ଆଜିର ରାଶିଫଳ (୧୦/୪, ବୁଧବାର)

ମେଷ- ଶୁକ୍ଳପକ୍ଷ ଦ୍ୱିତୀୟରେ ଚନ୍ଦ୍ରଙ୍କ ଚଳନ ହେତୁ ଅତି ସହଜରେ କାର୍ଯ୍ୟ ସମ୍ପାଦନ କରିବେ । ସାଂସାରିକ ସୁଖୀ ରହିବେ । ମହିଳାମାନେ ଆଦର ସମ୍ମାନ ପାଇବେ । ପରିବହନ ଓ ବାଣିଜ୍ୟରେ ଲାଭଜନକ ରହିବ । ଶୁଭ ଅଙ୍କ-୩, ଶୁଭ ରଙ୍ଗ-ଗୋଲ୍‌ଡେନ୍‌ ।

ବୃଷ- ଚନ୍ଦ୍ରଙ୍କ ସ୍ୱ-ପାରଗମନ ହେତୁ ପ୍ରତି କାର୍ଯ୍ୟରେ ସଫଳତା ପାଇବେ । ସାଂସାରିକ ଉଚ୍ଚାଭିଳାଷୀ ହେବେ । ଚାକିରିରେ ସମ୍ମାନ ବଢ଼ିବ । ପରିବହନ ଓ ବାଣିଜ୍ୟରେ ଲାଭଜନକ ରହିବ । ଶୁଭ ଅଙ୍କ-୪, ଶୁଭ ରଙ୍ଗ-ମେଟାଲିକ୍‌ ।

ମିଥୁନ- ଶୁକ୍ଳପକ୍ଷ ବ୍ୟୟ ଭାବରେ ଚନ୍ଦ୍ରଙ୍କ ଚଳନ ହେତୁ ପରିଶ୍ରମ ମୁତାବକ ଫଳ ପାଇବେ ନାହିଁ । ସାଂସାରିକ ସମସ୍ୟାକୁ ନେଇ ଚିନ୍ତାରେ ରହିବେ । ପରିବହନ ଓ ବାଣିଜ୍ୟରେ ମନ୍ଥରତା ରହିବ । ଶୁଭଅଙ୍କ-୫, ଶୁଭ ରଙ୍ଗ-ସବୁଜ ।

କର୍କଟ- ଏକାଦଶରେ ଚନ୍ଦ୍ରଙ୍କ ଗତିଶୀଳ ହେତୁ କୌଶଳରେ କାର୍ଯ୍ୟ ସମ୍ପାଦନ କରିବେ । ସାଂସାରିକ ସୁଖଶାନ୍ତି ଅକ୍ଷୁର୍ଣ୍ଣ ରହିବ । ମହିଳାମାନେ ଆତ୍ମନିର୍ଭରଶୀଳ ହେବେ । ପରିବହନ ଓ ବାଣିଜ୍ୟରେ ଉତ୍ତମ ଆୟ ହେବ । ଶୁଭଅଙ୍କ-୨, ଶୁଭ ରଙ୍ଗ-ଧଳା ।

ସିଂହ- ଦଶମରେ ଚନ୍ଦ୍ରଙ୍କ ପରିକ୍ରମଣ ହେତୁ କର୍ମ କ୍ଷେତ୍ରର ପରିସର ବୃଦ୍ଧି ପାଇବ । ସାଂସାରିକ ଉନ୍ନତି କରିବେ । ମହିଳାମାନେ ରକ୍ଷଣଶୀଳ ହେବେ । ଚାକିରିରେ ପଦମର୍ଯ୍ୟାଦା ବୃଦ୍ଧି ପାଇବ । ବାଣିଜ୍ୟରେ ନୂତନ ପୁଞ୍ଜି ନିବେଶ କରି ସଫଳ ହେବେ । ଶୁଭ ଅଙ୍କ-୧, ଶୁଭ ରଙ୍ଗ-ପିଙ୍କ୍‌ ।

କନ୍ୟା- ଶୁକ୍ଳପକ୍ଷ ନବମରେ ଚନ୍ଦ୍ରଙ୍କ ଚଳନ ହେତୁ ଶୃଙ୍ଖଳିତ ଧାରାରେ କର୍ମ କରି ସଫଳ ହେବେ । ସାଂସାରିକ କୌଣସି ମାଙ୍ଗଳିକ କାର୍ଯ୍ୟରେ ଯୋଗଦାନ କରିପାରନ୍ତି । ପରିବହନ ଓ ବାଣିଜ୍ୟରେ ଲାଭ ମିଳିବ । ଶୁଭ ଅଙ୍କ-୨, ଶୁଭ ରଙ୍ଗ-ଧଳା ।

ତୁଳା- ଅଷ୍ଟମରେ ଚନ୍ଦ୍ରଙ୍କ ଗତିଶୀଳ ହେତୁ କର୍ମ କ୍ଷେତ୍ରରେ ପ୍ରତାରଣା ପାଇପାରନ୍ତି । ସାଂସାରିକ ନିଜକୁ ହେୟ ମନେ କରିବେ । ଚାକିରିରେ ଅବହେଳା ରହିବ । ପରିବହନ ଓ ବାଣିଜ୍ୟରେ ପ୍ରତିବନ୍ଧକ ରହିବ । ଶୁଭ ଅଙ୍କ-୫, ଶୁଭ ରଙ୍ଗ-ସବୁଜ ।

ବିଛା- ସପ୍ତମରେ ଘାତଚନ୍ଦ୍ର କାରଣରୁ କିଛିଟା ସମସ୍ୟା ଭିତରେ କାର୍ଯ୍ୟ ହାସଲ କରିବେ । ସାଂସାରିକ ଦୁଶ୍ଚିନ୍ତା ରହିବ । ମହିଳାମାନେ ବିରକ୍ତିମନା ରହିବେ । ପରିବହନ ଓ ବାଣିଜ୍ୟରେ ପ୍ରତିକୂଳ ରହିବ । ଶୁଭ ଅଙ୍କ-୧, ଶୁଭ ରଙ୍ଗ-ପିଙ୍କ୍‌ ।

ଧନୁ- ଷଷ୍ଠ ଭାବରେ ଚନ୍ଦ୍ରଙ୍କ ଚଳନ ହେତୁ ଦୁଃସାହସିକ ଭିତ୍ତିରେ କାର୍ଯ୍ୟ ସମ୍ପନ୍ନ କରିବେ । ସାଂସାରିକ ପରିଶ୍ରମୀ ହେବେ । ଚାକିରିରେ ନିଷ୍ଠାପର ରହିବେ । ପରିବହନ ଓ ବାଣିଜ୍ୟରେ ଲାଭାନ୍ୱିତ ହେବେ । ଶୁଭ ଅଙ୍କ-୯, ଶୁଭ ରଙ୍ଗ-ଲାଲ୍‌ ।

ମକର- ଶୁକ୍ଳପକ୍ଷ ପଞ୍ଚମରେ ଚନ୍ଦ୍ରଙ୍କ ଗତିଶୀଳ ହେତୁ ବିଭିନ୍ନ ବାଟରେ ଉପାର୍ଜନ କରିବାର ସକ୍ଷମ ହେବେ । ସନ୍ତାନ ସନ୍ତତିମାନେ ଖୁସି ପହଞ୍ଚାଇବେ । କାର୍ଯ୍ୟରେ ଲାଭଜନକ ରହିବ । ଶୁଭ ଅଙ୍କ-୩, ଶୁଭ ରଙ୍ଗ-ଗୋଲ୍‌ଡେନ୍‌ ।

କୁମ୍ଭ- ଶୁକ୍ଳପକ୍ଷ ଚତୁର୍ଥରେ ଚନ୍ଦ୍ରଙ୍କ ଗତିଶୀଳ ହେତୁ କର୍ମ କ୍ଷେତ୍ରରେ ବାଧାବିଘ୍ନ ଆସିପାରେ । ସାଂସାରିକ ଖର୍ଚ୍ଚାନ୍ତ ଓ ଅଭାବ ରହିବ । ପରିବହନ ଓ ବାଣିଜ୍ୟରେ ମାନ୍ଦା ରହିବ । ଶୁଭ ଅଙ୍କ-୬, ଶୁଭ ରଙ୍ଗ-ସିଲ୍‌ଭର ।

ମୀନ- ପରାକ୍ରମ ସ୍ଥାନରେ ଚନ୍ଦ୍ରଙ୍କ ଗତିଶୀଳ ହେତୁ କର୍ମ କ୍ଷେତ୍ରରେ ଉଚ୍ଚ ସମ୍ମାନ ପାଇବେ । ସାଂସାରିକ ଭ୍ରାତୃଭଗ୍ନୀଙ୍କର ସହଯୋଗ ମିଳିବ । ପରିବହନ ଓ ବାଣିଜ୍ୟରେ ଉତ୍ତମ ଆୟ ହେବ । ଶୁଭ ଅଙ୍କ-୩, ଶୁଭ ରଙ୍ଗ-ଗୋଲ୍‌ଡେନ୍‌ ।

   ସମ୍ବନ୍ଧିତ ଖବର


ଶନିବାର ରାଶିଫଳ, ଜାଣନ୍ତୁ କେମିତି କଟିବ ଆପଣଙ୍କ ଦିନ

ଆଜିର ରାଶିଫଳ (୨୭/୧୧ ଶୁକ୍ରବାର)

ଶୁକ୍ରବାର ରାଶିଫଳ

ଆଜିର ରାଶିଫଳ (୨୫/ ୧୧ ବୁଧବାର)

ବୁଧବାର ରାଶିଫଳ, ଜାଣନ୍ତୁ କେମିତି କଟିବ ଆପଣଙ୍କ ଦିନ

ଆଜିର ରାଶିଫଳ (୨୪/୧୧ ମଙ୍ଗଳବାର)