ଆଜି ଅକ୍ଷୟ ତୃତୀୟା: ଚାଷୀ ପାଇଁ ପାଗ ଅନୁକୂଳ, ଲକ୍‌ଡାଉନ୍‌ ଭିତରେ ଅଖିମୁଠି ଅନୁକୂଳ

ଭୁବନେଶ୍ୱର,୨୬/୪: ପ୍ରଥମ କରି ଲକ୍‌ଡାଉନ୍‌ ଭିତରେ ଚାଷୀ ପାଳିବେ ଅକ୍ଷୟ ତୃତୀୟା ପର୍ବ । ଏହାସହ ଚଳିତ ବର୍ଷ ଚାଷ କାର୍ଯ୍ୟର ଅନୁକୂଳ କରିବେ ଓଡ଼ିଶା ଚାଷୀ । କରୋନା ସଙ୍କଟ ଦେଇ ରାଜ୍ୟ ଓ ଦେଶ ଗତି କରୁଥିବାବେଳେ ପାଣିପାଗର ପୂର୍ବାନୁମାନ ଚାଷୀ ପାଇଁ ନୂଆ ଆଶା ସଞ୍ଚାର କରିଛି । ଚାଷୀ ପାଇଁ ଭଲ ଖବର ଆସିଛି । ପାଣିପାଗର ବର୍ତ୍ତମାନ ସ୍ଥିତି ଓ ପୂର୍ବାନୁମାନ ଯାହା, ଏଥର ଚାଷ ପାଇଁ ପାଗ ପୂରା ଅନୁକୂଳ । ଯାହାକି ଶସ୍ୟ ଉତ୍ପାଦନକୁ ବଢ଼ାଇବା ଆଶା ଦେଖାଇଛି ।

କୃଷି ପାଣିପାଗ ବିଶେଷଜ୍ଞ ଡକ୍ଟର ସୁରେନ୍ଦ୍ରନାଥ ପଶୁପାଳକଙ୍କ କହିବାନୁଯାୟୀ ଅକ୍ଷୟ ତୃତୀୟାରେ ଓଡ଼ିଶାର ଚାଷୀ ଚାଷ କାମ ଶୁଭାରମ୍ଭ କରିଥାଏ । ଏହି ସମୟରେ ସାଧାରଣତଃ ଟାଣ ଖରା ସହ ମାଟି ଶୁଖିଲା ଥାଏ । ମାତ୍ର ଏଥର ପାଗ ପୂରା ଭିନ୍ନ । ଆକାଶରେ ମେଘ ଘୁରି ବୁଲୁଥିବାବେଳେ ମାଟି ଓଦା ରହିଛି । ତେଣୁ ବିଲବାଡ଼ି ହଳ କରିବାକୁ ସୁବିଧା ହେବ । ଚାଷ କାର୍ଯ୍ୟ ସହଳ ଆରମ୍ଭ ହୋଇପାରିବ । ଏଥର ଶୀଘ୍ର ଫସଲ ବୁଣାବୁଣି କରିପାରିବେ ଚାଷୀ ।

ଡକ୍ଟର ପଶୁପାଳକ କହିଛନ୍ତି, କୃଷି କ୍ଷେତ୍ରରେ ବିଗତ କିଛି ବର୍ଷ ହେବ ଶ୍ରମିକ ଅଭାବ ସମସ୍ୟା ଦେଖାଯାଉଛି । ଚାଷୀ ନିଜ ଚାଷ କାର୍ଯ୍ୟ ପାଇଁ କୃଷି ଶ୍ରମିକ ପାଉନି । ମାତ୍ର ଏ ବର୍ଷର ଚିତ୍ର ସମ୍ପୂର୍ଣ୍ଣ ଭିନ୍ନ । କରୋନା ଲକ୍‌ଡାଉନ୍‌ ଯୋଗୁ ସହର ଛାଡ଼ି ଅଧିକାଂଶ ଶ୍ରମିକ ନିଜ ଗାଁକୁ ଫେରି ଯାଇଛନ୍ତି । ଯାହାକି ଚାଷ କାର୍ଯ୍ୟରେ ସହାୟକ ହେବ । ଅର୍ଥାତ୍‌ ଚାଷ ଜମିରେ ଶ୍ରମ କରିବାକୁ ଏବେ ଲୋକ ଅଭାବ ହେବେନି । ଯାହାକି ଚାଷୀ ପାଇଁ ଭଲ ଖବର ।

ଚାଷ ପାଇଁ ଏଭଳି ଏକ ଅନୁକୂଳ ସ୍ଥିତିକୁ ଚାଷୀ ଠିକଣା ଢଙ୍ଗରେ ବ୍ୟବହାର କରିବା ଆବଶ୍ୟକ । ଆଗକୁ ଖାଦ୍ୟ ସଙ୍କଟ ସୃଷ୍ଟି ହେବା ଆଶଙ୍କା ଦେଖା ଦେଇଛି । ଏଭଳି ସମୟରେ ଓଡ଼ିଶାର ଚାଷୀମାନେ ମୁଖ୍ୟତଃ ଖାଦ୍ୟଶସ୍ୟ ଜାତୀୟ ଫସଲ କରିବା ଆବଶ୍ୟକ । ଚଳିତବର୍ଷ ମୌସୁମୀ ସ୍ୱାଭାବିକ ରହିବା ସହ ରାଜ୍ୟରେ ଭଲ ବର୍ଷା ନେଇ ବିଭିନ୍ନ ପାଣିପାଗ ମଡେଲ୍‌ ପୂର୍ବାନୁମାନ କରିଛନ୍ତି । ଧାନ ଓ ଡାଲି ଜାତୀୟ ଶସ୍ୟ ଫସଲ ପାଇଁ ପାଗ ଭଲ ରହିବା ସମ୍ଭାବନା ଅଛି । ଚଳିତବର୍ଷ ଚାଷୀ ଏସବୁ ଖାଦ୍ୟଶସ୍ୟ ଜାତୀୟ ଫସଲ ବୁଣାବୁଣି କରିବାକୁ ଡକ୍ଟର ପଶୁପାଳକ ପରାମର୍ଶ ଦେଇଛନ୍ତି ।

   ସମ୍ବନ୍ଧିତ ଖବର


ରାଜ୍ୟରେ କରୋନା ନେଲା ଆଉ ୧୬ ଜୀବନ: ମୃତ୍ୟୁସଂଖ୍ୟା ୧୧୬୮କୁ ବୃଦ୍ଧି

ରାଜ୍ୟରେ ଆଉ ୧୯୦୪ ଜଣ କରୋନା ପଜିଟିଭ‌ ଚିହ୍ନଟ: ସଂକ୍ରମିତଙ୍କ ସଂଖ୍ୟା ୨ ଲକ୍ଷ ୭୨ ହଜାର ଟପିଲା

ବୃଦ୍ଧାଙ୍କୁ କଚାଡି ମାରିଲା ଦନ୍ତା, ଅନ୍ୟ ଦୁଇ ଜଣ ଗୁରୁତର

ଭାରତରେ ଏହି କମ୍ପାନୀ ବିକିବ ରୁଷୀୟ କରୋନା ଟିକା…

ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ ଘଟଣା: ୩ ଅଭିଯୁକ୍ତ ଗିରଫ, ୪ ଫେରାର୍‌

ମାଲବାହୀ ଟ୍ରକ- କାର୍ ମୁହାଁମୁହିଁ ଧକ୍କା, ‌ ଡ୍ରାଇଭର ଓ ଯାତ୍ରୀ ଆହତ