PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଦଳିଲେ ବିଏମସି କମିଶନର, ସଞ୍ଜୟ କୁମାର ସିଂହ ହେଲେ ନୂଆ କମିଶନର
  • ||
  • ବିନିକା : ପରିବା ବୋଝେଇ ପିକଅପ ଭ୍ୟାନକୁ ପିଟିଲା ଟ୍ରକ୍, ୩ ଗୁରୁତର
  • ||
  • ରାଜସୁନାଖଳା : ବନ୍ଧୁକ ମୁନରେ ଦମ୍ପତିଙ୍କୁ ଲୁଟ୍
  • ||
  • କେନ୍ଦୁଝର : କେନ୍ଦୁଝର ଜେଲରେ ପଶିଲା କରୋନା, ୯ କଏଦୀ ପଜିଟିଭ ଚିହ୍ନଟ
  • ||
  • ମାଲକାନଗିରି : ମାଓବାଦୀଙ୍କ ବର୍ବରକାଣ୍ଡ, ଯବାନଙ୍କୁ ଗଳାକାଟି ହତ୍ୟା
  • ||
  • ବୋରିଗୁମ୍ମା : ବୋରିଗୁମ୍ମା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଟିକା ନେବାକୁ ଛକାପଞ୍ଝା, ସାମାଜିକ ଦୂରତାକୁ ଫୁ, ଯେତିକି ଆସୁଛି ଅଣ୍ଟୁନି, ସ୍ଥାନୀୟ ଲୋକେ ଅସନ୍ତୋଷ
  • ||
  • ଭୁବନେଶ୍ଵର : ରାଜ୍ୟରେ ପୁଣି ୧୦ ହଜାର ଟପିଲା ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦ ହଜାର ୯୮୨ ପଜିଟିଭ୍, ସଂକ୍ରମିତଙ୍କ ସଂଖ୍ୟା ୫ଲକ୍ଷ ୬୫ ହଜାର ପାର୍
  • ||
  • ଭୁବନେଶ୍ଵର : ଓଡ଼ିଶାରେ ଆଉ ୧୭ ମୁଣ୍ଡ ନେଲା କରୋନା, ମୃତ୍ୟୁ ସଂଖ୍ୟା ୨୨୩୨କୁ ବୃଦ୍ଧି
  • ||

ଆଜି ଝାଡ଼ଖଣ୍ଡ ଭୋଟ ଗଣତି, କିଏ ଗଢ଼ିବ ସରକାର ?

ରାଞ୍ଚି ୨୩/୧୨: ଆଜି ଝାଡଖଣ୍ଡ ବିଧାନସଭା ନିର୍ବାଚନର ଭୋଟ ଗଣତି ହେବ । ୮୧ ଆସନ ବିଶିଷ୍ଟ ବିଧାନସଭା ପାଇଁ ନଭେମ୍ବର ୩୦ରୁ ଡିସେମ୍ବର ୨୦ ମଧ୍ୟରେ ୫ଟି ପର୍ଯ୍ୟାୟରେ ଭୋଟ ଗ୍ରହଣ କରାଯାଇଥିଲା । ସକାଳ ୮ଟାରୁ ସମସ୍ତ ୨୪ଟି ଯାକ ଜିଲ୍ଲାର ମୁଖ୍ୟାଳୟରେ ଭୋଟଗଣନା କରାଯିବ । ଭୋଟ ଗଣତି ପାଇଁ ନିର୍ବାଚନ କମିଶନଙ୍କ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ମଧ୍ୟାହ୍ନ ସୁଦ୍ଧା ପ୍ରାଥମିକ ଫଳାଫଳ ମିଳିବା ସମ୍ଭାବନା ଅଛି ।

ଏକ୍‌ଜିଟ ପୋଲ ରିପୋର୍ଟରେ କଂଗ୍ରେସ-ଜେଏମ୍‌ଏମ୍‌-ଆରଜେଡି ମେଣ୍ଟ ସରକାର ଗଠନ କରିବା କଥା କୁହାଯାଇଥିଲେ ମଧ୍ୟ ବିଜେପି ପୁଣିଥରେ ସରକାର ଗଢ଼ିବ ବୋଲି ଦୃଢ଼ ଆଶାବାଦୀ ଅଛି । ସମସ୍ତଙ୍କ ନଜର ଜାମସେଦପୁର (ପୂର୍ବ) ଆସନ ଉପରେ ରହିଛି । ୧୯୯୫ମସିହାରୁ ଏହି ଆସନରୁ ମୁଖ୍ୟମନ୍ତ୍ରୀ ରଘୁବର ଦାସ ବିଜୟୀ ହୋଇଆସିଛନ୍ତି ।ଏଥର କିନ୍ତୁ ତାଙ୍କୁ ଟକ୍କର ଦେଇଛନ୍ତି ପୂର୍ବତନ ମନ୍ତ୍ରୀ ସରଯୁ ରାୟ । ଶ୍ରୀ ରାୟଙ୍କୁ ବିଜେପି ଟିକେଟ ନଦେବାରୁ ସେ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ପ୍ରାର୍ଥୀ ହୋଇଛନ୍ତି । ୨୦୧୪ ନିର୍ବାଚନରେ ବିଜେପି ୩୭ଟି ଆସନ ପାଇଥିଲା ବେଳେ ୫ ଆସନ ପାଇଥିବା ଅଲ୍‌ ଝାଡଖଣ୍ଡ ଷ୍ଟୁଡେଣ୍ଟସ୍‌ ୟୁନିଅନ (ଏଜେଏସ୍‌ୟୁ) ସମର୍ଥନରେ ସରକାର ଗଢ଼ିଥିଲା ।