ଆଜି ବିଶ୍ୱ ଶ୍ରମିକ ଦିବସ: ମାସ ହେବ ହାତ ବାନ୍ଧି ବସିଛନ୍ତି ଶ୍ରମିକ, ଘରେ ଜଳୁନି ଚୂଲି

ଭୁବନେଶ୍ୱର,୦୧/୫: କରୋନା କଟକଣାରେ ସବୁଠୁ ଅଧିକ କ୍ଷତି ସହିଛନ୍ତି ଶ୍ରମିକ ଶ୍ରେଣୀୟ ଲୋକେ । ନୂଆପଲ୍ଲୀ ନାବାର୍ଡ ସାମ୍ନା ଶ୍ରମିକ ହାଟ ହେଉ ଅବା ଡେଲ୍‌ଟା ଛକ ଓ ନିଳାଦ୍ରୀ ବିହାର ଅଟୋ ଷ୍ଟାଣ୍ଡ । ଏସବୁ ଜାଗା ଏବେ ଖାଁ ଖାଁ । ଯେଉଁଠି ରାତି ପାହିଲେ ଶହ ଶହ ଶ୍ରମିକଙ୍କ ଭିଡ଼ ଜମୁଥିଲା । ସେଠି ଜଣେ ବି କାହାରି ଦେଖାନାହିଁ । ଲକ୍‌ଡାଉନ୍‌ ଏମାନଙ୍କ ରୋଜଗାର ପନ୍ଥାରେ ମାସେ ହେଲା ବ୍ରେକ୍‌ ଲଗାଇଛି । କରୋନାର ବଜ୍ର ପାହାର ସିଧା ଏମାନଙ୍କ ଭାତହାଣ୍ଡିରେ ପଡି଼ଛି । ସଂସାର ଚଳାଇବା ତ ଦୂର, ପିଲାଛୁଆଙ୍କୁ କେମିତି ଖାଇବାକୁ ଗଣ୍ଡେ ଦେବେ ସେ ଚିନ୍ତାରେ ଦିନ କଟିଯାଉଛି । ବିଶ୍ୱ ଶ୍ରମିକ ଦିବସ ପାଳନ ହେବାକୁ ଥିବା ବେଳେ ଶ୍ରମିକମାନେ ହାତ ବାନ୍ଧି ବସିଛନ୍ତି ।

ରାଜଧାନୀରେ ରହୁଥିବା ହଜାର ହଜାର ଶ୍ରମିକଙ୍କ ହାଲତ ଏବେ ଖରାପ । ସାମାଜିକ ଦୂରତ୍ୱ ରକ୍ଷା ସହିତ କରୋନା ସଂକ୍ରମଣ ଭୟରେ ଏମାନେ କାମକୁ ଯାଉନାହାନ୍ତି । ପ୍ରତିବର୍ଷ ଶ୍ରମିକ ଦିବସ ପାଳୁଥିବା ଶ୍ରମିକ ସଂଗଠନଗୁଡିକ ବି ନାଚାର । ସାଲିଆ ସାହିରେ ରହୁଥିବା ଶଙ୍କର ବସ୍ତିଆଙ୍କ କହିବା ମୁତାବକ, ରାଜଧାନୀରେ ବସ୍ତିରେ ରହିଲେ ବି ଘରଭଡ଼ା ମାସକୁ ୨ ହଜାର ଟଙ୍କା । ତା ସାଙ୍ଗକୁ ଘର ଚଳାଇବାକୁ ଦିନକୁ ୫ ଶହ ଟଙ୍କା ବି ନିଅଣ୍ଟ ହୁଏ ।

ସେଥିରେ ପୁଣି ପିଲାଛୁଆଙ୍କ ପାଠପଢ଼ା ଖର୍ଚ୍ଚ ଅଛି । ହେଲେ ଏବେ ମାସେ ହେଲା ଟଙ୍କାଟିଏ ବି ରୋଜଗାର ନାହିଁ । ଅଣ୍ଟିରେ ବି ଶହେ ଟଙ୍କା ନାହିଁ । ଏପଟେ ପେଟ ପୋଡ଼ି ଯାଉଛି । ହେଲେ ପିଲାଛୁଆଙ୍କୁ ଖାଇବାକୁ ଗଣ୍ଡେ ଦେଇପାରୁନୁ । ୟାଠୁ ଅଧିକ ଭୟ ସାଜିଛି କରୋନା ସଂକ୍ରମଣ । ଆମେ ରହୁଥିବା ସ୍ଥାନର ହାଲତ ନ କହିବା ଭଲ । ଜୀବନ ବଞ୍ଚାଇବାକୁ ଏଠି ରୀତିମତ ସଂଘର୍ଷ ଚାଲିଛି । ସେପଟେ ଅଙ୍ଗନବାଡି କର୍ମୀ ଠିକଣା ଭାବେ ସର୍ଭେ କରୁନାହାନ୍ତି ।

   ସମ୍ବନ୍ଧିତ ଖବର


ସେମିଳିଗୁଡ଼ା ପୋଲିସକୁ ବଡ଼ ସଫଳତା, ୫୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ

ରାଉରକେଲା ସ୍କର୍ପିଓ ପୋଡି ଘଟଣା; ଗୋମାଂସ ଚାଲାଣ ସନ୍ଦେହରେ ଦୁର୍ବୃତ୍ତ ଜାଳିଥିଲେ ଗାଡି, ଡ୍ରାଇଭର ସମେତ ୪ ଗିରଫ

କଟକ ସହର ପାଇଁ ଆଉ ଏକ ବିଦ୍ୟୁତ ଯୋଗାଣ ବ୍ୟବସ୍ଥା : ସ୍କିପ୍ସ ପ୍ରୋଜେକ୍ଟରେ ପ୍ରଥମ ଗ୍ରୀଡ୍ ଲୋକାର୍ପିତ

ଲଭ ଜିହାଦକାରୀଙ୍କୁ ଯୋଗୀ ରୋକଠୋକ୍‌ ଶୁଣାଇଲେ ରାମ ନାମ ସତ୍ୟ ହୈ…ସୁଧୁରି ନଗଲେ ହୋଇଯିବ ଶେଷ

ନୀଳଗିରିକୁ ଝାଡଖଣ୍ଡି ହାତୀପଲଙ୍କ ଆଗମନ ଆଶଙ୍କା, ଦନ୍ତା ହାତୀ ଆସିବୁଲି ଫେରିଯିବା ପରେ ବଢିଲା ଚିନ୍ତା…

ଯଦି ଭଗବାନ ବି ମୁଖ୍ୟମନ୍ତ୍ରୀ ହୋଇଯାଆନ୍ତି ତେବେ ୧୦୦ ପ୍ରତିଶତ ଚାକିରି ଦେବାରେ ବିଫଳ ହେବେ: ଗୋଆ ମୁଖ୍ୟମନ୍ତ୍ରୀ