ଆଜିର ରାଶିଫଳ (୯/୪, ମଙ୍ଗଳବାର)

ମେଷ- ଶୁକ୍ଳପକ୍ଷ ଦ୍ୱିତୀୟରେ ଚନ୍ଦ୍ରଙ୍କ ଚଳନ ହେତୁ କୌଣସି ଆର୍ଥିକ ଯୋଜନା କାର୍ଯ୍ୟକାରୀ ହେବ । ସାଂସାରିକ ପଡ଼ୋଶୀଙ୍କ ସହଯୋଗ ପାଇବେ । ଚାକିରିରେ ଦାୟିତ୍ୱ ସଠିକ୍ ତୁଲାଇବେ । ପରିବହନ ଓ ବାଣିଜ୍ୟରେ ଲାଭଜନକ ରହିବ । ଶୁଭ ଅଙ୍କ-୯, ଶୁଭ ରଙ୍ଗ-ଲାଲ୍ ।
ବୃଷ- ଶ୍ରୀଚନ୍ଦ୍ର କାରଣରୁ ଦିନଚର୍ଯ୍ୟା ବିଳାସପୂର୍ଣ୍ଣ ରହିବ । ଉଭୟେ ପ୍ରେମ ଓ ସାଂସାରିକ ଉତ୍ତମ ବୁଝାମଣା ରହିବ । ଚାକିରିରେ ପ୍ରଶଂସିତ ହେବେ । ମହିଳାମାନେ ଯଶକୀର୍ତ୍ତି ପାଇବେ । ପରିବହନ ଓ ବାଣିଜ୍ୟରେ ସନ୍ତୋଷଜନକ ଫଳ ମିଳିବ । ଶୁଭ ଅଙ୍କ-୮, ଶୁଭ ରଙ୍ଗ-କଳା ।
ମିଥୁନ- ଶୁକ୍ଳପକ୍ଷ ବ୍ୟୟ ଭାବରେ ଚନ୍ଦ୍ରଙ୍କ ଚଳନ ହେତୁ କାର୍ଯ୍ୟ ବିଳମ୍ବ ଓ ସମସ୍ୟା ରହିବ । ସାଂସାରିକ ଅସ୍ଥିରତା ଭିତରେ କଟିବ । ଚାକିରିରେ କର୍ତ୍ତୃପକ୍ଷଙ୍କର ଚାପ ରହିବ । ପରିବହନ ଓ ବାଣିଜ୍ୟରେ ପ୍ରତିକୂଳତା ରହିବ । ଶୁଭଅଙ୍କ-୬, ଶୁଭ ରଙ୍ଗ-ସିଲ୍ଭର ।
କର୍କଟ- ଏକାଦଶରେ ଚନ୍ଦ୍ରଙ୍କ ଗତିଶୀଳ ହେତୁ ହଠାତ୍ ଅର୍ଥପ୍ରାପ୍ତି ହୋଇପାରେ । ସାଂସାରିକ ସୁଖସନ୍ତୋଷ ପ୍ରାପ୍ତି ହେବ । ରାଜନୀତିରେ ଲୋକପ୍ରିୟତା ବଢ଼ିବ । ପରିବହନ ଓ ବାଣିଜ୍ୟରେ ଉନ୍ନତି କରିବେ । ଶୁଭଅଙ୍କ-୩, ଶୁଭ ରଙ୍ଗଗୋଲ୍ଡେନ୍ ।
ସିଂହ-ଦଶମରେ ଚନ୍ଦ୍ରଙ୍କ ପରିକ୍ରମଣ ହେତୁ କର୍ମ କ୍ଷେତ୍ରରେ ନୂତନ ଦିଗ୍ଦର୍ଶନ ପାଇବେ । ସାଂସାରିକ ଉନ୍ନତି କରିବେ । ମହିଳାମାନେ ଆଦରଣୀୟା ହେବେ । କଳା, ବିଜ୍ଞାନ ଓ ବାଣିଜ୍ୟରେ ଆଶା ମୁତାବକ ଫଳ ପାଇବେ । ଶୁଭ ଅଙ୍କ-୫, ଶୁଭ ରଙ୍ଗ-ସବୁଜ ।
କନ୍ୟା- ଶୁକ୍ଳପକ୍ଷ ନବମରେ ଚନ୍ଦ୍ରଙ୍କ ଚଳନ ହେତୁ କେତେକ କାର୍ଯ୍ୟରେ ସଫଳ ହେବେ । ସାଂସାରିକ ଅନୁଶାସନ ଭିତରେ କଟିବ । ପରିବହନ ଓ ବାଣିଜ୍ୟରେ ଲାଭଜନକ ରହିବ । ଶୁଭ ଅଙ୍କ-୫, ଶୁଭ ରଙ୍ଗ-ସବୁଜ ।
ତୁଳା- ଅଷ୍ଟମରେ ଚନ୍ଦ୍ରଙ୍କ ଗତିଶୀଳ ହେତୁ କର୍ମ କ୍ଷେତ୍ରରେ ବାଧାବିଘ୍ନ ରହିବ । ସାଂସାରିକ ଅବହେଳା ରହିବ । ଚାକିରିରେ ସମସ୍ୟା ରହିବ । ପରିବହନ ଓ ବାଣିଜ୍ୟରେ ହାନି ହୋଇପାରେ । ଶୁଭ ଅଙ୍କ-୪, ଶୁଭ ରଙ୍ଗ-ମେଟାଲିକ୍ ।
ବିଛା- ସପ୍ତମରେ ଘାତଚନ୍ଦ୍ର କାରଣରୁ କୌଣସି ବିଷୟକୁ ନେଇ ଚିନ୍ତାରେ ରହିବେ । ସାଂସାରିକ ଆୟ ଓ ବ୍ୟୟ ସମାନ ରହିବ । ରାଜନୀତିରେ ବିବାଦୀୟ ପରିସ୍ଥିତି ଉପୁଜିପାରେ । ବାଣିଜ୍ୟରେ ପ୍ରତିକୂଳତା ରହିବ । ଶୁଭ ଅଙ୍କ-୩, ଶୁଭ ରଙ୍ଗ-କ୍ରିମ୍ ।
ଧନୁ- ଷଷ୍ଠ ଭାବରେ ଚନ୍ଦଙ୍କ୍ର ଚଳନ ହେତୁ ଦୁଃସାହସିକ ଭିତ୍ତିରେ କାର୍ଯ୍ୟ ତୁଲାଇବେ । ସାଂସାରିକ ଉତ୍ତମ ବୁଝାମଣା ରହିବ । ମହିଳାମାନେ ଯୋଗ୍ୟ ପ୍ରତିପାଦିତ ହେବେ । ବାଣିଜ୍ୟରେ ଲାଭ ମିଳିବ । ଶୁଭ ଅଙ୍କ-୮, ଶୁଭ ରଙ୍ଗ-ବାଇଗଣି ।
ମକର- ଶୁକ୍ଳପକ୍ଷ ପଞ୍ଚମରେ ଚନ୍ଦ୍ରଙ୍କ ଚଳନ ହେତୁ ବହୁ ଦିନରୁ ଅଟକିଥିବା କାର୍ଯ୍ୟ ପୂର୍ଣ୍ଣ କରିବେ । ସାଂସାରିକ ସୁଖୀ ରହିବେ । ପରିବହନ ଓ ବାଣିଜ୍ୟରେ ଲାଭ ମିଳିବ । ଶୁଭ ଅଙ୍କ-୬, ଶୁଭ ରଙ୍ଗ-ସିଲ୍ଭର ।
କୁମ୍ଭ- ଶୁକ୍ଳପକ୍ଷ ଚତୁର୍ଥରେ ଚନ୍ଦ୍ରଙ୍କ ଗତିଶୀଳ ହେତୁ କର୍ମ କ୍ଷେତ୍ରରେ ପ୍ରତିକୂଳତା ରହିବ । ସାଂସାରିକ ଭୁଲ୍ ବୁଝାମଣା ରହିବ । ପରିବହନ ଓ ବାଣିଜ୍ୟରେ ମାନ୍ଦା ରହିବ । ଶୁଭ ଅଙ୍କ-୪, ଶୁଭ ରଙ୍ଗ-ମେଟାଲିକ୍ ।
ମୀନ- ତୃତୀୟରେ ଚନ୍ଦ୍ରଙ୍କ ଚଳନ ହେତୁ ସମାଜରେ ପ୍ରସିଦ୍ଧି ବଢ଼ିବ । ସାଂସାରିକ ଉନ୍ନତି କରିବେ । ପ୍ରଶାସନିକ ଓ ରାଜନୀତିରେ ସକ୍ରିୟ ରହିବେ । ବାଣିଜ୍ୟରେ ଆୟ ବୃଦ୍ଧି ହେବ । ଶୁଭ ଅଙ୍କ-୨, ଶୁଭ ରଙ୍ଗ-ଧଳା ।