ଅନ୍ତର୍ଜାତୀୟ ପର୍ବତ ଦିବସ, ଥିମ୍ ହେଲା ”ମାଉଣ୍ଟେନ ମ୍ୟାଟ୍‌ର ଫର୍ ୟୁଥ୍”

ପୃଥିବୀର ପ୍ରାୟ ୨୨ ପ୍ରତିଶତ ଅଞ୍ଚଳରେ ବିସ୍ତୃତ ପର୍ବତ ବିଶ୍ୱର ନିରନ୍ତର ଅର୍ଥନୈତିକ ବିକାଶ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରେ। ପାର୍ବତ୍ୟାଞ୍ଚଳରେ ବାସ କରୁଥିବା ବିଶ୍ୱ ଜନସଂଖ୍ୟାର ୧୩ ପ୍ରତିଶତ ଲୋକଙ୍କୁ କେବଳ ଏହା ଜୀବିକା ପ୍ରଦାନ କରିଛି ତାହା ନୁହେଁ, ବରଂ ନିମ୍ନ ଅଞ୍ଚଳରେ ବାସ କରୁଥିବା କୋଟି କୋଟି ଲୋକଙ୍କୁ ଲାଭାନ୍ୱିତ କରୁଛି । ଏସବୁକୁ ଦୃଷ୍ଟିରେ ରଖି ୨୦୦୩ ମସିହାରେ ଜାତିସଂଘ ସାଧାରଣ ସଭାରେ ଡିସେମ୍ବର ୧୧କୁ ଅନ୍ତର୍ଜାତୀୟ ପର୍ବତ ଦିବସ ଭାବେ ଘୋଷଣା କରାଯାଇଥିଲା ।

ଚଳିତ ବର୍ଷ ଅନ୍ତର୍ଜାତୀୟ ପର୍ବତ ଦିବସ ଉପଲକ୍ଷେ ପର୍ବତ ସଂସ୍କୃତି ଉପରେ ଗୁରୁତ୍ୱ ପ୍ରଦାନ କରାଯାଉଛି । ପ୍ରାଚୀନ ସଂସ୍କୃତି ଓ ପରମ୍ପରା ସହ ପରିଚିତ କରାଏ ପର୍ବତ । ଧାର୍ମିକ ଅନୁଷ୍ଠାନ, ତୀର୍ଥ ଓ ରୀତିନୀତିକୁ ମଧ୍ୟ ଏହା ଜୀବିତ ରଖେ । ପାରମ୍ପରିକ ଐତିହ୍ୟ, ସଂସ୍କୃତି ଓ ଆଧ୍ୟାତ୍ମିକତା ଆଦିର ଧାରଣା ଓ ଲୋକଙ୍କ ଜୀବିକା ସହ ପର୍ବତ ଓତଃପ୍ରୋତ ଭାବେ ଜଡ଼ିତ। ଝରଣା ଓ ନଦୀର ମୁଖ୍ୟ ଉତ୍ସ ମଧ୍ୟ । ଦେବୀଦେବତାଙ୍କ ବାସସ୍ଥଳୀ ଭାବେ ଇତିହାସରେ ପର୍ବତର ମହିମା ମଣ୍ଡନ କରାଯାଇଛି । ବିଶ୍ୱର ଅଳ୍ପସଂଖ୍ୟକ ଲୋକସଂଖ୍ୟାର ସର୍ବାଧିକ ଅଂଶ ପାର୍ବତ୍ୟାଞ୍ଚଳରେ ବାସ କରନ୍ତି । ପରିବେଶ ପ୍ରଣାଳୀ ପ୍ରବନ୍ଧନରେ ପର୍ବତବାସୀ ମୁଖ୍ୟ ଭୂମିକା ନିର୍ବାହ କରନ୍ତି ।

   ସମ୍ବନ୍ଧିତ ଖବର


ଦେଶର ସୀମାରେ ବଡ଼ ବିପଦ, ଆତଙ୍କବାଦୀଙ୍କ ଅନୁପ୍ରବେଶ ଚେଷ୍ଟା ଜାରି – ସେନା ମୁଖ୍ୟ

କରୋନା ଟିକା ଆସିବାର ତିନିରୁ ୪ ସପ୍ତାହ ମଧ୍ୟରେ ସମସ୍ତଙ୍କୁ ଟିକା ଦେବେ ଏହି ରାଜ୍ୟର ସରକାର

ନକଲି ରେଳ ଟିକେଟକୁ ସାବଧାନ- ମାତିଛନ୍ତି ଏ ପ୍ରକାରର ଦଲାଲ

ରବିବାର ଦ୍ବିତୀୟ ଦିନିକିଆ, ପ୍ଲେଇଙ୍ଗ୍‌ ଇଲେଭେନରୁ ବାଦ ପଡ଼ିପାରନ୍ତି ଏହି ଦୁଇ ଖେଳାଳି!

ଶୋଇଥିବା ନିରୀହ ପୁଅର ତଣ୍ଟି ଚିପି ଦେଲା ନିଷ୍ଠୁର ପିତା –ପତ୍ନୀଙ୍କୁ କହିଲା ,ଏବେ ସେ ସବୁଦିନ ପାଇଁ ନିରାପଦ !

କାର୍ତ୍ତିକ ବୈକୁଣ୍ଠ ଚତୁର୍ଦ୍ଦଶୀ- ଜାଣନ୍ତୁ ଏହାର ପର ଚାରି ମାସ କାହିଁକି କରାଯାଇ ନଥାଏ ଶୁଭ କାର୍ଯ୍ୟ