ଆଜିର ରାଶିଫଳ (୨୭/୩, ବୁଧବାର)

ମେଷ- କୃଷ୍ଣପକ୍ଷ ଅଷ୍ଟମରେ ଚନ୍ଦ୍ରଙ୍କ ଗତିଶୀଳ ହେତୁ କର୍ମ କ୍ଷେତ୍ରରେ କାର୍ଯ୍ୟରେ ସମସ୍ୟାକୁ ନେଇ ବିଳଚିତ ରହିବେ । ସାଂସାରିକ ଖର୍ଚ୍ଚାନ୍ତ ରହିବ । ରାଜନୀତିରେ ସମ୍ମାନ ଉପରେ ଆଞ୍ଚ ଆସିପାରେ । ପରିବହନ ଓ ବାଣିଜ୍ୟରେ ହାନି ହୋଇପାରେ । ଶୁଭ ଅଙ୍କ-୭, ଶୁଭ ରଙ୍ଗ-କଫି ।

ବୃଷ- ସପ୍ତମରେ ଚନ୍ଦ୍ରଙ୍କ ଚଳନ ହେତୁ ବନ୍ଧୁ ସହଯୋଗ କାରଣରୁ ଉନ୍ନତି କରିବେ । ସାଂସାରିକ ପ୍ରସନ୍ନତା ରହିବେ । ଚାକିରିରେ ସୁନାମ ପାଇବେ । ମହିଳାମାନେ ରକ୍ଷଣଶୀଳ ହେବେ । ବାଣିଜ୍ୟରେ ସନ୍ତୋଷଜନକ ରହିବ । ଶୁଭ ଅଙ୍କ-୫, ଶୁଭ ରଙ୍ଗ-ସବୁଜ ।

ମିଥୁନ- ଷଷ୍ଠ ଭାବରେ ଚନ୍ଦ୍ରଙ୍କ ଗତିଶୀଳ ହେତୁ ଯେ କୌଣସି ଉପାୟରେ କାର୍ଯ୍ୟ ହାତେଇବେ । ସାଂସାରିକ ଦୃଢ଼ମନା ରହିବେ । ଚାକିରିରେ ନିଷ୍ଠାପର ରହିବେ । ପରିବହନ, ଶିଳ୍ପ ଓ ବାଣିଜ୍ୟରେ ଲାଭଜନକ ରହିବ । ଶୁଭଅଙ୍କ-୬, ଶୁଭ ରଙ୍ଗ-ସିଲ୍‌ଭର ।

କର୍କଟ- କୃଷ୍ଣପକ୍ଷ ପଞ୍ଚମରେ ଚନ୍ଦ୍ରଙ୍କ ଚଳନ ହେତୁ ଅସ୍ଥିରତା କାରଣରୁ କାର୍ଯ୍ୟ ତ୍ରୁଟି କରିବେ । ସାଂସାରିକ ଭୁଲ୍‌ ବୁଝାମଣା ରହିବ । ଚାକିରିରେ ଅସହଯୋଗ ରହିବ । କଳା, ବିଜ୍ଞାନ ଓ ବାଣିଜ୍ୟରେ ଅସଫଳ ହୋଇପାରନ୍ତି । ଶୁଭଅଙ୍କ-୯, ଶୁଭ ରଙ୍ଗ-ମେରୁନ୍‌ ।

ସିଂହ-କୃଷ୍ଣପକ୍ଷ ଚତୁର୍ଥରେ ଚନ୍ଦ୍ରଙ୍କ ଗତିଶୀଳ ହେତୁ ଦିନଟି ଚଳଚଞ୍ଚଳ ରହିବେ । ସାଂସାରିକ ହଠାତ୍‌ ଭ୍ରମଣ କରିବାର ସୁଯୋଗ ଦେଖାଦେବ । ଚାକିରିରେ କର୍ତ୍ତୃପକ୍ଷଙ୍କର ଆସ୍ଥାଭାଜନ ହେବେ । ପରିବହନ ଓ ବାଣିଜ୍ୟରେ ଲାଭ ମିଳିବ । ଶୁଭ ଅଙ୍କ-୩, ଶୁଭ ରଙ୍ଗ-ହଳଦିଆ ।

କନ୍ୟା- ପରାକ୍ରମ ସ୍ଥାନରେ ଚନ୍ଦ୍ରଙ୍କ ଗତିଶୀଳ ହେତୁ ନିଜର ବୁଦ୍ଧିମତା ଦ୍ୱାରା କାର୍ଯ୍ୟ ହାସଲ କରିବେ । ପଡ଼ୋଶୀଙ୍କ ସହଯୋଗ ପାଇବେ । ଚାକିରିରେ ଦାୟିତ୍ୱ ତୁଲାଇବେ । ପରିବହନ ଓ ବାଣିଜ୍ୟରେ ଲାଭ ମିଳିବ । ଶୁଭଅଙ୍କ-୨, ଶୁଭରଙ୍ଗ-ସିଲ୍‌ଭର ।

ତୁଳା- କୃଷ୍ଣପକ୍ଷ ଦ୍ୱିତୀୟରେ ଚନ୍ଦ୍ରଙ୍କ ଚଳନ ହେତୁ ଆର୍ଥିକ ଆବଶ୍ୟକତାକୁ ନେଇ ଚିନ୍ତାରେ ରହିବେ । ସାଂସାରିକ ବ୍ୟୟ ବୃଦ୍ଧି ଦେଖାଦେବ । ପରିବହନ, ଶିଳ୍ପ ଓ ବାଣିଜ୍ୟରେ ମାନ୍ଦା ପରିସ୍ଥିତି ରହିବ । ଶୁଭ ଅଙ୍କ-୫, ଶୁଭ ରଙ୍ଗ-ସବୁଜ ।

ବିଛା-ଶ୍ରୀଚନ୍ଦ୍ର କାରଣରୁ ଦିନଚର୍ଯ୍ୟା ବିଳାସପୂର୍ଣ୍ଣ ରହିବ । ସାଂସାରିକ ସ୍ୱାଦିଷ୍ଟ ଭୋଜନ ସହ ବନ୍ଧୁବାନ୍ଧବଙ୍କର ସହଯୋଗ ପାଇବେ । ରାଜନୀତିରେ ଲୋକପ୍ରିୟତା ବୃଦ୍ଧ ପାଇବ । କଳା, ବିଜ୍ଞାନ ଓ ବାଣିଜ୍ୟରେ ଶୁଭଫଳ ମିଳିବ । ଶୁଭ ଅଙ୍କ-୧, ଶୁଭ ରଙ୍ଗ-ପିଙ୍କ୍‌ ।

ଧନୁ- କୃଷ୍ଣପକ୍ଷ ବ୍ୟୟ ଭାବରେ ଚନ୍ଦ୍ରଙ୍କ ଚଳନ ହେତୁ ପରିଶ୍ରମର ଫଳ ପାଇବେ । ସାଂସାରିକ ବକେୟା ଅର୍ଥ କିଛିଟା ମିଳିପାରେ । ପ୍ରଶାସନିକ ଦୂରଯାତ୍ରା କରିପାରନ୍ତି । ବାଣିଜ୍ୟରେ ସାଧାରଣ ଫଳ ମିଳିବ । ଶୁଭ ଅଙ୍କ-୨, ଶୁଭ ରଙ୍ଗ-ସିଲ୍‌ଭର ।

ମକର- ଏକାଦଶରେ ଚନ୍ଦ୍ରଙ୍କ ଚଳନ ହେତୁ ଦୀର୍ଘଦିନର ସ୍ୱପ୍ନ ସାକାର ହେବ । ସାଂସାରିକ ସୁଖ ସମୃଦ୍ଧି ପ୍ରାପ୍ତି ହେବ । ରାଜନୀତିରେ ପ୍ରଭାବଶାଳୀ ରହିବେ । ପରିବହନ ଓ ବାଣିଜ୍ୟରେ ପ୍ରସାର ହେବ । ଶୁଭ ଅଙ୍କ-୪, ଶୁଭ ରଙ୍ଗ-ମେଟାଲିକ୍‌ ।

କୁମ୍ଭ- ଦଶମରେ ଚନ୍ଦ୍ରଙ୍କ ଗତିଶୀଳ ହେତୁ କାର୍ଯ୍ୟ ସିଦ୍ଧି ସହ ମାନ ସମ୍ମାନ ବୃଦ୍ଧି ପାଇବ । ସାଂସାରିକ ଧନ ସମ୍ମାନ ମିଳିବ । ଚାକିରିରେ ମାନ ମର୍ଯ୍ୟାଦା ବୃଦ୍ଧି ପାଇବ । ବାଣିଜ୍ୟରେ ଉତ୍ତମ ଆୟ ହେବ । ଶୁଭ ଅଙ୍କ-୩, ଶୁଭ ରଙ୍ଗ-ଗୋଲ୍‌ଡେନ୍‌ ।

ମୀନ- କୃଷ୍ଣପକ୍ଷ ନବମରେ ଚନ୍ଦ୍ରଙ୍କ ଗତିଶୀଳ ହେତୁ କାର୍ଯ୍ୟ ବିଳମ୍ବ ଦେଖାଦେବ । ସାଂସାରିକ ଅବହେଳା ରହିବ । ମହିଳାମାନେ ବିରକ୍ତିମନା ରହିବେ । ପରିବହନ ଓ ବାଣିଜ୍ୟରେ ବିଶେଷ ଭଲ ହେବନାହିଁ । ଶୁଭ ଅଙ୍କ-୨, ଶୁଭ ରଙ୍ଗ-ଧଳା ।

   ସମ୍ବନ୍ଧିତ ଖବର


ଆଜିର ରାଶିଫଳ (୨୪/୧୧ ମଙ୍ଗଳବାର)

ମଙ୍ଗଳବାର ରାଶିଫଳ

ଆଜିର ରାଶିଫଳ (୨୩/ ୧୧, ସୋମବାର)

ଏହି ସପ୍ତାହର ରାଶିଫଳ-କର୍ମରେ ଉନ୍ନତି ଓ ନୂତନ କର୍ମାରମ୍ଭ କିମ୍ବା ନୂତନ ନିଯୁକ୍ତି

ସୋମବାର ରାଶିଫଳ, ଜାଣନ୍ତୁ କେମିତି କଟିବ ଆପଣଙ୍କ ଦିନ

ଆଜିର ରାଶିଫଳ (୨୨/୧୧,ରବିବାର)