ଆଭ୍ୟନ୍ତରୀଣରେ ବଢ଼ିବ ତାତି: ୫ରୁ କାଳବୈଶାଖୀ ବର୍ଷା ସମ୍ଭାବନା

ଭୁବନେଶ୍ୱର ୪/୫: ଆଜି ଆଭ୍ୟନ୍ତରୀଣ ଓଡ଼ିଶାରେ ସର୍ବୋଚ୍ଚ ତାପମାତ୍ରା ବଢ଼ିବ । ୨ରୁ ୩ ଡିଗ୍ରୀ ସେଲସିୟସ୍‌ ପର୍ଯ୍ୟନ୍ତ ବୃଦ୍ଧି ପାଇବ ବୋଲି ପାଣିପାଗବିତ୍‌ମାନେ ପୂର୍ବାନୁମାନ କରିଛନ୍ତି । ଅପରପକ୍ଷେ ସୋମବାର ଉପକୂଳ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ବର୍ଷା ହେବ । ୫ ତାରିଖରେ ପ୍ରବଳ ବର୍ଷା ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି ।

ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି, ଆସନ୍ତାକାଲି ମୟୂରଭଞ୍ଜ, କେନ୍ଦୁଝର, ଅନୁଗୁଳ, ଢେଙ୍କାନାଳ, ଭଦ୍ରକ, ବାଲେଶ୍ୱର, କନ୍ଧମାଳ, ରାୟଗଡ଼ା, ଗଜପତି ଓ କୋରାପୁଟ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ କାଳବୈଶାଖୀ ବର୍ଷା ହେବ । ବିଜୁଳି, ଘଡ଼ଘଡ଼ି ସହିତ ଘଣ୍ଟା ପ୍ରତି ୩୦ରୁ ୪୦ କିଲୋମିଟର ବେଗରେ ପବନ ବୋହିବାର ସମ୍ଭାବନା ରହିଛି । ସେହିପରି କେନ୍ଦ୍ର ନିର୍ଦ୍ଦେଶକ ଏଚ୍‌ ଆର୍‌ ବିଶ୍ୱାସ ପୂର୍ବାନୁମାନ କରିଛନ୍ତି, ଆସନ୍ତାକାଲି ଉତ୍ତର ଓ ଦକ୍ଷିଣ ଓଡ଼ିଶାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ କାଳବୈଶାଖୀ ବର୍ଷା ହେବ । ୫ରୁ ବର୍ଷା ବଢ଼ିବ ବୋଲି ସେ ଆକଳନ କରିଛନ୍ତି।

ଅପରପକ୍ଷେ ସୋଆ ଜଳବାୟୁ ଓ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଡ. ଶରତ ଚନ୍ଦ୍ର ସାହୁ ପୂର୍ବାନୁମାନ କରିଛନ୍ତି ଯେ ରାଜ୍ୟରେ ପାଗ ଶୁଖିଲା ରହିବ । ମାତ୍ର କିଛି ସ୍ଥାନରେ କାଳବୈଶାଖୀ ବର୍ଷା ହେବ । ୪ ଓ ୫ ତାରିଖରେ ତାତି କମ ରହିବ । ହେଲେ ୭ରୁ ତାତି ପୁଣି ବଢ଼ିବ । ଦକ୍ଷିଣ ଆଣ୍ଡାମାନ ଉପକୂଳରେ ସୃଷ୍ଟି ହୋଇଥିବା ଲଘୁଚାପ ଦୁର୍ବଳ ହେବାରେ ଲାଗିଛି ବୋଲି ସେ ଆକଳନ କରିଛନ୍ତି ।

   ସମ୍ବନ୍ଧିତ ଖବର


କୂଅରେ ପଡି ମାଆ ଏବଂ ଶିଶୁ ପୁତ୍ର ମୃତ – କାରଣ ଅସ୍ପଷ୍ଟ

ଭଣ୍ଡାରୀପୋଖରୀରେ ମହିଳାଙ୍କୁ ମୃତ ଭାବିଥିଲେ ପଡୋଶୀ- ବନ୍ଦ ଘରୁ ୧୫ ଘଣ୍ଟା ପରେ ଜୀବିତ ଉଦ୍ଧାର

ହାତୀ ମାଛ ପାଇଁ ପକାଥିଲେ ଜାଲ, ଧରା ପଡିଲା ଅଜଗର

ଶ୍ରୀଜଗନ୍ନାଥ ମନ୍ଦିରକୁ ଇଣ୍ଡିଆନ-ମୁଜାହିଦ୍ଦିନ ଓ ଲସ୍କର-ଇ-ତୋଇବା ଆତଙ୍କବାଦୀଙ୍କ ଆକ୍ରମଣ ଭୟ !

ବିଶ୍ୱସ୍ତରୀୟ ଟାଇମ୍ସ ହାଇଅର ଏଡୁକେସନ ରାକିଙ୍ଗ୍‌ରେ ସୋଆ ସ୍ଥାନିତ

ନାଗାର୍ଜୁନ ବେଶ ଆଭୂଷଣ ଅନୁକୂଳ