PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେବଗଡ : ରିଆମାଳ ରେଞ୍ଜ ନୁଆଁଡିହି ସେକ୍ସନ ଖିଲେଇ ଜଙ୍ଗଲରେ ହାତୀ ଆକ୍ରମଣ ଯୋଗୁଁ ବନ ଶ୍ରମିକ ଗୁରୁତର
  • ||
  • କୋଣାର୍କ : ରୋଗ କଷ୍ଟ ସହିନପାରି ସ୍କୁଲ ହତାରେ ଆତ୍ମହତ୍ୟା କଲେ ବୃଦ୍ଧ
  • ||
  • ଭୁବନେଶ୍ଵର : ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୫୦କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୭୩୪ ପଜେଟିଭ୍
  • ||
  • ନୀଳଗିରି : ମାଡ଼ିଆସୁଛନ୍ତି ନୀଳଗିରି ଆଡକୁ ଝାଡ଼ଖଣ୍ଡ ହାତୀ, ଚାଷୀ ଆତଙ୍କିତ
  • ||
  • କଳାହାଣ୍ଡି : ପୋଖରୀରେ ବୁଡି ୨ ଶିଶୁ ମୃତ
  • ||
  • ଜଳେଶ୍ଵର : ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ଜଳକା, ବନ୍ୟା ପାଣି ଘେରରେ ୧୦ରୁ ଉର୍ଦ୍ଧ୍ଵ ଗ୍ରାମ
  • ||
  • ଲମତାପୁଟ : ଅଟୋରୁ ୧୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଗାଡି ଛାଡି ୨ ମାଫିଆ ଫେରାର୍
  • ||

ଆଜିର ରାଶିଫଳ (୨୪/୩, ରବିବାର)

ମେଷ-ସପ୍ତମରେ ଚନ୍ଦ୍ରଙ୍କ ଚଳନ ହେତୁ କର୍ମ କ୍ଷେତ୍ରରେ ପ୍ରସନ୍ନତା ଭିତରେ କଟିବ । ସାଂସାରିକ ବନ୍ଧୁବାନ୍ଧବଙ୍କର ସହଯୋଗ ମିଳିବ । ଚାକିରିରେ ମାନମର୍ଯ୍ୟାଦା ପ୍ରାପ୍ତି ହେବ । ପରିବହନ ଓ ବାଣିଜ୍ୟରେ ଉତ୍ତମ ଆୟ ହେବ । ଶୁଭ ଅଙ୍କ-୧, ଶୁଭ ରଙ୍ଗ-ପିଙ୍କ୍‌ ।

ବୃଷ- ଷଷ୍ଠ ଭାବରେ ଚନ୍ଦ୍ରଙ୍କ ଗତିଶୀଳ ହେତୁ ଦେହ ଓ ମନ ଭଲ ରହିବ । ସାଂସାରିକ ଆର୍ଥିକ ସ୍ୱଚ୍ଛଳତା ରହିବ । ରାଜନୀତିରେ ନେତୃତ୍ୱ ବୃଦ୍ଧ ହେବ । ପରିବହନ ଓ ବାଣିଜ୍ୟରେ ଲାଭଜନକ ରହିବ । ଶୁଭଅଙ୍କ-୪, ଶୁଭ ରଙ୍ଗ-ମେଟାଲିକ୍‌ ।

ମିଥୁନ- କୃଷ୍ଣପକ୍ଷ ପଞ୍ଚମରେ ଚନ୍ଦ୍ରଙ୍କ ଚଳନ ହେତୁ କର୍ମ କ୍ଷେତ୍ରରେ କାର୍ଯ୍ୟ ହାନି ଓ ମନସ୍ତାପ ରହିବ । ସାଂସାରିକ ଆର୍ଥିକ ଚାପ ରହିବ । ମହିଳାମାନେ ହତୋତ୍ସାହ ରହିବେ । ବାଣିଜ୍ୟରେ ମନ୍ଥରତା ଦେଖାଦେବ । ଶୁଭଅଙ୍କ-୨, ଶୁଭ ରଙ୍ଗ-ସିଲ୍‌ଭର ।

କର୍କଟ- କୃଷ୍ଣପକ୍ଷ ଚତୁର୍ଥରେ ଚନ୍ଦ୍ରଙ୍କ ଗତିଶୀଳ ହେତୁ ବିଭିନ୍ନ ସୂତ୍ରରୁ ଆୟର ଯୋଗ ରହିଛି । ସାଂସାରିକ ସୁଖୀ ରହିବେ । ମହିଳାମାନେ ଚଳଚଞ୍ଚଳ ରହିବେ । ପରିବହନ ଓ ବାଣିଜ୍ୟରେ ଲାଭ ମିଳିବ । ଶୁଭଅଙ୍କ-୩, ଶୁଭ ରଙ୍ଗ-କ୍ରିମ୍‌ ।

ସିଂହ-ତୃତୀୟରେ ଚନ୍ଦ୍ରଙ୍କ ପରିକ୍ରମଣ ହେତୁ ଦୁଃସାହସିକ ପଦକ୍ଷେପ ନେଇ ସଫଳ ହେବେ । ସାଂସାରିକ ସୁଖ ସମୃଦ୍ଧି ଲାଭ ହେବ । ମହିଳାମାନେ ରକ୍ଷଣଶୀଳ ହେବେ । ପରିବହନ ଓ ବାଣିଜ୍ୟରେ ଉତ୍ତମ ଆୟ ହେବ । ଶୁଭ ଅଙ୍କ-୯, ଶୁଭ ରଙ୍ଗ-ମେରୁନ୍‌ ।

କନ୍ୟା- କୃଷ୍ଣପକ୍ଷ ଦ୍ୱିତୀୟରେ ଚନ୍ଦ୍ରଙ୍କ ଚଳନ ହେତୁ ଦିନଟି ଅଶାନ୍ତି ଭିତରେ ଗତି କରିବେ । ସାଂସାରିକ ହତୋତ୍ସାହ ରହିବେ । ଚାକିରିରେ କାର୍ଯ୍ୟଭାର ରହିବ । ପରିବହନ ଓ ବାଣିଜ୍ୟରେ ମାନ୍ଦା ରହିବ । ଶୁଭଅଙ୍କ-୨, ଶୁଭରଙ୍ଗ-ଧଳା ।

ତୁଳା- ଚନ୍ଦ୍ରଙ୍କ ସ୍ୱ-ପାରଗମନ ହେତୁ ଅପେକ୍ଷାର ପରିସମାପ୍ତି ଘଟିବ । ଉଭୟେ ପ୍ରେମ ଓ ସାଂସାରିକ ସୁଖମୟ ରହିବ । ମହିଳାମାନେ ଯଶକୀର୍ତ୍ତି ରହିବେ । ପରିବହନ ଓ ବାଣିଜ୍ୟରେ ଲାଭ ମିଳିବ । ଶୁଭ ଅଙ୍କ-୮, ଶୁଭ ରଙ୍ଗ-ନୀଳ ।

ବିଛା-ଶୁକ୍ଳପକ୍ଷ ଦ୍ୱାଦଶରେ ଚନ୍ଦ୍ରଙ୍କ ଚଳନ ହେତୁ ବାରମ୍ବାର ଚେଷ୍ଟା କରି ସଫଳ ହେବେ । ସାଂସାରିକ ଦୂରଯାତ୍ରା କରିପାରନ୍ତି । ମହିଳାମାନେ ପରିଶ୍ରମୀ ହେବେ । ପରିବହନ ଓ ବାଣିଜ୍ୟରେ ସ୍ୱଳ୍ପ ଆୟ ହେବ । ଶୁଭ ଅଙ୍କ-୨, ଶୁଭ ରଙ୍ଗ-ସିଲ୍‌ଭର ।

ଧନୁ- ଏକାଦଶରେ ଚନ୍ଦ୍ରଙ୍କ ଚଳନ ହେତୁ କର୍ମ କ୍ଷେତ୍ରରେ ଉଚ୍ଚ ସମ୍ମାନ ମିଳିବ । ସାଂସାରିକ ସ୍ୱପ୍ନ ସାକାର ହେବ । ଚାକିରିରେ ପଦୋନ୍ନତି ହେବ । ପରିବହନ ଓ ବାଣିଜ୍ୟରେ ଉତ୍ତମ ଆୟ ଓ ସଞ୍ଚୟ ହେବ । ଶୁଭ ଅଙ୍କ-୩, ଶୁଭ ରଙ୍ଗ-ଗୋଲ୍‌ଡେନ୍‌ ।

ମକର- ଦଶମରେ ଚନ୍ଦ୍ରଙ୍କ ଗତିଶୀଳ ହେତୁ କର୍ମ କ୍ଷେତ୍ରର ପରିସର ବୃଦ୍ଧି ପାଇବ । ସାଂସାରିକ ଉନ୍ନତି କରିବେ । ମହିଳାମାନେ ଆତ୍ମନିର୍ଭରଶୀଳ ହେବେ । ପରିବହନ ଓ ବାଣିଜ୍ୟରେ ଉତ୍ତମ ଆୟ ହେବ । ଶୁଭ ଅଙ୍କ-୩, ଶୁଭ ରଙ୍ଗ-କ୍ରିମ୍‌ ।

କୁମ୍ଭ- କୃଷ୍ଣପକ୍ଷ ନବମରେ ଚନ୍ଦ୍ରଙ୍କ ଚଳନ ହେତୁ କେତେକ କାର୍ଯ୍ୟରେ ସମସ୍ୟା ରହିବ । ସାଂସାରିକ ଉଦାରମନା ରହିବେ । ରାଜନୀତିରେ ବିରୋଧି ବୃଦ୍ଧି ପାଇବେ । ବାଣିଜ୍ୟରେ ମନ୍ଥର ରହିବ । ଶୁଭ ଅଙ୍କ-୫, ଶୁଭ ରଙ୍ଗ-ସବୁଜ ।

ମୀନ- ଅଷ୍ଟମରେ ଚନ୍ଦ୍ରଙ୍କ ଗତିଶୀଳ ହେତୁ କର୍ମ କ୍ଷେତ୍ରରେ ଅସହଯୋଗ ରହିବ । ସାଂସାରିକ ଚୋରାଦିଭୟ ଓ ଦ୍ରବ୍ୟାଦି ହାନି ହୋଇପାରେ । ପରିବହନ ଓ ବାଣିଜ୍ୟରେ ହାନି ହୋଇପାରେ । ଶୁଭ ଅଙ୍କ-୭, ଶୁଭ ରଙ୍ଗ-କଫି ।