ଆଜିର ରାଶିଫଳ (୧୧/୪, ଗୁରୁବାର)

ମେଷ- ତୃତୀୟରେ ଚନ୍ଦ୍ରଙ୍କ ଚଳନ ହେତୁ କର୍ମ କ୍ଷେତ୍ରରେ ପ୍ରତିଷ୍ଠା ବୃଦ୍ଧି ପାଇବ । ସାଂସାରିକ ସୁଖ ସମ୍ମାନ ପାଇବେ । ଚାକିରିରେ ପଦୋନ୍ନତି ହୋଇପାରେ । ମହିଳାମାନେ ସୁଖୀ ରହିବେ । ପରିବହନ ଓ ବାଣିଜ୍ୟରେ ଲାଭ ମିଳିବ । ଶୁଭ ଅଙ୍କ-୩, ଶୁଭ ରଙ୍ଗ-ଗୋଲ୍‌ଡେନ୍‌ ।

ବୃଷ- ଶୁକ୍ଳପକ୍ଷ ଦ୍ୱିତୀୟରେ ଚନ୍ଦ୍ରଙ୍କ ଚଳନ ହେତୁ ସବୁରୀ କ୍ଷେତ୍ରରେ ଆଗେଇ ଚାଲିବେ । ସାଂସାରିକ ଉତ୍ତମ ବୁଝାମଣା ରହିବ । ମହିଳାମାନେ ରକ୍ଷଣଶୀଳ ହେବେ । ପରିବହନ ଓ ବାଣିଜ୍ୟରେ ଲାଭ ମିଳିବ । ଶୁଭ ଅଙ୍କ-୪, ଶୁଭ ରଙ୍ଗ-ମେଟାଲିକ୍‌ ।

ମିଥୁନ- ଚନ୍ଦ୍ରଙ୍କ ସ୍ୱ-ପାରଗମନ ହେତୁ କର୍ମକ୍ଷେତ୍ର ଉତ୍ସାହଜନକ ରହିବ । ସାଂସାରିକ ଅତିଥିଙ୍କ ଆଗମନ ହୋଇପାରେ । ଚାକିରିରେ ପ୍ରଶଂସା ପାଇବେ । ପରିବହନ ଓ ବାଣିଜ୍ୟରେ ପ୍ରସାର ହେବ । ଶୁଭଅଙ୍କ-୬, ଶୁଭ ରଙ୍ଗ-ସିଲ୍‌ଭର ।

କର୍କଟ- ଶୁକ୍ଳପକ୍ଷ ବ୍ୟୟ ଭାବରେ ଚନ୍ଦ୍ରଙ୍କ ଚଳନ ହେତୁ ବ୍ୟୟାଧିକ କାରଣରୁ ଋଣ ପ୍ରଭାବିତ ହୋଇପାରନ୍ତି । ଚାକିରିରେ କାର୍ଯ୍ୟଭାର ରହିବ । ପରିବହନ ଓ ବାଣିଜ୍ୟରେ ମନ୍ଥର ରହିବ । ଶୁଭଅଙ୍କ-୩, ଶୁଭ ରଙ୍ଗ-କ୍ରିମ୍‌ ।

ସିଂହ- ଏକାଦଶରେ ଚନ୍ଦ୍ରଙ୍କ ଚଳନ ହେତୁ ଉଚ୍ଚ ଆଶା ସଫଳ ହେବ । ସାଂସାରିକ ବସ୍ତ୍ରାଦି ଆଭୁଷଣ ପ୍ରାପ୍ତି ହୋଇପାରେ । ପରିବହନ ଓ ବାଣିଜ୍ୟରେ ଆୟ ବୃଦ୍ଧି ହେବ । ଶୁଭ ଅଙ୍କ-୯, ଶୁଭ ରଙ୍ଗ-ମେରୁନ୍‌ ।

କନ୍ୟା- ଦଶମରେ ଘାତଚନ୍ଦ୍ର କାରଣରୁ ଉତ୍ତେଜନା ଭିତରେ ସଫଳତାର ସ୍ୱାଦ ପାଇବେ । ସାଂସାରିକ ସୁଖଶାନ୍ତି ରହିବ । ପରିବହନ ଓ ବାଣିଜ୍ୟରେ କିଛିଟା ଶୁଭଫଳ ମିଳିବ । ଶୁଭ ଅଙ୍କ-୬, ଶୁଭ ରଙ୍ଗ-ସିଲ୍‌ଭର ।

ତୁଳା- ଶୁକ୍ଳପକ୍ଷ ନବମରେ ଚନ୍ଦ୍ରଙ୍କ ଗତିଶୀଳ ହେତୁ ପ୍ରତି କ୍ଷେତ୍ରରେ ସଫଳ ହେବେ । ସାଂସାରିକ ଅଭାବ ଅସୁବିଧା ଦୂର ହେବ । ପରିବହନ ଓ ବାଣିଜ୍ୟରେ ଲାଭଜନକ ରହିବ । ଶୁଭ ଅଙ୍କ-୮, ଶୁଭ ରଙ୍ଗ-କଳା ।

ବିଛା- ଅଷ୍ଟମରେ ଚନ୍ଦ୍ରଙ୍କ ଚଳନ ହେତୁ କର୍ମକ୍ଷେତ୍ରରେ ଠକାମୀରେ ପଡ଼ିପାରନ୍ତି । ସାଂସାରିକ ଆୟବ୍ୟୟ ସମାନ ରହିବ । ମହିଳାମାନେ ହତୋତ୍ସାହ ରହିବେ । ପରିବହନ ଓ ବାଣିଜ୍ୟରେ ହାନି ହୋଇପାରେ । ଶୁଭ ଅଙ୍କ-୧, ଶୁଭ ରଙ୍ଗ-ପିଙ୍କ୍‌ ।

ଧନୁ- ସପ୍ତମରେ ଚନ୍ଦ୍ରଙ୍କ ଗତିଶୀଳ ହେତୁ ଦିନଟି ପ୍ରସନ୍ନତା ଭିତରେ ଗତି କରିବେ । ସାଂସାରିକ ଅଚାନକ ଦୂରଯାତ୍ରା କରିପାରନ୍ତି । ରାଜନୀତିରେ ଲୋକପ୍ରିୟତା ବଢ଼ିବ । ବାଣିଜ୍ୟରେ ମନ ମୁତାବକ ଫଳ ମିଳିବ । ଶୁଭ ଅଙ୍କ-୨, ଶୁଭ ରଙ୍ଗ-ଧଳା ।

ମକର-ଷଷ୍ଠ ଭାବରେ ଚନ୍ଦ୍ରଙ୍କ ଚଳନ ହେତୁ ଦିନଟି ଚଳଚଞ୍ଚଳ ରହିବେ । ସାଂସାରିକ ଉନ୍ନତି କରିବେ । ପ୍ରଶାସନିକ ଦାୟିତ୍ୱବୋଧ ରହିବ । ମହିଳାମାନେ କର୍ତ୍ତବ୍ୟ ପରାୟଣା ହେବେ । ବାଣିଜ୍ୟରେ ଲାଭ ମିଳିବ । ଶୁଭ ଅଙ୍କ-୮, ଶୁଭ ରଙ୍ଗ-କଳା ।

କୁମ୍ଭ- ଶୁକ୍ଳପକ୍ଷ ପଞ୍ଚମରେ ଚନ୍ଦ୍ରଙ୍କ ଗତିଶୀଳ ହେତୁ ଯୋଜନା କରି ସଫଳ ହେବେ । ସାଂସାରିକ ସୁଖୀ ରହିବେ । ରାଜନୀତିରେ ନେତୃତ୍ୱ ବୃଦ୍ଧି ପାଇବ । ପରିବହନ ଓ ବାଣିଜ୍ୟରେ ଲାଭଜନକ ରହିବ । ଶୁଭ ଅଙ୍କ-୪, ଶୁଭ ରଙ୍ଗ-ମେଟାଲିକ୍‌ ।

ମୀନ- ଶୁକ୍ଳପକ୍ଷ ଚତୁର୍ଥରେ ଚନ୍ଦ୍ରଙ୍କ ଚଳନ ହେତୁ କର୍ମ କ୍ଷେତ୍ରରେ ଅସହଯୋଗ ରହିବ । ସାଂସାରିକ ଦ୍ରବ୍ୟାଦି ହାନି ହୋଇପାରେ । ମହିଳାମାନେ ଅପଯଶ ପାଇବେ । ପରିବହନ ଓ ବାଣିଜ୍ୟରେ ସାଧାରଣ ଫଳ ମିଳିବ । ଶୁଭ ଅଙ୍କ-୩, ଶୁଭ ରଙ୍ଗ-କ୍ରିମ୍‌ ।

   ସମ୍ବନ୍ଧିତ ଖବର


ଆଜିର ରାଶିଫଳ (୦୧/୧୨ ମଙ୍ଗଳବାର)

ମଙ୍ଗଳବାର ରାଶିଫଳ, ଜାଣନ୍ତୁ କେମିତି କଟିବ ଆପଣଙ୍କ ଦିନ

ଆଜିର ରାଶିଫଳ (୩୦/୧୧, ସୋମବାର)

ସୋମବାର ରାଶିଫଳ, ଜାଣନ୍ତୁ କେମିତି କଟିବ ଆପଣଙ୍କ ଦିନ

ଚଳିତ ସପ୍ତାହର ରାଶିଫଳ

ଆଜିର ରାଶିଫଳ (୨୯/୧୧,ରବିବାର)