ଆଜିର ରାଶିଫଳ (୧/୩, ଶୁକ୍ରବାର)

ମେଷ- କୃଷ୍ଣ ପକ୍ଷ ନବମରେ ଚନ୍ଦ୍ରଙ୍କ ଚଳନ ହେତୁ କର୍ମକ୍ଷେତ୍ରରେ ମନ୍ଥର ରହିବ । ସାଂସାରିକ କିଛିଟା ଚିନ୍ତା ଭିତରେ କଟିବ । ରାଜନୀତିରେ ଜନସେବାରେ ବ୍ରତୀ ହେବେ । ପରିବହନ ଓ ବାଣିଜ୍ୟରେ ଆୟ ବ୍ୟୟ ସମାନ ରହିବ । ଶୁଭ ଅଙ୍କ-୩, ଶୁଭ ରଙ୍ଗ-ଗୋଲଡେନ୍ ।
ବୃଷ- ଅଷ୍ଟମରେ ଚନ୍ଦ୍ରଙ୍କ ଚଳନ ହେତୁ କର୍ମକ୍ଷେତ୍ରରେ ସମସ୍ୟା ବହୁଳ ରହିବ । ସାଂସାରିକ ଅଶାନ୍ତି ରହିବ । ଚାକିରିରେ ଅଭିଯୋଗ ଆସିପାରେ । ପରିବହନ ଓ ବାଣିଜ୍ୟରେ ହାନି ହୋଇପାରେ । ଶୁଭଅଙ୍କ-୫, ଶୁଭ ରଙ୍ଗ-ସବୁଜ ।
ମିଥୁନ- ସପ୍ତମରେ ଚନ୍ଦ୍ରଙ୍କ ଚଳନ ହେତୁ କର୍ମକ୍ଷେତ୍ରରେ ପ୍ରସନ୍ନତା ଭିତରେ କଟିବ । ସାଂସାରିକ ସୁଖ ସମ୍ମାନ ପାଇବେ । ପ୍ରଶାସନିକ ମାନ ମର୍ଯ୍ୟାଦା ପ୍ରାପ୍ତି ହେବ । ବାଣିଜ୍ୟରେ ପ୍ରସାର ହେବ । ଶୁଭଅଙ୍କ-୩, ଶୁଭ ରଙ୍ଗ-କ୍ରୀମ୍ ।
କର୍କଟ- ଷଷ୍ଠ ଭାବରେ ଚନ୍ଦ୍ରଙ୍କ ଗତିଶୀଳ ହେତୁ କର୍ମକ୍ଷେତ୍ରରେ ସହଯୋଗ ମିଳିବ । ସାଂସାରିକ ଅର୍ଥ ପ୍ରାପ୍ତି ଯୋଗ ରହିଛି । ମହିଳାମାନେ ସ୍ୱଧୀନତା ରହିବ । ବାଣିଜ୍ୟରେ ଲାଭ ମିଳିବ । ଶୁଭଅଙ୍କ-୨, ଶୁଭ ରଙ୍ଗ-ଧଳା ।
ସିଂହ- କୃଷ୍ଣ ପକ୍ଷ ପଞ୍ଚମରେ ଚନ୍ଦ୍ରଙ୍କ ଚଳନ ହେତୁ କାର୍ଯ୍ୟ ବିଳମ୍ବ ଓ ମନସ୍ତାପ ଭିତରେ କଟିବ । ସାଂସାରିକ ଚିନ୍ତା ରହିବ । ପରିବହନ ଓ ବାଣିଜ୍ୟରେ ବିଶେଷ ଭଲ ହେବ ନାହିଁ । ଶୁଭ ଅଙ୍କ-୫, ଶୁଭ ରଙ୍ଗ-ସବୁଜ ।
କନ୍ୟା- କୃଷ୍ଣ ପକ୍ଷ ଚତୁର୍ଥରେ ଚନ୍ଦ୍ରଙ୍କ ଚଳନ ହେତୁ କର୍ମକ୍ଷେତ୍ରରେ ସୁଖ ସମ୍ମାନ ପାଇବେ । ସାଂସାରିକ ଉନ୍ନତି କରିବେ । ପରିବହନ ଓ ବାଣିଜ୍ୟରେ ଲାଭ ମିଳିବ । ଶୁଭଅଙ୍କ-୨, ଶୁଭରଙ୍ଗ-ସିଲିଭର ।
ତୁଳା- ତୃତୀୟରେ ଘାତଚନ୍ଦ୍ର କାରଣରୁ କିଛିଟା ସମସ୍ୟା ଭିତରେ ଉନ୍ନତି କରିବେ । ସାଂସାରିକ ଚଳଚଞ୍ଚଳ ରହିବେ । ପରିବହନ ଓ ବାଣିଜ୍ୟରେ ପ୍ରସାର ହେବ । ଶୁଭ ଅଙ୍କ-୮, ଶୁଭ ରଙ୍ଗ-କଳା ।
ବିଛା- କୃଷ୍ଣ ପକ୍ଷ ଦ୍ୱିତୀୟରେ ଚନ୍ଦ୍ରଙ୍କ ଚଳନ ହେତୁ କର୍ମକ୍ଷେତ୍ରରେ ଅସହଯୋଗ ରହିବ । ସାଂସାରିକ ଭୁଲ୍ ବୁଝାମଣା ରହିବ । ପରିବହନ ଓ ବାଣିଜ୍ୟରେ ମନ୍ଥର ରହିବ । ଶୁଭ ଅଙ୍କ-୩, ଶୁଭ ରଙ୍ଗ-କ୍ରୀମ୍ ।
ଧନୁ- ଚନ୍ଦ୍ରଙ୍କ ସ୍ୱ-ପାରଗମନ ହେତୁ କର୍ମକ୍ଷେତ୍ରରେ ସୁଖ ସମ୍ମାନ ପ୍ରାପ୍ତି ହେବ । ସାଂସାରିକ ହର୍ଷୋଲ୍ଲାଷ ଭିତରେ କଟିବ । କଳା, ବିଜ୍ଞାନ ଓ ବାଣିଜଞରେ ସୁଫଳ ମିଳିବ । ଶୁଭ ଅଙ୍କ-୭, ଶୁଭ ରଙ୍ଗ-କଫି ।
ମକର- କୃଷ୍ଣ ପକ୍ଷ ଦ୍ୱାଦଶରେ ଚନ୍ଦ୍ରଙ୍କ ଚଳନ ହେତୁ ବହୁ ଚେଷ୍ଟା କରି ସଫଳ ହେବେ । ସାଂସାରିକ ଭ୍ରମଣ କରିପାରନ୍ତି । ବାଣିଜ୍ୟରେ ସ୍ୱଳ୍ପ ଲାଭ ମିଳିବ । ଶୁଭଅଙ୍କ-୬, ଶୁଭରଙ୍ଗ-ସିଲିଭର ।
କୁମ୍ଭ- ଏକାଦଶରେ ଚନ୍ଦ୍ରଙ୍କ ଚଳନ ହେତୁ କର୍ମକ୍ଷେତ୍ରରେ ସହଯୋଗ ମିଳିବ । ସାଂସାରିକ ଅଜଣା ବ୍ୟକ୍ତିଙ୍କ ସଂଗେ ସଂପର୍କ ହୋଇପାରେ । ବାଣିଜ୍ୟରେ ଉତ୍ତମ ଆୟ ହେବ । ଶୁଭ ଅଙ୍କ-୪, ଶୁଭ ରଙ୍ଗ-ମେଟାଲିକ୍ ।
ମୀନ- ଦଶମରେ ଚନ୍ଦ୍ରଙ୍କ ଚଳନ ହେତୁ କର୍ମକ୍ଷେତ୍ରରେ ଶୁଭଫଳ ପାଇବେ । ସାଂସାରିକ ଧନ ସମ୍ମାନ ମିଳିବ । ପରିବହନ ଓ ବାଣିଜ୍ୟରେ ଆୟ ବୃଦ୍ଧି ହେବ । ଶୁଭ ଅଙ୍କ-୧, ଶୁଭ ରଙ୍ଗ-ପିଙ୍କ୍ ।