PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭଦ୍ରକ : ବିଶିଷ୍ଟ ଗାନ୍ଧିବାଦୀ ଭଦ୍ରକ ମହାବିଦ୍ୟାଳୟର ପ୍ରାକ୍ତନ ଅଧକ୍ଷ ପ୍ରଫେସର ସନାତନ ମହାନ୍ତିଙ୍କ ପରଲୋକ
  • ||
  • ମାଲକାନଗିରି : ମାଲକାନଗିରି ମୋଟୁ ସୀମାନ୍ତ ୪ ରାଜ୍ୟ ପ୍ରବେଶ ଦ୍ୱାର ଚେକପୋଷ୍ଟ ପରିଦର୍ଶନ କଲେ ପୁଲିସ ମହାନିର୍ଦ୍ଦେଶକ ଅଭୟ, କୋଭିଡ ସ୍ଥିତି ଓ ମାଓ ସମୀକ୍ଷା କଲେ ପୁଲିସ ଡିଜି
  • ||
  • କପିଲାଭଟା : ପାରିବାରିକ କଳହରୁ ସ୍ତ୍ରୀର ତଣ୍ଟି ଚିପି ହତ୍ୟା କଲା ସ୍ୱାମୀ
  • ||
  • ଓଡ଼ିଶା: ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୧ ହଜାର ୮୦୫ ଜଣ କରୋନା ପଜିଟିଭ, ୨୧ ଜଣଙ୍କ ଜୀବନ ନେଲା ମହାମାରୀ
  • ||
  • ବାଲେଶ୍ଵର : ଭାରସାମ୍ୟ ହରାଇ ପୋଲ ତଳକୁ ଖସିଲା କାର୍, ୩ ମୃତ ୨ ଗୁରୁତର
  • ||
  • OJEE: ଜୁନ୍‌ ୧୫ ଯାଏ ଛାତ୍ରଛାତ୍ରୀମାନେ ଅନ୍‌ଲାଇନ୍‌ରେ ଆବେଦନ କରିପାରିବେ, ଜୁନ୍‌ ୧୭ତାରିଖ ସୁଦ୍ଧା ଅନ୍‌ଲାଇନ୍‌ରେ ଫି’ଦାଖଲ କରିପାରିବେ
  • ||
  • ପୁରୀ:ଏ ବର୍ଷ ବି ବିନା ଭକ୍ତରେ ହେବ ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା, କେବଳ ସେବାୟତ ଟାଣିବେ ରଥ
  • ||
  • ପୁରୀ: ଆଜି ମହାପ୍ରଭୁଙ୍କ ବାହାର ଚନ୍ଦନ ଯାତ୍ରା, ମେ ୧୫ରୁ ଜୁନ୍‌ ୬ ଯାଏଁ ୧୪୪ ଧାରା ଜାରି
  • ||
  • ଚାଷୀ କୂଳ ପାଇଁ ଖୁସି ଖବର: ମେ’ ୩୧ରେ କେରଳ ଛୁଇଁବ ମୌସୁମୀ,ଜୁନ୍ ୧୦ରୁ ୧୨ ସୁଦ୍ଧା ଓଡ଼ିଶା
  • ||
  • ଆଜି ପବିତ୍ର ଅକ୍ଷୟ ତୃତୀୟା, ମାଟି ମା’କୁ ପୂଜା କରି ଚାଷ କାମ ଅନୁୁକୂଳ କରିବେ ଚଷା ପୁଅ
  • ||

ଆଜି ଆଇପିଏଲ୍‌ ନିଲାମ: ୭୩ ଖେଳାଳିଙ୍କ ଉପରେ ବାଜିବ ମୋହର

କୋଲକାତା ୧୯/୧୨: ଆଇପିଏଲ୍‌ ନିଲାମ ଉପରେ ପ୍ରତ୍ୟେକ ତାଲିକାଭୁକ୍ତ ଖେଳାଳିଙ୍କ ନଜର ରହିଥାଏ। ଏହି ନିଲାମ ବହୁ ଖେଳାଳିଙ୍କ ଭାଗ୍ୟ ବଦଳାଇ ଦେବାର ନଜିର ରହିଛି। କେବଳ ଭାରତୀୟ ଖେଳାଳି ନୁହନ୍ତି, ବିଦେଶୀ ଖେଳାଳିମାନେ ମଧ୍ୟ ନିଲାମ ଜରିଆରେ ମାଲାମାଲ ହୁଅନ୍ତି । ଗତ ବର୍ଷ ନିଲାମରେ ସୌରାଷ୍ଟ୍ର ପେସ୍‌ ବୋଲର ଜୟଦେବ ଉନାକାତ ଓ ତାମିଲନାଡୁ ସ୍ପିନର ବରୁଣ ଚକ୍ରବର୍ତ୍ତୀ ସବୁଠଉ ଦାମୀ ଖେଳାଳି ବିବେଚିତ ହୋଇଥିଲେ। ଉନାକାତଙ୍କୁ ରାଜସ୍ଥାନ ରୟାଲ୍ସ ଓ ବରୁଣଙ୍କୁ କିଙ୍ଗ୍‌ସ ଏକାଦଶ ୮.୫କୋଟି ଟଙ୍କାରେ କିଣିଥିଲେ । ସେହିପରି ଇଂଲଣ୍ଡ ଅଲ୍‌ରାଉଣ୍ଡର ସାମ କୁରାନଙ୍କୁ ୭.୨ କୋଟି ଟଙ୍କାରେ କିଙ୍ଗ୍‌ସ ଏକାଦଶ କିଣିଥିଲା ।

ଏଥର କିଛି ଖେଳାଳିଙ୍କ ଉପରେ ଫ୍ରାଞ୍ଚାଇଜ୍‌ଙ୍କ ନଜର ରହିବ । ପ୍ୟାଟ୍ରିକ୍‌ କମିନ୍ସ, ସିମରନ ହେତମେୟାର, କ୍ରିସ ଲିଗ୍‌, ଜୋସ ହାଜେଲଉଡ୍‌ ଭଳି ବିଦେଶୀ ଖେଳାଳିଙ୍କ ସମେତ ମୁମ୍ବାଇର ଜଶସ୍ୱୀ ଜୈସ୍ୱାଲ, କର୍ଣ୍ଣାଟକର ଦେବଦତ୍ତ ପାଡ଼ିକଲଙ୍କ ଭଳି ଉଦୀୟମାନ ଖେଳାଳିଙ୍କୁ କିଣିବା ପାଇଁ ଫ୍ରାଞ୍ଚାଇଜ୍‌ମାନେ ବାଜି ଲଗାଇବାକୁ ପଛାଇବେ ନାହିଁ। ଆଗାମୀ ଆଇପିଏଲ୍‌ରେ ଯୁବରାଜ ସିଂହଙ୍କୁ ଦେଖିବାକୁ ମିଳିବ ନାହିଁ। ସେ ଅନ୍ତର୍ଜାତୀୟ ଓ ଘରୋଇ କ୍ରିକେଟ୍‌ରୁ ଅବସର ଘୋଷଣା କରିଛନ୍ତି। କେବଳ କିଛି ମନୋରଞ୍ଜନ ଧର୍ମୀ କ୍ରିକେଟ୍‌ ଟୁର୍ଣ୍ଣାମେଣ୍ଟ ଖେଳୁଛନ୍ତି। ଅଷ୍ଟ୍ରେଲିଆର ପେସ୍‌ ବୋଲର ମିଚେଲ ଷ୍ଟାର୍କ, ଜାସନ ବେହରନଡ୍ରଫ୍‌ ଓ ଲାଏମ ଲିଭିଙ୍ଗଷ୍ଟୋନ୍‌ ମଧ୍ୟ ଏଥର ଆଇପିଏଲ୍‌ରୁ ଦୂରେଇ ରହିଛନ୍ତି। ବେହରନଡ୍ରପ୍‌ ଆହତ ଅଛନ୍ତି । ଲିଭିଙ୍ଗଷ୍ଟୋନ୍‌ କାଉଣ୍ଟି କ୍ରିକେଟ୍‌ ଖେଳୁଥିବାବେଳେ ଷ୍ଟାର୍କ ଆଇପିଏଲ୍‌ରୁ ଓହରି ଯାଇଛନ୍ତି।

ଆଜି ଅପରାହ୍ଣ ୩.୩୦ ମିନିଟ୍‌ରେ ଆଇପିଏଲ୍‌ ନିଲାମ ଆରମ୍ଭ ହେବ। ଷ୍ଟାର ସ୍ପୋର୍ଟ୍ସରେ ନିଲାମର ସିଧା ପ୍ରସାରଣ କରାଯିବ। ହଗ୍‌ ଏଡମିଡ୍ସ ନିଲାମ କାର୍ଯ୍ୟ ପରିଚାଳନା କରିବେ। ପ୍ରଥମ ଥର ପାଇଁ କୋଲକାତାରେ ନିଲାମ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ଯାଉଛି। ପୂର୍ବ ସଂସ୍କରଣ ଗୁଡ଼ିକରେ ବେଙ୍ଗାଲୁରୁରେ ନିଲାମ କାର୍ଯ୍ୟ ସମ୍ପାଦିତ ହେଉଥିଲା । ଏଥର ନିଲାମ ପାଇଁ ପ୍ରାଥମିକ ପର୍ଯ୍ୟାୟରେ ୯୭୧ ଜଣ ଖେଳାଳିଙ୍କୁ ତାଲିକାଭୁକ୍ତ କରାଯାଇଥିଲା । ଏଥିରୁ ୩୩୨ ଜଣ ଖେଳାଳିଙ୍କୁ ଚୂଡ଼ାନ୍ତ ତାଲିକାରେ ସ୍ଥାନ ମିଳିଛି । ଏମାନଙ୍କ ମଧ୍ୟରୁ କେବଳ ୭୩ଜଣ ଖେଳାଳିଙ୍କୁ ୮ଟି ଫ୍ରାଞ୍ଚାଇଜ କିଣିବାର ସୁଯୋଗ ରହିଛି ।

ପୂର୍ବ ବର୍ଷ ଗୁଡ଼ିକ ଭଳି ଏଥର ମଧ୍ୟ କିଙ୍ଗ୍‌ସ ଏକାଦଶ ପଞ୍ଜାବ ସର୍ବାଧିକ ଅର୍ଥ ସହ ନିଲାମ ପ୍ରକ୍ରୀୟାରେ ସାମିଲ ହେବ। କିଙ୍ଗ୍‌ସ ଏକାଦଶ ନିକଟରେ ୪୨.୭୦କୋଟି ଟଙ୍କା ରହିଛି। ଦଳରେ ଖାଲି ପଡ଼ିଛି ମାତ୍ର ୯ଟି ସ୍ଥାନ। ଏହି ୯ଟି ସ୍ଥାନ ପାଇଁ କିଙ୍ଗ୍‌ସ ଏକାଦଶ ୪୨.୭୦ କୋଟି ଟଙ୍କା ଖର୍ଚ୍ଚ କରିପାରିବ। ସେହିପରି କୋଲକାତା ନାଇଟ୍‌ ରାଇଡର୍ସ ନିକଟରେ ୩୫.୬୫ କୋଟି ଟଙ୍କା ରହିଥିବାବେଳେ ଦଳରେ ୧୧ଟି ସ୍ଥାନ ଖାଲି ପଡ଼ିଛି । ରାଜସ୍ଥାନ ରୟାଲ୍ସ ନିକଟରେ ୨୮.୯୦ କୋଟି ଟଙ୍କା ରହିଛି। ଦଳରେ ୧୧ଟି ସ୍ଥାନ ଖାଲି ପଡ଼ିଛି। ରୟାଲ୍‌ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଦଳରେ ସର୍ବାଧିକ ୧୨ଟି ସ୍ଥାନ ବାକି ରହିଛି।

ଏମାନଙ୍କ ମଧ୍ୟରୁ ୬ଜଣ ବିଦେଶୀ ଖେଳାଳିଙ୍କ ସ୍ଥାନ ଖାଲି ପଡ଼ିଛି। ଆରସିବି କେବଳ ୨୭.୯୦ କୋଟି ଟଙ୍କା ନେଇ ନିଲାମକୁ ଓହ୍ଲାଇବ। ୧୧ ଖେଳାଳିଙ୍କୁ କିଣିବା ପାଇଁ ଦିଲ୍ଲୀ କ୍ୟାପିଟାଲ୍ସ ନିକଟରେ ୨୭.୮୫ କୋଟି ଟଙ୍କା ରହିଥିବାବେଳେ ୭ଟି ସ୍ଥାନ ପାଇଁ ସନରାଇଜର୍ସ ନିକଟରେ ୧୭କୋଟି ଟଙ୍କା, ୫ଟି ସ୍ଥାନ ପାଇଁ ଚେନ୍ନାଇ ସୁପରକିଙ୍ଗ୍‌ସ ନିକଟରେ ୧୪.୬୦ କୋଟି ଟଙ୍କା ଓ ମୁମ୍ବାଇ ଇଣ୍ଡିଆନ୍ସ ନିକଟରେ ସର୍ବ ନିମ୍ନ ୧୩.୦୫ କୋଟି ଟଙ୍କା (୭ଖେଳାଳି) ରହିଛି।