ବିଜେପୁର ଉପନିର୍ବାଚନ ପାଇଁ ଆଜି ନବୀନ ନିବାସରେ ବୈଠକ

ଭୁବନେଶ୍ୱର ୨୩/୯: ବିଜେପୁର ଉପନିର୍ବାଚନ ତାରିଖ ଘୋଷଣା ପରେ ତିନି ରାଜନୈତିକ ଦଳର ପ୍ରସ୍ତୁତି ତେଜିଛି । ବିଜେପି ପକ୍ଷରୁ ଆଜି ରାଜ୍ୟ କାର୍ଯ୍ୟାଳୟରେ ଏ ପ୍ରସଙ୍ଗରେ ଚର୍ଚ୍ଚା ହୋଇଥିଲା ବେଳେ ବିଜେଡି ପକ୍ଷରୁ ଆସନ୍ତାକାଲି ଏ ନେଇ ନବୀନ ନିବାସରେ ବୈଠକ ବସୁଛି । ଆଜିର ବୈଠକରେ ବିଜେଡି ନିଜ ପ୍ରାର୍ଥୀଙ୍କ ନାମ ମଧ୍ୟ ଚୂଡ଼ାନ୍ତ କରିପାରେ ବୋଲି ସୂଚନା ମିଳିଛି ।

ବିଜେପୁର ପାଇଁ ନବୀନ ୪ଜଣ ନେତାଙ୍କୁ ନେଇ ଦଳ ଗଢ଼ିଛି ନିର୍ବାଚନ କମିଟି । ଏହି କମିଟିରେ ରହିଛନ୍ତି ବରିଷ୍ଠ ନେତା ତଥା ମନ୍ତ୍ରୀ ନିରଞ୍ଜନ ପୂଜାରୀ, ମନ୍ତ୍ରୀ ସୁଶାନ୍ତ ସିଂହ, କଳିକେଶ ନାରାୟଣ ସିଂହଦେଓ, ସଂଜୟ ଦାସବର୍ମା । ଏହି ନେତାମାନେ ହିଁ ବିଜେପୁର ପାଇଁ ବିଜେଡିର ରଣକୌଶଳ ପ୍ରସ୍ତୁତ କରିବେ ।

ନିର୍ବାଚନ ପ୍ରକ୍ରିୟାକୁ ପରିଚାଳନା କରିବେ । ଜିଲ୍ଲା ପର୍ଯ୍ୟବେକ୍ଷକ ଭାବେ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ମଧ୍ୟ ଗୁରୁ ଦାୟିତ୍ୱ ସମ୍ଭାଳିବେ । ଏହି ନେତାଙ୍କ ସହ ଆଉ କିଛି ବରିଷ୍ଠ ନେତାଙ୍କ ସହ ନବୀନଙ୍କ ସହ ବୈଠକରେ ସାମିଲ୍‌ ହେବେ ବୋଲି ସୂଚନା ମିଳିଛି । କଂଗ୍ରେସ ମଧ୍ୟ ଆସନ୍ତା ୨୪ରେ ବିଜେପୁର ପାଇଁ ଡାକିଛି ବୈଠକ ।

   ସମ୍ବନ୍ଧିତ ଖବର


ମାନବିକତାର ପରିଚୟ ଦେଲେ କୈଳାଶ, ଏଟିଏମରେ ଛାଡ଼ି ଯାଇଥିବା ଟଙ୍କାକୁ ଆତ୍ମସାତ୍‌ ନକରି ସୋସିଆଲ ମିଡିଆରେ ଜଣାଇଲେ

୩ ମିନିଟ୍‌ ମଧ୍ୟରେ ଦେଢଲକ୍ଷ ଟଙ୍କାର ସୁନା ଚେନ୍‌ ଚୋରି କରି ଚମ୍ପଟ ମାରିଲେ ମା’ ଓ ଝିଅ: ସିସିଟିଭିରେ ଧରାପଡିଲା ଚୋରଣୀଙ୍କ କାରନାମା

ପୁଣି ୧୫ ମୁଣ୍ଡ ନେଲା କରୋନା, ମୃତ୍ୟୁସଂଖ୍ୟା ୧୨୨୯କୁ ବୃଦ୍ଧି

ରାଜ୍ୟରେ ଚିହ୍ନଟ ହେଲେ ୧୬୯୫ ନୂଆ ଆକ୍ରାନ୍ତ: ସଂକ୍ରମିତଙ୍କ ସଂଖ୍ୟା ୨ ଲକ୍ଷ ୭୯ ହଜାର ଟପିଲା

ପୁଲିସର‘ଦାଦାବଟିକୁ ନା’ ଅଭିଯାନ: ବନ୍ଧା ହେଲେ ଚାରି ପୁରୁଣା ଅପରାଧୀ,ଦୁର୍ଦ୍ଦାନ୍ତ ବିକା ଓ ଟିଟୋ ଗ୍ୟାଙ୍ଗ୍‌ର କାଲାବାବୁ ଗିରଫ

ପୂର୍ବତନ ଆଇଏଏସ୍‌ ଡ. ବି. ଭେଙ୍କଟରମଣଙ୍କ ପରଲୋକ