିବ
  • ||
  • ଭୁବନେଶ୍ୱର : ଆଗକୁ ବଢ଼ିବ ଶୀତ, ଆଭ୍ୟନ୍ତରୀଣ ଓଡ଼ିଶାରେ ୨ ଡିଗ୍ରୀ ଖସିଲା ତାପମାତ୍ରା
  • ||
  • ଭୁବନେଶ୍ୱର : ଓଏଏସ୍‌ ସ୍ତରରେ ଛୋଟ ଧରଣର ଅଦଳବଦଳ, ପୁରୀ ସଦର ବିଡିଓ ଭାବେ ନୂଆ ଦାୟିତ୍ଵ ସମ୍ଭାଳିବେ ସମ୍ବିତ ଶତପଥୀ
  • ||
  • ସୁନ୍ଦରଗଡ଼ : ହାତୀପଲଙ୍କୁ ଘଉଡାଇବା ବେଳେ ଅଘଟଣ, ହାତୀ ଆକ୍ରମଣରେ ଯୁବକ ମୃତ
  • ||

ଆଜି ହସ୍ତତନ୍ତ ଦିବସ: କରୋନା ବଢ଼ାଇଛି ହସ୍ତତନ୍ତର ଚାହିଦା

ଭୁବନେଶ୍ୱର ୦୭/୦୮: କରୋନା ମହାମାରୀ ସାମାଜିକ ଦୂରତା ନେଇ ଲୋକମାନଙ୍କୁ ଅଧିକ ସଚେତନ ଓ ସତର୍କ କରାଇଛି । ଏଣୁ ଲୋକମାନେ ଫ୍ୟାକ୍ଟ୍ରି ତିଆରି ପୋଷାକ ଅପେକ୍ଷା ହସ୍ତତନ୍ତକୁ ଅଧିକ ଗୁରୁତ୍ୱ ଦେଉଛନ୍ତି । ଫଳରେ ଲୋକମାନେ ନିଜର ପରିଧାନ ନିମନ୍ତେ ହସ୍ତତନ୍ତମୁହାଁ ହୋଇଛନ୍ତି । ହାତବୁଣା ପୋଷାକ ବା ଶାଢ଼ିରେ ସୂତା କଟାଠାରୁ ଆରମ୍ଭ କରି ଡାଇଙ୍ଗ୍‌ ଓ କପଡ଼ା ବୁଣା ପର୍ଯ୍ୟନ୍ତ ସବୁକିଛି ପରିବାର ଭିତରେ ହିଁ ସୀମିତ ରହୁଛି । ଫଳରେ କରୋନା ସଂକ୍ରମଣର ଆଶଙ୍କା କମ୍‌ ରହୁଛି । କିନ୍ତୁ ଫ୍ୟାକ୍ଟ୍ରି ତିଆରି ଶାଢ଼ିରେ ଶହ ଶହ ଲୋକ ନିୟୋଜନ ସଂକ୍ରମଣର ଆଶଙ୍କା ବଢ଼ାଇଥାଏ ବୋଲି କହିଛନ୍ତି ଓଡ଼ିଶାର ପ୍ରମୁଖ ହସ୍ତତନ୍ତ ବ୍ୟବସାୟ ପ୍ରତିଷ୍ଠାନ ଦୁହିତାର ସ୍ୱତ୍ୱାଧିକାରୀ ସୁଦେଷ୍ଣା ମଜୁମ୍‌ଦାର୍‌।

ସେ କହିଛନ୍ତି, ଏବେ ସାରା ଦେଶରେ ୪୦ ଲକ୍ଷରୁ ଅଧିକ ବୁଣାକାର ଅଛନ୍ତି। ଯେଉଁମାନେ ହସ୍ତତନ୍ତ ସହ ଜଡ଼ିତ । ଯଦି ସେମାନଙ୍କୁ ପର୍ଯ୍ୟାପ୍ତ ପ୍ରଶିକ୍ଷଣ ଯୋଗାଇ ଦିଆଯିବ, ତେବେ ଗ୍ରାମାଞ୍ଚଳରେ ଅନେକ ହସ୍ତତନ୍ତ ଉଦ୍ୟୋଗୀ ସୃଷ୍ଟି ହୋଇପାରିବେ ।

ଏଣୁ ଏବେ ସମୟ ଆସିଛି, ଯୁବପିଢ଼ି ସ୍ୱଦେଶୀ ହସ୍ତତନ୍ତ କପଡ଼ାର ଗୁରୁତ୍ୱକୁ ବୁଝିବା ଦରକାର । ଯୁବତୀ ଓ ମହିଳାମାନେ ପାଶ୍ଚାତ୍ୟ ମୋହରେ ନପଡ଼ି ପାରମ୍ପରିକ ବସ୍ତ୍ରକୁ ଫେରିଆସିବା ଉଚିତ ବୋଲି ମଜୁମ୍‌ଦାର୍‌ କହିଛନ୍ତି । ସୂଚନା ଥାଉକି, ହସ୍ତତନ୍ତ ଏକ କଳା । ଏହାର ବିକାଶ ପାଇଁ ଲଗାତର ପ୍ରୋତ୍ସାହନ ଓ ପୃଷ୍ଠପୋଷକତାର ଆବଶ୍ୟକତା ରହିଛି । ଭାରତ ଏକ ଶ୍ରମଭିତ୍ତିକ ରାଷ୍ଟ୍ର । ଏଣୁ ଏଠାରେ ନିଶ୍ଚିତ ଭାବେ ଟେକ୍ନୋଲୋଜି ଆବଶ୍ୟକ । କିନ୍ତୁ ହାତ ତିଆରି ଓ ଦୀର୍ଘସ୍ଥାୟୀ ଉତ୍ପାଦକୁ ଅବହେଳା କରିଯିବା ଅନୁଚିତ । କରୋନା ପରବର୍ତ୍ତୀ ସମୟରେ ଭାରତ ସାରା ବିଶ୍ୱ ପାଇଁ ପଥପ୍ରଦର୍ଶକ ହେବାକୁ ଯାଉଛି ।

ସେହି କ୍ଷେତ୍ରରେ ହସ୍ତତନ୍ତର ବହୁତ ବଡ଼ ଭୂମିକା ରହିବ । ସ୍ୱାଧୀନତା ପୂର୍ବରୁ ଗାଁ ଗାଁରେ, ଘରେ ଘରେ ତନ୍ତ ଚାଲୁଥିଲା । ପିନ୍ଧିବା ପାଇଁ ସଭିଏଁ ନିଜେ ତନ୍ତ ବୁଣୁଥିଲେ । ସେ ସମୟରେ ଏବେକାର ଆଧୁନିକ ସପିଙ୍ଗ୍‌ ବ୍ୟବସ୍ଥା ନ ଥିଲା କିନ୍ତୁ ପ୍ରାକୃତିକ ତୁଳାରୁ ପ୍ରସ୍ତୁତ ପୋଷାକର ଚମକ ଓ ସତେଜ ବର୍ଷ ବର୍ଷ ରହୁଥିଲା । ପୋଷାକ ପ୍ରସ୍ତୁତିରେ ଭାଷା, ସଂସ୍କୃତି ଭଳି ପ୍ରତି ରାଜ୍ୟର ନିଜସ୍ୱ ଷ୍ଟାଇଲ୍‌ ଓ ଟେକ୍‌ନିକ୍‌ ରହିଛି । ବିଭିନ୍ନ ରାଜ୍ୟରେ ଅନେକ ହସ୍ତତନ୍ତ କ୍ଲଷ୍ଟର ଗଢ଼ି ଉଠିଛି । ଓଡ଼ିଶା କୋରାପୁଟ ଅଞ୍ଚଳର ଡଙ୍ଗରିଆ ଆଦିବାସୀମାନେ ସବୁଠୁ ସୁନ୍ଦର ଶାଢ଼ି ‘ଡଙ୍ଗରିଆ’ ବୁଣିଥାନ୍ତି। ଏଥିରେ ସେମାନେ ଜ୍ୟାମିତିକ ଓ ମନ୍ଦିର ବର୍ଡର ଦର୍ଶାଇଥାନ୍ତି । ବଣରେ ଉପଲବ୍ଧ ବିଭିନ୍ନ ପ୍ରାକୃତିକ ରଙ୍ଗକୁ ବ୍ୟବହାର କରି ସେମାନେ ଏସବୁ ପ୍ରସ୍ତୁତ କରିଥାନ୍ତି ।

ରାଜ୍ୟର ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ଶୈଳୀରେ ଶାଢ଼ି ଓ ବସ୍ତ୍ର ପ୍ରସ୍ତୁତ ହୋଇଥାଏ । ଯାହା ଚାହିଦା ବିଶ୍ୱ ବଜାରରେ ଢେର ଅଧିକ । ସବୁଠୁ ଆଗରେ ରହିଛି ସମ୍ବଲପୁରୀ ଶାଢ଼ି । ନିକଟରେ ବଲିଉଡ୍‌ ଅଭିନେତ୍ରୀ ବିଦ୍ୟା ବାଲାନ ସମ୍ବଲପୁରୀ ଶାଢ଼ି ପିନ୍ଧି ନିଜ ସିନେମା ‘ଶକୁନ୍ତଳା ଦେବୀ’ର ପ୍ରମୋସନରେ ବାହାରି ଚର୍ଚ୍ଚାରେ ରହିଥିଲେ । ଏକ ହସ୍ତତନ୍ତ ଶାଢ଼ିରେ ରଙ୍ଗ, ଡିଜାଇନ୍‌ ଓ କଳାକୃତି ସବୁବେଳେ ବୁଣାକାରର ମୁଡ୍‌କୁ ଦର୍ଶାଇଥାଏ। ଏହି କାରଣରୁ ପ୍ରତି ବୁଣା ଶାଢ଼ି ସ୍ୱତନ୍ତ୍ର ହୋଇଥାଏ ବୋଲି କାରିଗରମାନେ କହିଛନ୍ତି ।

ସମ୍ବନ୍ଧିତ ଖବର