ପ୍ରମୁଖ ଖବର
  • ବିଜେଡି ଛାଡ଼ି ବିଜେପି ଯିବେ ପ୍ରସନ୍ନ ପାଟ୍ଟଶାଣୀ ! ଆଜି ହୋଇପାରେ କିଛି ବଡ଼ ଘୋଷଣା
  • ||
  • IPL 2024 : ସୁପର ଜାଏଣ୍ଟସ୍‌କୁ ଭେଟିବ ସୁପରକିଙ୍ଗସ୍, ଏକାନ୍ନା ଷ୍ଟାଡ଼ିୟମ୍‌ର ଦେଖିବାକୁ ମିଳିବ ସଂଘର୍ଷପୂର୍ଣ୍ଣ ମ୍ୟାଚ୍‌
  • ||
  • ଗଣତନ୍ତ୍ରର ମହାପର୍ବ: ପ୍ରଥମ ପର୍ଯ୍ୟାୟରେ ୧୭ ରାଜ୍ୟ ଓ ୪ କେନ୍ଦ୍ରଶାସିତ ଅଞ୍ଚଳର ୧୦୨ ଆସନରେ ମତଦାନ
  • ||
  • ବିପଜ୍ଜନକ ଖରା: ଆଜି ଅତି ଭୀଷଣ ଗ୍ରୀଷ୍ମ ପ୍ରବାହ ସମ୍ଭାବନା, ଆହୁରି ୩ ଦିନ ଜଳାଇବ, ୨୨ରୁ ହାଲୁକା ଆଶ୍ୱସ୍ତ
  • ||

ଆଜି ପବିତ୍ର ଜନ୍ମାଷ୍ଟମୀ: ଆସିବେ ନନ୍ଦଲାଲା, ଫିକା ପଡ଼ିବ ଉତ୍ସବ

ଭୁବନେଶ୍ୱର, ୧୧/୦୮: ଭକ୍ତଙ୍କ ଅପେକ୍ଷାର ଅନ୍ତ ଘଟିଛି। ଆଜି ଜନ୍ମାଷ୍ଟମୀ । ବୃଷ ରାଶି, ରୋହିଣୀ ନକ୍ଷତ୍ରରେ ନରଦେହ ଧରି ମଧ୍ୟରାତ୍ରରେ ଧରାବତରଣ କରିବେ ନରହରି । ଚାରି ମେଘ ଏକାଠି ହେବ । ଘଡ଼ଘଡ଼ି, ବିଜୁଳିରେ ମେଦିନି କମ୍ପିବ ଆଉ ଭାଦ୍ରବର ଏଇ କିଟିକିଟି ଅନ୍ଧାର ମଧ୍ୟରେ ପ୍ରଭୁ ମା’ ଦେବକୀଙ୍କ କୋଳ ମଣ୍ଡନ କରିବେ । ହେଲେ ପ୍ରଭୁଙ୍କ ଜନ୍ମ ଯେଉଁ କଳାରାତିରେ ହେବ ସେହିପରି କଳାରାତିର ଛାୟା ସୃଷ୍ଟି କରିଛି ମହାମାରୀ କରୋନା ।

ଭକ୍ତମାନେ ସିନା ଦ୍ୱାପର ଯୁଗର ଅତୀତକୁ ଫେରି ଲୀଳାମୟଙ୍କ ଲୀଳାକୁ ସୁମରଣା କରିବେ, ହେଲେ କରୋନା ଯୋଗୁ ମନ୍ଦିର କି ଦେବପୀଠ ଯାଇପାରିବେ ନାହିଁ । କରୋନା ପାଇଁ ମନ୍ଦିରରେ ପଡ଼ିଛି ତାଲା । ନାହିଁ ଜାକଜମକ କି ଉତ୍ସବର ପରିବେଶ । ଯେଉଁଥିପାଇଁ ଏବର୍ଷ ସମସ୍ତେ ନିଜ ଘରେ ରହି ହିଁ ମୂରଲୀ ମନୋହରଙ୍କ ଆରାଧନା କରିବେ । ଘରେ ଉତ୍ସବ ପାଳିବେ । ଆଉ ସଂସାରକୁ କରୋନାରୁ ମୁକ୍ତି ଦିଅନ୍ତୁ ବୋଲି ସମସ୍ତେ ପ୍ରାର୍ଥନା କରିବେ ।

wp:heading {"level":3}

ଘରେ ରହି ବ୍ରତ ପାଳିବେ ଗୋପାଳ

/wp:heading

ଜନ୍ମାଷ୍ଟମୀ ପାଳନ କରିବା ପାଇଁ ନୂଆପଲ୍ଲୀ ବେହେରା ସାହି ବାସିନ୍ଦା ଧୁମ୍‌ଧାମ୍‌ରେ ପ୍ରସ୍ତୁତି କରିଥାଆନ୍ତି। କୃଷ୍ଣଙ୍କ ଜନ୍ମ ଉତ୍ସବରେ ଯେଭଳି କିଛି କମି ନହେବେ ସେଥିପାଇଁ ସମସ୍ତେ ଲାଗି ପଡିଥାଆନ୍ତି । ଲଉଡି ବାଡ଼ି ଖେଳ ହୁଏ, ଜାକଜମକରେ ଉତ୍ସବ ପାଳନ କରାଯାଏ । କିନ୍ତୁ କରୋନା ମହାମାରୀ ଏହି ଉତ୍ସବକୁ ଫିକା କରିଦେଇଛି । ଏବର୍ଷ ଆଉ ସେଠାରେ ବିଶେଷ ଆୟୋଜନ ନାହିଁ । ସାଦାସିଧାରେ ପୂଜା କେବଳ କରାଯିବ। ଭକ୍ତ ବି ମନ୍ଦିରକୁ ଆସିବେନି। ନୟାପଲ୍ଲୀ ରାଧାମୋହନ ଉନ୍ନୟନ କମିଟି ପକ୍ଷରୁ ରାଧା ମୋହନ ମନ୍ଦିରରେ ଜନ୍ମାଷ୍ଟମୀରେ କେବଳ ଭଗବାନଙ୍କ ଆରାଧାନା ହେବ। ମନ୍ଦିରରେ ସକାଳୁ ବିଧି ଅନୁସାରେ ପୂଜାର୍ଚ୍ଚନା ଆରମ୍ଭ ହେବ।

ଗୋପାଳମାନେ କୃଷ୍ଣଙ୍କୁ ଇଷ୍ଟ ଦେବ ଭାବେ ପୂଜା କରୁଥିବାରୁ ବେହେରା ସାହିରେ ପ୍ରାୟ ସମସ୍ତ ବ୍ୟକ୍ତି ଜନ୍ମାଷ୍ଟମୀରେ ବ୍ରତ ରଖିବେ । ସମସ୍ତେ ନିଜ ନିଜ ଘରେ ରହିବେ । କେହି ମନ୍ଦିରକୁ ଯିବେନି କି ଏକତ୍ର ହେବେନି । ମଧ୍ୟରାତିରେ ନନ୍ଦଲାଲା ଜନ୍ମ ହେବା ପରେ କୃଷ୍ଣ ପୁରାଣ ସମସ୍ତେ ଘରେ ପଢ଼ିବେ । ଏହା ପରେ ବ୍ରତଧାରୀମାନେ ବ୍ରତ ଖୋଲିବେ । ଜନ୍ମାଷ୍ଟମୀ ପରଦିନ ଅର୍ଥାତ୍‌ ବୁଧବାର ନନ୍ଦୋତ୍ସବ ପାଳନ ହେବ ବୋଲି ଶ୍ରୀ ବେହେରା କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.