‘ଖୁଦା ହାଫିଜ୍‌’କୁ ନେଇ ଉତ୍ସାହିତ ଆକ୍ସନ୍‌ ବୟ ‘ବିଦ୍ୟୁତ’: ଆଜି ହେବ ଓଟିଟି ପ୍ଲାଟ୍‌ଫର୍ମରେ ରିଲିଜ

ମୁମ୍ବାଇ ୧୪/୦୮: ‘ଫୋର୍ସ, ‘କମାଣ୍ଡୋ-୨’, ‘ଜଙ୍ଗଲି’ ଭଳି ଫିଲ୍ମ ମାଧ୍ୟମରେ ବଲିଉଡ୍‌ରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ଆକ୍ସନ୍‌ ବୟ ବିଦ୍ୟୁତ ଜମାଲ । ଆଜି ତାଙ୍କ ଅଭିନୀତ ‘ଖୁଦା ହାଫିଜ୍‌’ ରିଲିଜ୍‌ ହେବାକୁ ଯାଉଛି । ସତ୍ୟ ଘଟଣା ଉପରେ ଆଧାରିତ ଏହି ଆକ୍ସନ୍‌ ଥ୍ରିଲରରେ ତାଙ୍କୁ ରୋମାଣ୍ଟିକ ଅନ୍ଦାଜରେ ଦେଖିବାକୁ ମିଳିବ ।

ଏ ସଂପର୍କରେ ବିଦ୍ୟୁତ୍‌ କହିଛନ୍ତି, ‘ ଖୁଦା-ହାଫିଜ୍‌’କୁ ନେଇ ଉତ୍ସାହିତ ଅଛି । ଲୋକେ ମୋତେ ମୋର ଷ୍ଟଣ୍ଟ ପାଇଁ ଜାଣନ୍ତି। କିନ୍ତୁ ଏଥିରେ ମୋର ଭିନ୍ନ ଚେହେରା ସେମାନେ ଦେଖିବାକୁ ପାଇବେ । ଯିଏ ଷ୍ଟଣ୍ଟ କରିପାରେ ସେ ତାର ପ୍ରେମକୁ ବଞ୍ଚାଇବାକୁ ଯେକୌଣସି ପଦକ୍ଷେପ ନେଇପାରେ ।’ ଫିଲ୍ମରେ ବିଦ୍ୟୁତ୍‌ଙ୍କ ନାୟିକା ସାଜିଛନ୍ତି ଶିବାଲିକା ଓବରୟ । ଫାରୁକ କବିର ନିର୍ଦ୍ଦେଶନାରେ ଅଛନ୍ତି । ଡିଜନି ପ୍ଲସ୍‌ ହଟଷ୍ଟାରରେ ଏହା ମୁକ୍ତିଲାଭ କରିବ ।

   ସମ୍ବନ୍ଧିତ ଖବର


ଅକ୍ଷୟଙ୍କ ପୁଣି ଆଉ ଏକ ରେକର୍ଡ

ଡ୍ରଗ୍ସ ମାମଲା: କମେଡିଆନ୍ ଭାରତୀ ସିଂ ଓ ତାଙ୍କ ସ୍ବାମୀ ହର୍ଷଙ୍କୁ ମିଳିଲା ଜାମିନ୍

ଭାରତୀ ଓ ତାଙ୍କ ସ୍ବାମୀଙ୍କୁ ‘ବେଲ୍‌ ନା ଜେଲ’, ଆଜି ହେବ ଶୁଣାଣି

ପ୍ରଯୋଜକଙ୍କ ନାଁରେ ଅଭିଯୋଗ , ଅଭିନେତ୍ରୀ କହିଲେ – ମୁଁ ବହୁତ ଆଘାତ ପାଇଛି

ଡ୍ରଗ୍ସ ସପ୍ଲାୟରର ମହା ଖୁଲାସା ! ସେକ୍ସ ଇଚ୍ଛା ବଢ଼ାଇବା ଓ ସ୍ଲିମ୍‌ ହେବାକୁ ଅଭିନେତ୍ରୀମାନେ ନେଉଛନ୍ତି ଏହି ନିଶା

ଡ୍ରଗ୍ସ ମାମଲା : କମେଡିଆନ ଭାରତୀ ସିଂହ ଓ ପତି ହର୍ଷଙ୍କୁ ପଠାଗଲା ନ୍ୟାୟିକ ହେପାଜତ , କାଲି ହେବ ଜାମିନ୍‌ ଶୁଣାଣି