PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ସୁନ୍ଦରଗଡ଼ ଓ ଅନୁଗୁଳରେ ପ୍ରତିଷ୍ଠା ହେବ ନୂଆ କେନ୍ଦ୍ରୀୟ ବିଦ୍ୟାଳୟ, ଏମସିଏଲ୍‌ ବୋର୍ଡର ଅନୁମୋଦନ ପାଇଁ କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ ଧର୍ମେନ୍ଦ୍ର
  • ||
  • ଭୁବନେଶ୍ଵର : ସପ୍ତାହାନ୍ତ ସଟଡାଉନର ଦ୍ଵିତୀୟ ଦିନ, ଆଉ ଚଳିବନି ‘ଆଇ- କାର୍ଡ’, ବେସରକାରୀ ସଂସ୍ଥାର କର୍ମଚାରୀଙ୍କ ତାଲିକା ମାଗିଲା ପୁଲିସ୍‌
  • ||
  • ଭୁବନେଶ୍ୱର : ବରିଷ୍ଠ ସାମ୍ବାଦିକ ତଥା ‘ପ୍ରମେୟ’ର ଖଣ୍ଡପଡ଼ା ପ୍ରତିନିଧି ସୋମନାଥ ମହାନ୍ତିଙ୍କ ପରଲୋକ
  • ||
  • ଘଟଗାଁ : ମାଲବାହୀ ଟ୍ରେନ ଧକ୍କାରେ ହାତୀ ଗୁରୁତର
  • ||
  • କୋଲକାତା : ପଶ୍ଚିମବଙ୍ଗରେ ଥମୁନି ହିଂସା, ପୁଣି ଥରେ ଟିଏମସି ଓ ବିଜେପି କର୍ମୀ ହାତାହାତି, ଜଣେ ମୃତ ୬ ଆହତ
  • ||
  • ଭୁବନେଶ୍ଵର : ଓଡ଼ିଶାରେ ଆଉ ୧୯ ଜଣଙ୍କ ମୁଣ୍ଡ ନେଲା କରୋନା, ମୃତ୍ୟୁ ସଂଖ୍ୟା ୨୧୮୦କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ଓଡ଼ିଶାରେ କରୋନା ବିସ୍ଫୋରଣ, ୨୪ଘଣ୍ଟାରେ ଚିହ୍ନଟ ହେଲେ ୧୦ ହଜାର ୬୩୫ ପଜିଟିଭ୍, ସଂକ୍ରମିତଙ୍କ ସଂଖ୍ୟା ୫ଲକ୍ଷ ୩୪ ହଜାର ପାର୍
  • ||
  • ନୂଆଦିଲ୍ଲୀ : ଭାରତକୁ ଡବ୍ଲ୍ୟୁଏଚଓର ସତର୍କ ବାଣୀ, ଘାତକ ହେଉଛି କରୋନାର ନୂଆ ମ୍ୟୁଟାଣ୍ଟ, ଭାରତକୁ ତୀବ୍ର କରିବାକୁ ପଡିବ ଟିକାକରଣ
  • ||
  • ଭୁବନେଶ୍ୱର : ଏବେ ମିଳିଛି ସାମାନ୍ୟ ଆଶ୍ୱସ୍ତି, ଦୁଇଦିନ ପରେ ରାଜ୍ୟରେ ପୁଣି ବଢ଼ିବ ତାତି, ୨୦ ଜିଲ୍ଲାରେ ଘଡ଼ଘଡ଼ି ସହ ଧୂଳିଝଡ଼ ବର୍ଷା ଆଶଙ୍କା
  • ||

ଆଜି ଭୁବନେଶ୍ବରରେ ପହଞ୍ଚିବେ ଭାରତ ଏବଂ ଓ୍ବେଷ୍ଟଇଣ୍ଡିଜ ଟିମ୍, ସୁରକ୍ଷା ବ୍ୟବସ୍ଥା କଡାକଡି

Rishabh Pant (wk) of India and Shai Hope of West Indies during the 1st One Day International match (ODI) between India and the West Indies held at the M. A. Chidambaram Stadium, Chennai on the 15th December 2019. Photo by Deepak Malik / Sportzpics for BCCI

ଭୁବନେଶ୍ୱର ୧୯/୧୨: ଆଜି ବାରବାଟୀ ମ୍ୟାଚ୍ ପାଇଁ ଆସୁଛନ୍ତି ଦୁଇଟି ଟିମ୍‌। ରବିବାର ଖେଳାଯିବାକୁ ଥିବା ବାରବାଟୀ ଦିନିକିଆ ପାଇଁ ଆଜି ଅପରାହ୍ନ ସାଢେ ଗୋଟାଏରେ ଉଭୟ ଦଳର ଖେଳାଳି ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବେ । କଡ଼ା ସୁରକ୍ଷା ମଧ୍ୟରେ ସେମାନଙ୍କୁ ମେ ଫେୟାର ହୋଟେଲକୁ ନିଆଯିବ । ଖେଳାଳିଙ୍କୁ ସ୍ବାଗତ କରିବାକୁ ସବୁ ପ୍ରସ୍ତୁତି କରାଯାଇଛି ।

ସମ୍ପୂର୍ଣ୍ଣ ପାରମ୍ପରିକ ଢଙ୍ଗରେ ଖେଳାଳିଙ୍କୁ ହୋଟେଲରେ ସ୍ବାଗତ କରାଯିବ। ମେ ଫେୟାରରେ ୮୫ଟି ରୁମ୍ ବୁକ୍ କରାଯାଇଛି । ମନ ପସନ୍ଦର ରୁମ୍ ଖେଳାଳିଙ୍କ ପାଇଁ ଆଲର୍ଟ କରାଯାଇଛି । ଯେମିତି ମେନ୍ ଇନ୍ ବ୍ଲୁ ଦଳର ଅଧିନାୟକ ବିରାଟ କୋହଲି ରହିବେ ୧୩୪ ନମ୍ବର ରୁମରେ । ହୋଟେଲର ସ୍ବତନ୍ତ୍ର ମେନ୍ୟୁ ବି ପ୍ରସ୍ତୁତ କରିଛନ୍ତି । ଯେଉଁଥିରେ ସି ଫୁଡ ସହ ହେଲଥ ଡ୍ରିଙ୍କ୍ସ ଓ କିଛି ସ୍ପେଶାଲ ଡେଜର୍ଟ ଆଇଟମକୁ ସାମିଲ କରାଯାଇଛି । ଶୁକ୍ରବାର ଖେଳାଳିମାନେ ଅଭ୍ୟାସ କରିବାକୁ ଷ୍ଟାଡିୟମକୁ ଆସିବେ। ସକାଳ ୯ଟାରେ ଓ୍ବେଷ୍ଟଇଣ୍ତିଜ୍  ଓ ଅପରାହ୍ଣ ୨ଟାରେ ଭାରତୀୟ ଖେଳାଳିମାନେ ଅଭ୍ୟାସ କରିବାକୁ ସୂଚୀ ପ୍ରସ୍ତୁତ ହୋଇଛି। ଏଥିପାଇଁ ଅଭ୍ୟାସ ପିଚ୍ ର ପ୍ରସ୍ତୁତି ପର୍ଯ୍ୟାୟ ଶେଷ ହୋଇଛି। କମିସନରେଟ ପୁଲିସ୍ ପକ୍ଷରୁ ବୁଧବାର କାରକେଡ୍ ରିହରସାଲ କରାଯାଇଥିଲା। ଭୁବନେଶ୍ବର କମିସନରେଟ ପୁଲିସ୍ ପକ୍ଷରୁ ଖେଳାଳିମାନଙ୍କୁ ସୁରକ୍ଷା ବଳୟ ମଧ୍ୟରେ ଷ୍ଟାଡିୟମକୁ ଅଣାଯିବ। ତ୍ରିଶୁଳିଆ ରାସ୍ତାରେ ସୁରକ୍ଷା ଜନିତ ସମସ୍ୟା ଥିବାରୁ ଖେଳାଳିମାନଙ୍କୁ ଜାତୀୟ ରାଜପଥ ପଟେ ଅଣାଯିବ। ସୁରକ୍ଷାକର୍ମୀଙ୍କ ମଧ୍ୟରେ କମାଣ୍ଡୋ ନିୟୋଜିତ ହୋଇଛନ୍ତି।


କଟକ ବାରବାଟୀରେ ଭାରତ ଓ ୱେଷ୍ଟଇଣ୍ଡିଜ୍‌ ମଧ୍ୟରେ ହେବ ଦିନିକିଆ କ୍ରିକେଟ୍‌ ମ୍ୟାଚ୍‌ । ଖେଳାଳିଙ୍କ ସୁରକ୍ଷା ପାଇଁ କମିଶନରେଟ୍‌ ପୁଲିସ୍‌ ପକ୍ଷରୁ ବୁଧବାର ରିହର୍ସାଲ କରା ଯାଇଥିଲା । ବିମାନ ବନ୍ଦରରୁ ହୋଟେଲ୍‌ ଓ ସେଠାରୁ କଟକ ପର୍ଯ୍ୟନ୍ତ ରିହର୍ସାଲ୍‌ କରା ଯାଇଥିଲା । ବୁଧବାର ଅପରାହ୍ଣ ୪ ଟା ବେଳେ ବିମାନ ବନ୍ଦରରୁ କାରକେଡ୍‌ ବାହାରିଥିଲା । ଏଥିରେ ମୋଟ ୧୫ ଟି ଗାଡ଼ି ବ୍ୟବହାର କରା ଯାଇଥିଲା । କାରକେଡ୍‌ ପ୍ରଥମେ ହୋଟେଲ୍‌ ଓ ସେଠାରୁ କଟକ ଅଭିମୁଖେ ଯାଇଥିଲା । ଭୁବନେଶ୍ୱର ଡିସିପିଙ୍କ ତତ୍ତ୍ୱାବଧାନରେ ଏହି କାରକେଡ୍‌ ପ୍ରସ୍ତୁତ କରା ଯାଇଥିଲା । ଗୁରୁବାର ଅପରାହ୍ଣରେ ଖେଳାଳିମାନେ ଭୁବନେଶ୍ୱରରେ ପହଞ୍ଚିବେ । ସେଠାରୁ ତାଙ୍କ କଡ଼ା ସୁରକ୍ଷା ମଧ୍ୟରେ ମେଫେୟାର ହୋଟେଲ୍‌କୁ ନିଆଯିବ । ହୋଟେଲ୍‌ ବାହାରେ କ୍ରୀଡ଼ାପ୍ରେମୀଙ୍କ ଭିଡ଼ ରହିବ । ସେଥିପାଇଁ ପୁଲିସ୍‌ ସ୍ୱତନ୍ତ୍ର ବ୍ୟବସ୍ଥା କରିଛି । ଖେଳାଳିଙ୍କ ସୁରକ୍ଷା ପାଇଁ ୧୦୦ ପ୍ଲାଟୁନ୍‌ ଫୋର୍ସ ମୁତୟନ କରାଯିବ । ଏଥିରୁ ୬୫ ପ୍ଲାଟୁନ୍‌ ବାରବାଟି ପଡ଼ିଆରେ, ୨୫ ପ୍ଲାଟୁନ୍‌ ଭୁବନେଶ୍ୱର ମେଫେୟାର ହୋଟେଲ୍‌ ଓ ବିଭିନ୍ନ ଛକରେ ନିୟୋଜିତ ହେବେ । ବାକି ପୁଲିସ ଫୋର୍ସ କଟକରୁ ଭୁବନେଶ୍ୱରର ରାସ୍ତାରେ ମୁତୟନ ହେବେ ।

ସେପଟେ ବାରବାଟି ମ୍ୟାଚ୍‌ର ଦର୍ଶକଙ୍କୁ ଷ୍ଟାଡିୟମରେ ସୁବିଧାରେ ପହଞ୍ଚାଇବାକୁ ଓଡ଼ିଶା କ୍ରିକେଟ ଆସୋସିଏସନ୍‌ (ଓସିଏ) ଧ୍ୟାନ ଦେଇଛି । କେଉଁ ରାସ୍ତା ଦେଇ ଯିବେ, କେଉଁଠି ଗାଡ଼ି ପାର୍କିଂ କରିବେ, ତାହାର ସୂଚନା ଓସିଏ ପକ୍ଷରୁ କଟକର ବିଭିନ୍ନ ଅଞ୍ଚଳରେ ବିଜ୍ଞାପନ ଆକାରରେ ଦିଆଯାଇଛି ।

ସମ୍ବନ୍ଧିତ ଖବର