ଆଜିଠାରୁ ଆରମ୍ଭ ହେଉଛି ପବିତ୍ର ନବରାତ୍ରୀ: ପ୍ରଥମ ଦିନରେ ପୂଜା ପାଆନ୍ତି ମା’ଙ୍କର ପ୍ରଥମ ସ୍ୱରୂପ “ଶୈଳପୁତ୍ରୀ’’

ଭୁବନେଶ୍ବର ୧୭/୧୦: ସୃଷ୍ଟିର ଆଦିଶକ୍ତି- ମାଆ ଦୁର୍ଗା । ମା’ଙ୍କର ପ୍ରଥମ ସ୍ୱରୂପ ହେଉଛି “ଶୈଳପୁତ୍ରୀ’। ଶୈଳପୁତ୍ରୀଙ୍କ ଉପାସନାରୁ ହିଁ ଶାରଦୀୟ ନବରାତ୍ରର ଆରମ୍ଭ ହୋଇଥାଏ। ଦେବୀ ଶୈଳପୁତ୍ରୀ ଗିରିରାଜ ହିମାଳୟଙ୍କ ପୁତ୍ରୀ। ଧଳା ଓ ଦିବ୍ୟସ୍ୱରୂପ ସଦୃଶ ଦେବୀ ବୃଷଭ ଉପରେ ବିଦ୍ୟମାନ ହୋଇଥାନ୍ତି।

ଦେବୀ ଶୈଳପୁତ୍ରୀଙ୍କ ଡାହାଣ ହାତରେ ତ୍ରିଶୂଳ ଓ ବାମ ହାତରେ ପଦ୍ମଫୁଲ ସୁଶୋଭିତ। ପୁରାଣ ଅନୁସାରେ ଦେବୀ ଶୈଳପୁତ୍ରୀ ପୂର୍ବଜନ୍ମରେ ଦକ୍ଷ ପ୍ରଜାପତିଙ୍କ ପୁତ୍ରୀ ସତୀ ଥିଲେ । ଯାହାଙ୍କର ବିବାହ ଭଗବାନ ଶିବଶଙ୍କରଙ୍କ ସହ ହୋଇଥିଲା । ସତୀଙ୍କ ପିତା ଦକ୍ଷଙ୍କ ଦ୍ୱାରା ଆୟୋଜିତ ଯଜ୍ଞରେ ଭଗବାନ ଶିବଙ୍କୁ ସେ ଆମନ୍ତ୍ରଣ କରିନଥିଲେ । ଯାହାଦ୍ୱାରା ଯଜ୍ଞବେଳେ ଶିବଙ୍କର ଅପମାନ ହୋଇଥିଲା । ଫଳରେ ଶିବପତ୍ନୀ ସତୀ ଯଜ୍ଞ ଅଗ୍ନିରେ ନିଜ ଶରୀରକୁ ଭସ୍ମ କରିଦେଇଥିଲେ । ପରଜନ୍ମରେ ସେ ଗିରିରାଜ ହିମାଳୟ ପୁତ୍ରୀଭାବେ ଅବତାରିତ ହେଲେ । ପରେ ସେ ଶୈଳପୁତ୍ରୀ ଭାବେ ବିଦିତ ହେଲେ ।

ଦେବୀ ଶୈଳପୁତ୍ରୀଙ୍କୁ ପାର୍ବତୀ ମଧ୍ୟ କୁହାଯାଏ । ଯିଏ ଭଗବାନ ଶଙ୍କରଙ୍କର ଅର୍ଦ୍ଧାଙ୍ଗିନୀ। ମାଆଙ୍କ ଏହି ସ୍ୱରୂପ ଜୀବନରେ ଅନାସକ୍ତ ରହିବାକୁ ସନ୍ଦେଶ ଦେଇଥାଏ । କଠିନ ସଂଘର୍ଷରେ ମଧ୍ୟ ଧୈର୍ଯ୍ୟ, ଆଶା ଓ ବିଶ୍ୱାସର ସହ ଆଗକୁ ବଢ଼ିବାକୁ ପ୍ରରଣା ଦେଇଥାଏ । ମାଆଙ୍କ ଶ୍ୱେତ ସ୍ୱରୂପ ଆମକୁ ସତ୍‌ ପ୍ରବୃତ୍ତି ପାଇଁ ମାର୍ଗଦର୍ଶନ କରିଥାଏ । ମାଆଙ୍କ ବାହନ ବୃଷଭ ହେଉଛନ୍ତି ଧର୍ମର ପ୍ରତୀକ । ସତ୍‌ ପ୍ରବୃତ୍ତି ହିଁ ଧର୍ମ । ବାମ ହାତରେ ପଦ୍ମ ପବିତ୍ର କାମ କରିବାର ସନ୍ଦେଶ ଦିଏ । ଡାହାଣ ହାତର ତ୍ରିଶୂଳ ମଣିଷଠାରେ ଥିବା ସମସ୍ତ ବିକୃତିକୁ ନଷ୍ଟ କରିଥାଏ । ମାଆଙ୍କ ଦିବ୍ୟ ସ୍ୱରୂପର ଧ୍ୟାନ ଦ୍ୱାରା ମନ ପରିମାର୍ଜିତ ହୁଏ । ବିନମ୍ରତା ଓ ସୌମ୍ୟତାର ବିକାଶ ହୋଇଥାଏ ।

   ସମ୍ବନ୍ଧିତ ଖବର


କରୋନାରୁ ରକ୍ଷା କରିବ ଏହି ‘ଛତୁ’–ଷ୍ଟାର୍ଟ ଅପ୍‌ କମ୍ପାନୀ ତିଆରି କଲେ ଇମ୍ୟୁନିଟି ବୁଷ୍ଟର

ଝିଟିପିଟିର ଦାମ୍‌ ୫୫ଲକ୍ଷ ଟଙ୍କା – ଚୋରୀ ହୋଇଯାଇଥିବା ଏହି ଜୀବକୁ ଉଦ୍ଧାର କଲା ପୁଲିସ୍‌ , ୨ଚୋର ଗିରଫ

ଅନ୍ଧବିଶ୍ୱାସର କରୁଣ ଦୃଶ୍ୟ … ନିଜ ୨୪ ବର୍ଷିୟ ପୁଅକୁ ବଳି ଦେଇଦେଲେ ମହିଳା !

ଭଙ୍ଗା ହାତରେ ଚା’ ବିକୁଛନ୍ତି ବୟସ୍କ ଦମ୍ପତି

ଏତେ ଭିଡ଼ରେ କରୋନା ବି ପଶି ପାରିବନି- ଏମିତି କହିଲେ ଆଇପିଏସ୍ ଅଫିସର

ଭାରତରେ ପ୍ରଥମ ଥର ଏହି ରାଜ୍ୟରେ ହେଲା ହେଙ୍ଗୁ ଚାଷ, ଖାଦ୍ୟରେ ଏହାକୁ ବ୍ୟବହାର କଲେ ବୃଦ୍ଧିପାଏ ହଜମଶକ୍ତି