ଆଜିର ରାଶିଫଳ (୨୮/୪, ରବିବାର)

ମେଷ- ଦଶମରେ ଚନ୍ଦ୍ରଙ୍କ ଚଳନ ହେତୁ କାର୍ଯ୍ୟ ସିଦ୍ଧି ସହ ମାନ ସମ୍ମାନ ବୃଦ୍ଧି ପାଇବ । ସାଂସାରିକ ସୁଖ ସମ୍ମାନ ପାଇବେ । ଚାକିରିରେ ନିଷ୍ଠାପର ରହିବେ । ପରିବହନ ଓ ବାଣିଜ୍ୟରେ ବେଶ୍‌ ଉତ୍ତମ ଫଳ ପାଇବେ । ଶୁଭ ଅଙ୍କ-୩, ଶୁଭ ରଙ୍ଗ-କ୍ରିମ୍‌ ।

ବୃଷ- କୃଷ୍ଣପକ୍ଷ ନବମରେ ଚନ୍ଦ୍ରଙ୍କ ଗତିଶୀଳ ହେତୁ ହେଉଥିବା କାର୍ଯ୍ୟ ଅଳ୍ପକେ ବିଗିଡ଼ି ଯାଇପାରେ । ଚାକିରିରେ ଅବହେଳା ରହିବ । ରାଜନୀତିରେ ଲୋକସମ୍ପର୍କ କମିପାରେ । ବାଣିଜ୍ୟରେ ମନ୍ଥର ରହିବ । ଶୁଭ ଅଙ୍କ-୮, ଶୁଭ ରଙ୍ଗ-କଳା ।

ମିଥୁନ- ଅଷ୍ଟମରେ ଚନ୍ଦ୍ରଙ୍କ ଗତିଶୀଳ ହେତୁ କର୍ମ କ୍ଷେତ୍ରରେ ଠକାମୀରେ ପଡ଼ିପାରନ୍ତି । ସାଂସାରିକ କଳହ ଓ ଅଶାନ୍ତି ରହିବ । ମହିଳାମାନେ ହତୋତ୍ସାହ ରହିବେ । ବାଣିଜ୍ୟରେ ପ୍ରତିକୂଳ ରହିବ । ଶୁଭଅଙ୍କ-୧, ଶୁଭ ରଙ୍ଗ-ପିଙ୍କ୍‌ ।

କର୍କଟ- ସପ୍ତମରେ ଚନ୍ଦ୍ରଙ୍କ ଚଳନ ହେତୁ କର୍ମ କ୍ଷେତ୍ରରେ ସୁଖ ସମ୍ମାନ ପାଇବେ । ସାଂସାରିକ ବନ୍ଧୁବାନ୍ଧବଙ୍କର ସହଯୋଗ ମିଳିବ । ପରିବହନ ଓ ବାଣିଜ୍ୟରେ ଲାଭଜନକ ରହିବ । ଶୁଭଅଙ୍କ-୯, ଶୁଭ ରଙ୍ଗ-ମେରୁନ୍‌ ।

ସିଂହ-ଷଷ୍ଠ ଭାବରେ ଘାତଚନ୍ଦ୍ରଙ୍କ କାରଣରୁ ଶତ୍ରୁମାନଙ୍କ ଦ୍ୱାରା ପ୍ରଭାବିତ ହୋଇପାରନ୍ତି । ସାଂସାରିକ ସମସ୍ୟା ରହିବ । ରାଜନୀତିରେ ଉତ୍ତେଜନା ସ୍ଥିତି ରହିବ । ବାଣିଜ୍ୟରେ ପ୍ରତିବନ୍ଧକ ରହିବ । ଶୁଭ ଅଙ୍କ-୫, ଶୁଭ ରଙ୍ଗ-ସବୁଜ ।

କନ୍ୟା- କୃଷ୍ଣପକ୍ଷ ପଞ୍ଚମରେ ଚନ୍ଦ୍ରଙ୍କ ଗତିଶୀଳ ହେତୁ କେତେକ କାର୍ଯ୍ୟକୁ ନେଇ ଚିନ୍ତାରେ ରହିବେ । ଚାକିରିରେ ଅବହେଳା ରହିବ । ପରିବହନ ଓ ବାଣିଜ୍ୟରେ ଆୟବ୍ୟୟ ସମାନ ରହିବ । ଶୁଭ ଅଙ୍କ-୬, ଶୁଭ ରଙ୍ଗ-ସିଲ୍‌ଭର ।

ତୁଳା- କୃଷ୍ଣପକ୍ଷ ଚତୁର୍ଥରେ ଚନ୍ଦ୍ରଙ୍କ ପରିକ୍ରମଣ ହେତୁ ଦିନଟି ଚଳଚଞ୍ଚଳ ରହିବେ । ସାଂସାରିକ ବସ୍ତ୍ରାଦି ଆଭୁଷଣ ପ୍ରାପ୍ତିର ଯୋଗ ରହିଛି । ପରିବହନ ଓ ବାଣିଜ୍ୟରେ ସ୍ୱଳ୍ପ ଆୟ ହେବ । ଶୁଭ ଅଙ୍କ-୨, ଶୁଭ ରଙ୍ଗ-ଧଳା ।

ବିଛା- ତୃତୀୟରେ ଚନ୍ଦ୍ରଙ୍କ ଚଳନ ହେତୁ କର୍ମ କ୍ଷେତ୍ରରେ ଉଚ୍ଚ ଆଶା ପୂରଣ ହେବ । ସାଂସାରିକ ଦକ୍ଷ ପ୍ରତିପାଦିତ ହେବେ । ଚାକିରିରେ ଧନ ସମ୍ମାନ ପାଇବେ । ବାଣିଜ୍ୟରେ ଉତ୍ତମ ଆୟ ହେବ । ଶୁଭ ଅଙ୍କ-୧, ଶୁଭ ରଙ୍ଗ-ପିଙ୍କ୍‌ ।

ଧନୁ- କୃଷ୍ଣପକ୍ଷ ଦ୍ୱିତୀୟରେ ଚନ୍ଦ୍ରଙ୍କ ଗତିଶୀଳ ହେତୁ ପ୍ରତି କାର୍ଯ୍ୟରେ ଅସହଯୋଗ ମନେ ହେବ । ସାଂସାରିକ ଆୟବ୍ୟୟ ସମାନ ରହିବ । ପରିବହନ ଓ ବାଣିଜ୍ୟରେ ବିଶେଷ ଭଲ ହେବନାହିଁ । ଶୁଭ ଅଙ୍କ-୭, ଶୁଭ ରଙ୍ଗ-କଫି ।

ମକର- ଚନ୍ଦ୍ରଙ୍କ ସ୍ୱ-ପାରଗମନ ହେତୁ ଦିନଟି ପ୍ରସନ୍ନତା ଭିତରେ କଟିବ । ସାଂସାରିକ ସୁଖ ସନ୍ତୋଷ ପ୍ରାପ୍ତି ହେବ । ଚାକିରିରେ ଶୁଭଫଳ ମିଳିବ । କଳା, ବିଜ୍ଞାନ ଓ ବାଣିଜ୍ୟରେ ଆଶାନୁରୂପ ଫଳ ମିଳିବ । ଶୁଭ ଅଙ୍କ-୪, ଶୁଭ ରଙ୍ଗ-ମେଟାଲିକ୍‌ ।

କୁମ୍ଭ- କୃଷ୍ଣପକ୍ଷ ବ୍ୟୟ ଭାବରେ ଚନ୍ଦ୍ରଙ୍କ ଚଳନ ହେତୁ ବହୁ ଚେଷ୍ଟା କରି ସଫଳ ହେବେ । ସାଂସାରିକ କିଛିଟା ଅର୍ଥ ପ୍ରାପ୍ତିର ଯୋଗ ରହିଛି । ପରିବହନ ଓ ବାଣିଜ୍ୟରେ ସାଧାରଣ ଫଳ ମିଳିବ । ଶୁଭ ଅଙ୍କ-୩, ଶୁଭ ରଙ୍ଗ-କ୍ରିମ୍‌ ।

ମୀନ- ଏକାଦଶରେ ଚନ୍ଦ୍ରଙ୍କ ଚଳନ ହେତୁ କର୍ମ କ୍ଷେତ୍ରର ପରିସର ବୃଦ୍ଧି ପାଇବ । ସାଂସାରିକ ଉନ୍ନତି କରିବେ । ଚାକିରିରେ ପଦୋନ୍ନତି ହୋଇପାରେ । ପରିବହନ ଓ ବାଣିଜ୍ୟରେ ଆୟ ବୃଦ୍ଧି ହେବ । ଶୁଭ ଅଙ୍କ-୧, ଶୁଭ ରଙ୍ଗ-ପିଙ୍କ୍‌ ।

   ସମ୍ବନ୍ଧିତ ଖବର


ଆଜିର ରାଶିଫଳ (୨୭/୧୧ ଶୁକ୍ରବାର)

ଶୁକ୍ରବାର ରାଶିଫଳ

ଆଜିର ରାଶିଫଳ (୨୫/ ୧୧ ବୁଧବାର)

ବୁଧବାର ରାଶିଫଳ, ଜାଣନ୍ତୁ କେମିତି କଟିବ ଆପଣଙ୍କ ଦିନ

ଆଜିର ରାଶିଫଳ (୨୪/୧୧ ମଙ୍ଗଳବାର)

ମଙ୍ଗଳବାର ରାଶିଫଳ