ଆଜ ପବିତ୍ର ମାଘ ସପ୍ତମୀ ବୁଡ଼: ଚନ୍ଦ୍ରଭାଗାରେ ବୁଡ ପକାଇଲେ ଲକ୍ଷାଧିକ ଶ୍ରଦ୍ଧାଳୁ

କୋଣାର୍କ ୧/୨: ଆଜି ପବିତ୍ର ମାଘ ସପ୍ତମୀ । ତିନି ଠାକୁରଙ୍କ ସ୍ନାନ ପରେ ଭୋର ୪ଟାରୁ ଚନ୍ଦ୍ରଭାଗା ତୀର୍ଥ ପୁଷ୍କରିଣୀରେ ଅପେକ୍ଷାରତ ଶ୍ରଦ୍ଧାଳୁ ବୁଡ଼ ପକାଇଛନ୍ତିି । ଏହି ତୀର୍ଥ ପୁଷ୍କରିଣୀରେ ସ୍ନାନ କଲେ ସମସ୍ତ ପାପ କ୍ଷୟ ହୋଇ ମୁକ୍ତି ମିଳିଥାଏ ବୋଲି ବିଶ୍ୱାସ ରହିଛି । ଶୁକ୍ରବାର ଅପରାହ୍‌ଣରୁ ଚନ୍ଦ୍ରଭାଗା ମେଳା ପଡ଼ିଆରେ ରାଜ୍ୟ ଓ ରାଜ୍ୟ ବାହାରର ଶ୍ରଦ୍ଧାଳୁଙ୍କ ଭିଡ଼ ଜମିବାରେ ଥିବା । ଆଜି ଶନିବାର ପଡୁଥିବାରୁ ୫ ଲକ୍ଷରୁ ଅଧିକ ଶ୍ରଦ୍ଧାଳୁ ବୁଡ଼ ପକାଇ ଥିବା ଅନୁମାନ କରାଯାଉଛି । ଶ୍ରଦ୍ଧାଳୁମାନେ ପଡ଼ିଆ ନିକଟରେ ପଡ଼ିଥିବା ବିଭିନ୍ନ ଦୋକାନରୁ ରୋଷେଇ ସାମଗ୍ରୀ କିଣି ଅସ୍ଥାୟୀ ଚୁଲି ତିଆରି କରି ମାଟିହାଣ୍ଡିରେ ଭାତ ଓ ଡାଲମା ରୋଷେଇ କରି ଖାଇଥିଲେ । ପରେ ଏହି ହାଣ୍ଡିକୁ ହାଣ୍ଡିଭଙ୍ଗା ପୁଷ୍କରିଣୀରେ ଭାଙ୍ଗିଥିଲେ । ବାଉଁଶ ଓ ନଡ଼ିଆ ବରଡ଼ାରେ ତିଆରି ଛୋଟଛୋଟ କୁଡ଼ିଆରେ ଶ୍ରଦ୍ଧାଳୁମାନେ ରାତିସାରା ବିଶ୍ରାମ କରୁଥିବା ଦେଖିବାକୁ ମିଳିଥିଲା ।

ଶ୍ରୀ ଶ୍ରୀ ତ୍ରିବେଣୀଶ୍ୱର, ଶ୍ରୀ ଶ୍ରୀ ଦକ୍ଷିଣେଶ୍ୱର, ଶ୍ରୀ ଶ୍ରୀ ଇଶାଣେଶ୍ୱରଙ୍କ ଚଳନ୍ତି ପ୍ରତିମା ନିଜ ନିଜ ଆସ୍ଥାନରୁ ବାହାରି ଶୋଭାଯାତ୍ରାରେ ବଜାର ପରିକ୍ରମା କରି ଚନ୍ଦ୍ରଭାଗାରେ ପହଞ୍ଚିଥିଲେ । ତିନି ଠାକୁର ତୀର୍ଥ ଜଳରେ ସ୍ନାନ ପରେ ଅପେକ୍ଷାରତ ଶ୍ରଦ୍ଧାଳୁମାନେ ତୀର୍ଥରେ ବୁଡ଼ ପକାଇବେ । ବେଳାଭୂମିରେ ବିଭିନ୍ନ ସଂଗଠନ ପକ୍ଷରୁ ଷ୍ଟଲ୍‌ ଖୋଲାଯାଇଛି । କୌଣସି ଅଘଟଣକୁ ଏଡ଼ାଇବା ପାଇଁ ବେଳାଭୂମିରେ ଲାଇଫ୍‌ଗାର୍ଡ, ଅଗ୍ନିଶମ ବିଭାଗ ଓ ଆମ୍ବୁଲାନ୍ସ କର୍ମଚାରୀ ସଜାଗ ରହିଛନ୍ତି । ମେଳା ପଡ଼ିଆରେ ଏସ୍‌ପି ସାର୍ଥକ ଷଡ଼ଙ୍ଗୀ, ଡିଏସ୍‌ପି ଇଣ୍ଟେଲିଜେନ୍ସ ଉମାକାନ୍ତ ମଲ୍ଲିକ ଉପସ୍ଥିତ ରହି ସୁରକ୍ଷା ବ୍ୟବସ୍ଥା ଅନୁଧ୍ୟାନ କରିଥିଲେ । ସଂସ୍କୃତି ବିଭାଗ ପକ୍ଷରୁ ରାତିସାରା ସାଂସ୍କୃତିକ କାର୍ଯ୍ୟକ୍ରମ, ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ହଜିଲା ଖୋଜିଲା ମଂଚ ହୋଇଛି । ମାଘ ବୁଡ଼ ଉପଲକ୍ଷେ ଦୁଇ ଦିନ ସୂର୍ଯ୍ୟମନ୍ଦିର ପ୍ରବେଶ ଶୁଳ୍କ ଛାଡ଼ କରାଯାଇଛି । ଆଇନଶୃଙ୍ଖଳା ଓ ଟ୍ରାଫିକ ନିୟନ୍ତ୍ରଣ ପାଇଁ ପୁଲିସ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । କୋଣାର୍କ, ଚନ୍ଦ୍ରଭାଗାର ବିଭିନ୍ନ ସ୍ଥାନରେ ୨୯ ପ୍ଲାଟୁନ ଫୋର୍ସ ମୁତୟନ ହୋଇଥିବା ବେଳେ ଯାନବାହନ ଚଳାଚଳରେ କଟକଣା ଲାଗୁ କରାଯାଇଛି ।

   ସମ୍ବନ୍ଧିତ ଖବର


ପୁଣି କଳା ପଲସର ଆତଙ୍କ : ଗୁଳି ଫୁଟାଇ ଭୁଜାଲିରେ ହାଣି ଲୁଟିନେଲେ ୯ ଲକ୍ଷ ଟଙ୍କା

ଉଗ୍ରରୂପ ନେଲା ପାରିବାରିକ କଳହ : ହତ୍ୟା ପରେ ଯୁବକଙ୍କୁ ସ୍ତ୍ରୀ ଏବଂ ପୁଅ-ଝିଅ ପୋଡି ଦେଇଥିବା ଅଭିଯୋଗ

ରାଜ୍ୟ ପାଇଁ ଆଶ୍ବସ୍ତି ଖବର: ସୁସ୍ଥ ହେଲେ ଆଉ ୧୧୨ ଜଣ କରୋନା ଆକ୍ରାନ୍ତ, କେନ୍ଦ୍ରାପଡ଼ା ଜିଲ୍ଲାରୁ ସର୍ବାଧିକ

ଅର୍ଜୁନ ପୁରସ୍କାର ପାଇଁ ଦୀପଗ୍ରେସଙ୍କ ନାମ ସୁପାରିସ !

କରୋନା ସମୟରେ ପ୍ରଥମ ରାଜ୍ୟ ଭାବେ ଖେଳ ଆୟୋଜନ କରିବ ଓଡ଼ିଶା, ଟି-୧୦ ପ୍ରିମିୟର ଲିଗ୍ ପାଇଁ‌ ଅନ୍‌ଲାଇନ୍‌ରେ ଆବେଦନ

ଆସନ୍ତା ୮ ତାରିଖରେ ଓଡ଼ିଶାର ଜନସାଧାରଣଙ୍କୁ ସମ୍ବୋଧିତ କରିବେ ଅମିତ ଶାହ