ଆଜିର ରାଶିଫଳ (୨୬/୨, ମଙ୍ଗଳବାର)

ମେଷ-ଅଷ୍ଟମରେ ଚନ୍ଦ୍ରଙ୍କ ଚଳନ ହେତୁ କର୍ମ କ୍ଷେତ୍ରରେ ସମସ୍ୟା ରହିବ । ସାଂସାରିକ ଅର୍ଥଚିନ୍ତା ରହିବ । ରାଜନୀତିରେ ପ୍ରତିକୂଳ ସ୍ଥିତି ରହିବ । ପରିବହନ, ଶିଳ୍ପ ଓ ବାଣିଜ୍ୟରେ ହାନି ହୋଇପାରେ । ଶୁଭ ଅଙ୍କ-୨, ଶୁଭ ରଙ୍ଗ-ସିଲ୍‌ଭର ।

ବୃଷ- ସପ୍ତମରେ ଚନ୍ଦ୍ରଙ୍କ ଗତିଶୀଳ ହେତୁ କର୍ମ କ୍ଷେତ୍ର ଉତ୍ସାହଜନକ ରହିବ । ଉଭୟେ ପ୍ରେମ ଓ ସାଂସାରିକ ସୁଖମୟ ରହିବ । ଚାକିରିରେ କର୍ତ୍ତୃପକ୍ଷଙ୍କର ଆସ୍ଥାଭଜନ ହେବେ । ପରିବହନ ଓ ବାଣିଜ୍ୟରେ ଲାଭଜନକ ରହିବ । ଶୁଭଅଙ୍କ-୮, ଶୁଭ ରଙ୍ଗ-ନୀଳ ।

ମିଥୁନ- ଷଷ୍ଠ ଭାବରେ ଚନ୍ଦ୍ରଙ୍କ ଗତିଶୀଳ ହେତୁ ବହୁ ଚେଷ୍ଟା କରି ସଫଳ ହେବେ । ସାଂସାରିକ ଆର୍ଥିକ ସ୍ୱଚ୍ଛଳତା ରହିବ । ମହିଳାମାନେ ରକ୍ଷଣଶୀଳ ହେବେ । ପରିବହନ ଓ ବାଣିଜ୍ୟରେ ଲାଭଜନକ ରହିବ । ଶୁଭଅଙ୍କ-୧, ଶୁଭ ରଙ୍ଗ-ପିଙ୍କ୍‌ ।

କର୍କଟ- କୃଷ୍ଣପକ୍ଷ ପଞ୍ଚମରେ ଚନ୍ଦ୍ରଙ୍କ ଚଳନ ହେତୁ କର୍ମ କ୍ଷେତ୍ରରେ ପ୍ରତିଦ୍ୱନ୍ଦ୍ୱି ରହିବେ । ସାଂସାରିକ ପଡ଼ୋଶୀଙ୍କ ସହ ମନାନ୍ତର ହୋଇପାରେ । ଚାକିରିରେ ସମସ୍ୟା ରହିବ । ପରିବହନ ଓ ବାଣିଜ୍ୟରେ ଆୟବ୍ୟୟ ସମାନ ରହିବ । ଶୁଭଅଙ୍କ-୯, ଶୁଭ ରଙ୍ଗ-ମେରୁନ ।

ସିଂହ- କୃଷ୍ଣପକ୍ଷ ଚତୁର୍ଥରେ ଚନ୍ଦ୍ରଙ୍କ ଗତିଶୀଳ ହେତୁ କର୍ମ କ୍ଷେତ୍ରରେ ସହଯୋଗ ପାଇବେ । ସାଂସାରିକ ବନ୍ଧୁବାନ୍ଧବଙ୍କର ସହ ସମୟ କଟାଇପାରନ୍ତି । ପରିବହନ ଓ ବାଣିଜ୍ୟରେ ସାଧାରଣ ଫଳ ମିଳିବ । ଶୁଭ ଅଙ୍କ-୩, ଶୁଭ ରଙ୍ଗ-କ୍ରିମ୍‌ ।

କନ୍ୟା- ପରାକ୍ରମ ସ୍ଥାନରେ ଚନ୍ଦ୍ରଙ୍କ ପରିକ୍ରମଣ ହେତୁ କର୍ମ କ୍ଷେତ୍ରରେ ସ୍ୱାଧୀନତା ରହିବ । ସାଂସାରିକ ଭ୍ରାତୃଭଗ୍ନୀଙ୍କର ସହଯୋଗ ପାଇବେ । ପରିବହନ ଓ ବାଣିଜ୍ୟରେ ଉନ୍ନତି କରିବେ । ଶୁଭଅଙ୍କ-୫, ଶୁଭରଙ୍ଗ-ସବୁଜ ।

ତୁଳା- କୃଷ୍ଣପକ୍ଷ ଦ୍ୱିତୀୟରେ ଚନ୍ଦ୍ରଙ୍କ ଚଳନ ହେତୁ କର୍ମ କ୍ଷେତ୍ରରେ ଶିଥିଳତା ରହିବ । ସାଂସାରିକ ଭୁଲ୍‌ ବୁଝାମଣା ରହିବ । ମହିଳାମାନେ ନିଜକୁ କ୍ଳାନ୍ତ ଅନୁଭବ କରିବେ । ପରିବହନ ଓ ବାଣିଜ୍ୟରେ ମାନ୍ଦା ରହିବ । ଶୁଭ ଅଙ୍କ-୬, ଶୁଭ ରଙ୍ଗ-ଧଳା ।

ବିଛା- ଶ୍ରୀଚନ୍ଦ୍ର କାରଣରୁ ଦିନଟି ପ୍ରସନ୍ନତା ଭିତରେ କଟିବ । ଉଭୟେ ପ୍ରେମ ଓ ସାଂସାରିକ ଉତ୍ତମ ବୁଝାମଣା ରହିବ । ରାଜନୀତିରେ ଲୋକସମ୍ପର୍କ ବୃଦ୍ଧି ପାଇବ । ବାଣିଜ୍ୟରେ ଉନ୍ନତି କରିବେ । ଶୁଭ ଅଙ୍କ-୯, ଶୁଭ ରଙ୍ଗ-ଲାଲ୍‌ ।

ଧନୁ- କୃଷ୍ଣପକ୍ଷ ବ୍ୟୟ ଭାବରେ ଚନ୍ଦ୍ରଙ୍କ ଚଳନ ହେତୁ କର୍ମ କ୍ଷେତ୍ରରେ ପରିଶ୍ରମ କରି କିଛିଟା ସୁଫଳ ପାଇବେ । ସାଂସାରିକ ଚଳଚଞ୍ଚଳ ରହିବେ । ପରିବହନ ଓ ବାଣିଜ୍ୟରେ ସ୍ୱଳ୍ପ ଲାଭ ପାଇବେ । ଶୁଭ ଅଙ୍କ-୩, ଶୁଭ ରଙ୍ଗ-ଗୋଲ୍‌ଡେନ୍‌ ।

ମକର- ଏକାଦଶରେ ଚନ୍ଦ୍ରଙ୍କ ଚଳନ ହେତୁ ଉଚ୍ଚ ଆଶା ପୂରଣ ହେବ । ସାଂସାରିକ ସୁଖ ସମ୍ମାନ ପାଇବେ । ପ୍ରଶାସନିକ ମାନମଯ୍ୟାଦା ପ୍ରାପ୍ତି ହେବ । ପରିବହନ ଓ ବାଣିଜ୍ୟରେ ଉନ୍ନତି କରିବେ । ଶୁଭ ଅଙ୍କ-୮, ଶୁଭ ରଙ୍ଗ-କଳା ।

କୁମ୍ଭ- ଦଶମରେ ଚନ୍ଦ୍ରଙ୍କ ଗତିଶୀଳ ହେତୁ କାର୍ଯ୍ୟ ସିଦ୍ଧି ସହ ମାନ ସମ୍ମାନ ପ୍ରାପ୍ତି ହେବ । ସାଂସାରିକ ଅର୍ଥପ୍ରାପ୍ତି ହୋଇପାରେ । ଚାକିରିରେ କର୍ତ୍ତବ୍ୟନିଷ୍ଠ ରହିବେ । ବାଣିଜ୍ୟରେ ଲାଭଜନକ ରହିବ । ଶୁଭ ଅଙ୍କ-୩, ଶୁଭ ରଙ୍ଗ-କ୍ରିମ୍‌ ।

ମୀନ- କୃଷ୍ଣପକ୍ଷ ନବମରେ ଚନ୍ଦ୍ରଙ୍କ ଚଳନ ହେତୁ କେତେକ ବିଷୟକୁ ନେଇ ଚିନ୍ତାରେ ରହିବେ । ସାଂସାରିକ ଅର୍ଥଚିନ୍ତା ରହିବ । ଶୁଭ ଅଙ୍କ-୭, ଶୁଭ ରଙ୍ଗ-କଫି ।

   ସମ୍ବନ୍ଧିତ ଖବର


ଆଜିର ରାଶିଫଳ

ଚଳିତ ସପ୍ତାହର ରାଶିଫଳ- ଏହି ରାଶିର ଶୁଭାଶୁଭ ଫଳ

ଆଜିର ପଞ୍ଜିକା-ଆଜିର ରାଶିଫଳ

ଆଜିର ରାଶିମାନଙ୍କର ଶୁଭାଶୁଭ ଫଳ

ଗୁରୁବାରର ପଞ୍ଜିକା ରାଶିଫଳ

ଆଜିର ରାଶିମାନଙ୍କର ଶୁଭାଶୁଭ ଫଳ