PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଦଳିଲେ ବିଏମସି କମିଶନର, ସଞ୍ଜୟ କୁମାର ସିଂହ ହେଲେ ନୂଆ କମିଶନର
  • ||
  • ବିନିକା : ପରିବା ବୋଝେଇ ପିକଅପ ଭ୍ୟାନକୁ ପିଟିଲା ଟ୍ରକ୍, ୩ ଗୁରୁତର
  • ||
  • ରାଜସୁନାଖଳା : ବନ୍ଧୁକ ମୁନରେ ଦମ୍ପତିଙ୍କୁ ଲୁଟ୍
  • ||
  • କେନ୍ଦୁଝର : କେନ୍ଦୁଝର ଜେଲରେ ପଶିଲା କରୋନା, ୯ କଏଦୀ ପଜିଟିଭ ଚିହ୍ନଟ
  • ||
  • ମାଲକାନଗିରି : ମାଓବାଦୀଙ୍କ ବର୍ବରକାଣ୍ଡ, ଯବାନଙ୍କୁ ଗଳାକାଟି ହତ୍ୟା
  • ||
  • ବୋରିଗୁମ୍ମା : ବୋରିଗୁମ୍ମା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଟିକା ନେବାକୁ ଛକାପଞ୍ଝା, ସାମାଜିକ ଦୂରତାକୁ ଫୁ, ଯେତିକି ଆସୁଛି ଅଣ୍ଟୁନି, ସ୍ଥାନୀୟ ଲୋକେ ଅସନ୍ତୋଷ
  • ||
  • ଭୁବନେଶ୍ଵର : ରାଜ୍ୟରେ ପୁଣି ୧୦ ହଜାର ଟପିଲା ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦ ହଜାର ୯୮୨ ପଜିଟିଭ୍, ସଂକ୍ରମିତଙ୍କ ସଂଖ୍ୟା ୫ଲକ୍ଷ ୬୫ ହଜାର ପାର୍
  • ||
  • ଭୁବନେଶ୍ଵର : ଓଡ଼ିଶାରେ ଆଉ ୧୭ ମୁଣ୍ଡ ନେଲା କରୋନା, ମୃତ୍ୟୁ ସଂଖ୍ୟା ୨୨୩୨କୁ ବୃଦ୍ଧି
  • ||

ଆଜି ବାରବାଟୀରେ ନିର୍ଣ୍ଣାୟକ ଲଢ଼େଇ: ସିରିଜ ବିଜୟ ଲକ୍ଷ୍ୟରେ ବିରାଟ ବାହୀନି,ଦୁଲୁକିବ ପୂରା ଷ୍ଟାଡିୟମ୍‌

କଟକ ୨୨/୧୨: ଦୁଇ ବର୍ଷ ପରେ ପୁଣି ବାରବାଟୀକୁ ଫେରିଛି ଅନ୍ତର୍ଜାତୀୟ ମ୍ୟାଚ୍‌ ପିଚ୍‌ ତୟାର। ଖେଳାଳି ପ୍ରସ୍ତୁତ। ସଜେଇ ହୋଇଛି ପୂରା ଷ୍ଟାଡିୟମ୍‌ । ଦର୍ଶକଙ୍କ ମହଲରେ ପ୍ରବଳ ଉତ୍କଣ୍ଠା । ସମୟ ଯେତିକି ପାଖେଇ ଆସୁଛି, କ୍ରିକେଟପ୍ରେମୀଙ୍କ ହୃଦସ୍ପନ୍ଦନ ସେତିକି ତୀବ୍ର ହେବାରେ ଲାଗିଛି। ସାରା ରାଜ୍ୟରେ କ୍ରିକେଟ ଫିବର୍‌ । ଫରକ୍‌ ପଡୁନି ବୟସ, ନାହିଁ ଭେଦଭାବ । ସମସ୍ତଙ୍କ ନଜର ଏବେ ବାରବାଟୀ ଉପରେ । ଭାରତ-ୱେଷ୍ଟଇଣ୍ଡିଜ୍‌ ଦିନିକିଆ ସିରିଜର ଶେଷ ମ୍ୟାଚ । ଦୁଇ ଦଳରେ ରହିଛନ୍ତି ଦୁର୍ଦ୍ଧର୍ଷ ବ୍ୟାଟ୍ସମ୍ୟାନ । ସିରିଜର ନିର୍ଣ୍ଣାୟକ ଲଢ଼େଇରେ କମ୍ପି ଉଠିବ ବାରବାଟୀ । ଉତ୍ସାହିତ ହେବେ ୪୦ ହଜାର ପ୍ରତ୍ୟକ୍ଷଦର୍ଶୀ । ହେବ ଛକା, ଚୌକାର ବର୍ଷା ।

ଆଉ କିଛି ଘଣ୍ଟାର ଅପେକ୍ଷା । ଆଜି ଅପରାହ୍ଣ ୧.୩୦ ମିନିଟ୍‌ରୁ ଆରମ୍ଭ ହେବ ମ୍ୟାଚ୍‌ । ଏହାପୂର୍ବରୁ ସକାଳ ୯ଟା ୩୦ ମିନିଟରୁ ଦର୍ଶକ ଷ୍ଟାଡିୟମରେ ପ୍ରବେଶ କରିବେ । ସେମାନଙ୍କୁ ତିନି ସ୍ତରରେ ଯାଞ୍ଚ୍‌ କରାଯିବ । ଏହାସହ ସଂପୂର୍ଣ୍ଣ ଷ୍ଟାଡିୟମ କଡ଼ା ସୁରକ୍ଷାବଳୟ ମଧ୍ୟରେ ରହିବ ।

ଦୁଇଦିନର ବିଶ୍ରାମ ପରେ ଆଜି ବାରବାଟୀରେ ଉଭୟ ଦଳ ଅଭ୍ୟାସ କରିଥିଲେ। ପୂର୍ବାହ୍ନ ୧୧ଟା ବେଳକୁ ପ୍ରଥମେ ବିରାଟ କୋହଲିଙ୍କ ନେତୃତ୍ୱରେ ଭାରତ ଦଳ ଅଭ୍ୟାସ ଆରମ୍ଭ କରିଥିଲା। ୩ ଘଣ୍ଟାର ଅଭ୍ୟାସ ପରେ ସେମାନେ ଭୁବନେଶ୍ୱର ଫରିଥିଲେ। ପୁଣି ଅପରାହ୍ଣ ପ୍ରାୟ ୨ଟା ବେଳକୁ ଅଭ୍ୟାସ ପାଇଁ ମଇଦାନକୁ ଓହ୍ଲାଇଥିଲେ ୱେଷ୍ଟଇଣ୍ଡିଜ୍‌ ଖେଳାଳି । ଅଭ୍ୟାସ ଦେଖିବାକୁ ଷ୍ଟାଡିୟମ୍‌ରେ ପ୍ରାୟ ୧୦ ହଜାର ଦର୍ଶକଙ୍କ ସମାଗମ ହୋଇଥିଲା । ଦର୍ଶକଙ୍କ ପାଇଁ ଓଡ଼ିଶା କ୍ରିକେଟ ଆସୋସିଏସନ୍‌ (ଓସିଏ) ପକ୍ଷରୁ ୬ ନମ୍ବର ଗ୍ୟାଲେରୀ ଖୋଲାଯାଇଥିଲା। ଖେଳାଳିମାନେ ଅଭ୍ୟାସ ଶେଷ କରି ଫେରିବା ପର୍ଯ୍ୟନ୍ତ ଦର୍ଶକ ସେଠାରେ ଅପେକ୍ଷା କରି ରହିଥିଲେ।

ବାରବାଟୀରେ ବ୍ୟାଟ୍ସମ୍ୟାନଙ୍କ ଆଧିପତ୍ୟ ଦେଖିବାକୁ ମିଳିପାରେ । ଉଭୟ ଦଳର ବ୍ୟାଟିଂ ବିଭାଗ ଶକ୍ତିଶାଳୀ। ଶ୍ରେୟାସ ଆୟରଙ୍କ କ୍ରମାଗତ ଉନ୍ନତ ପ୍ରଦର୍ଶନ ବଳରେ ଭାରତର ମଧ୍ୟଭାଗ ବ୍ୟାଟିଂ କ୍ରମ ସୁଦୃଢ ହୋଇଛି। ରିଷଭ ପନ୍ତ ମଧ୍ୟ ଫର୍ମକୁ ଫେରିଛନ୍ତି। ବିଶାଖାପଟନମ୍‌(ଦ୍ୱିତୀୟ) ଦିନିକିଆରେ ତାଙ୍କ ବିସ୍ଫୋରକ ବ୍ୟାଟିଂକୁ ଭୁଲିବା ସହଜ ହେବ ନାହିଁ। ଅବଶ୍ୟ ବୋଲିଂ ବିଭାଗରେ ଭାରତ ପରିବର୍ତ୍ତନ କରିବ। ପେସ୍‌ ବୋଲର ଦୀପକ ଚହର ଆହତ ହୋଇ ଅନ୍ତିମ ଦିନିକିଆରୁ ଓହରି ଯାଇଛନ୍ତି। ତାଙ୍କ ସ୍ଥାନରେ ନବଦୀପ ସାଇନିଙ୍କୁ ଦଳରେ ସ୍ଥାନ ମିଳିଛି। ସେହିପରି ସର୍ଦୁଲ ଠାକୁରଙ୍କ ସ୍ଥାନରେ ଅନ୍ୟ ଲେଗ୍‌ ସ୍ପିନର ୟୁଝବେନ୍ଦ୍ର ଚହଲଙ୍କୁ ସୁଯୋଗ ମିଳିବା ଆଶା କରାଯାଉଛି । କୁଲଦୀପ ଯାଦବ ଓ ଚହଲ ବେଶ୍‌ କିଛି ଦିନ ହେଲା ଏକତ୍ର ଖେଳି ନାହାନ୍ତି । ଉଭୟ ଏକତ୍ର ଖେଳି ୨୪ଟି ମ୍ୟାଚ୍‌ରେ ଭାରତକୁ ଜିତାଇଛନ୍ତି ।

ୱେଷ୍ଟ ଇଣ୍ଡିଜ୍‌ର ବିସ୍ଫୋରକ ବ୍ୟାଟ୍ସମ୍ୟାନଙ୍କୁ ଅଟକାଇବା କାଠିକର ପାଠ ହୋଇଛି। ପ୍ରଥମ ମ୍ୟାଚ୍‌ରେ ସାଇ ହୋପ ଓ ସିମରନ ହେତମେୟାର ଶତକୀୟ ଇନିଂସ ଖେଳି ଭାରତଠୁ ବିଜୟ ଛଡ଼ାଇ ନେଇଥିଲେ। ଦ୍ୱିତୀୟ ମ୍ୟାଚ୍‌ରେ ନିକୋଲାସ୍‌ ପୂରାନ ବିସ୍ଫୋରକ ଇନିଂସ ଖେଳି ଭୟ ସୃଷ୍ଟି କରିଥିଲେ। ରଷ୍ଟନ ଚେଜ,ଏଭିନ ଲୁଇସ ଓ କିରେନ ପୋଲାର୍ଡଙ୍କ ଭଳି ବ୍ୟାଟ୍ସମ୍ୟାନ୍‌ ଦଳରେ ରହିଛନ୍ତି ।

ବାରବାଟୀରେ ଶେଷ ଅନ୍ତର୍ଜାତୀୟ ମ୍ୟାଚ୍‌ ୨୦୧୭ ଡିସେମ୍ବର ୨୦ ତାରିଖରେ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ (ଟି-ଟ୍ୱେଣ୍ଟି) ଖେଳାଯାଇଥିଲା । ଏହାପୂର୍ବରୁ ୨୦୧୭ ଜାନୁଆରୀରେ ୧୯ ତାରିଖରେ ଶେଷ ଥର ପାଇଁ ବାରବାଟୀରେ ଦିନିକିଆ ମ୍ୟାଚ୍‌ ଅନୁଷ୍ଠିତ ହୋଇଥିଲା । ଭାରତ ଓ ଇଂଲଣ୍ଡ ଏହି ମ୍ୟାଚ୍‌ରେ ପରସ୍ପରକୁ ଭେଟିଥିଲେ । ପ୍ରଥମେ ବ୍ୟାଟିଂ କରି ଭାରତ ୬ ୱିକେଟ୍‌ ବିନିମୟରେ ୩୮୧ ରନ୍‌ ସଂଗ୍ରହ କରିଥିଲା । ଯୁବରାଜ ସିଂହ ୧୫୦ ଓ ମହେନ୍ଦ୍ର ସିଂ ଧୋନି ୧୩୪ ରନ୍‌ର ଶତକୀୟ ଇନିଂସ ଖେଳିଥିଲେ । ଜବାବରେ ଇଂଲଣ୍ଡ ୮ ୱିକେଟ୍‌ ହରାଇ ୩୬୬ ରନ୍‌ କରିବାକୁ ସକ୍ଷମ ହୋଇଥିଲା । ଇଂଲଣ୍ଡ ପକ୍ଷରୁ ଇୟନ ମୋର୍କାନ୍‌ ୮୧ଟି ବଲ୍‌ରୁ ୧୦୨ ରନ୍‌ ସଂଗ୍ରହ କରିଥିଲେ । ୩ ବର୍ଷ ମଧ୍ୟରେ ଅନେକ ପରିବର୍ତ୍ତନ ହୋଇଛି ।