ପାର୍ବଣ ପରେ ବଢ଼ିଲା କରୋନା: ପୁଣି ଚିହ୍ନଟ ହେଲେ ୧୫୪୭ ଜଣ ଆକ୍ରାନ୍ତ, ସଂକ୍ରମିତଙ୍କ ସଂଖ୍ୟା ୨ ଲକ୍ଷ ୮୮ ହଜାର ଟପିଲା

ଭୁବନେଶ୍ୱର, ୩୦/୧୦: ସାବଧାନ ହୋଇ ଯାଆନ୍ତୁ, ବିଶେଷଜ୍ଞଙ୍କ ଆଶଙ୍କା ସତ ହେଉଛି । ପୂଜା ପରେ କରୋନା ପୁଣି ବଢୁଛି। ପୂଜାର ୫ ଦିନ ପୂର୍ବରୁ ସବୁଦିନ ୧୫୦୦ରୁ କମ୍‌ ସଂକ୍ରମିତ ହେଉଥିବା ବେଳେ ଏବେ ଲଗାତାର ୨ ଦିନ ହେଲା ସଂକ୍ରମଣ ବଢୁଛି । କରୋନା ସଂକ୍ରମଣ କମିଛି ସତ ମୃତ୍ୟୁରେ ବ୍ରେକ୍‌ ଲାଗୁନି । ୨୪ ଘଣ୍ଟା ରାଜ୍ୟରେ ୩୦ ଟି ଜିଲ୍ଲାରୁ ୧୫୪୭ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୮୯୧ ଜଣ କ୍ୱାରେଣ୍ଟାଇନ୍‌ରେ ଥିବା ବେଳେ ୬୫୬ ରୋଗୀ ସ୍ଥାନୀୟ ସଂକ୍ରମିତ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୨ ଲକ୍ଷ ୮୮ ହଜାର ୬୪୬ କୁ ବୃଦ୍ଧି କରିଛି। ଏ ନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

୨୪ଘଣ୍ଟା ମଧ୍ୟରେ ଓଡ଼ିଶାରୁ ୧୫୪୭ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସଂପୃକ୍ତ ଆକ୍ରାନ୍ତ ମଧ୍ୟରୁ ଖୋର୍ଦ୍ଧାରୁ ୧୫୯ ଜଣ, କଟକରୁ ୯୮ ଜଣ, ଅନୁଗୁଳରୁ ୯୫ ଜଣ, ଜଗତସିଂହପୁରରୁ ୮୯ ଜଣ,ମୟୂରଭଞ୍ଜରୁ ୮୮ ଜଣ, ବାଲେଶ୍ବର ଓ ବଲାଙ୍ଗୀରରୁ ୭୯ ଜଣ ଲେଖାଏଁ, କେନ୍ଦୁଝରୁ ୭୧ ଜଣ, ଯାଜପୁରରୁ ୭୦ ଜଣ, କେନ୍ଦ୍ରାପଡ଼ାରୁ ୬୧ ଜଣ,ପୁରୀ ଓ ନୂଆପଡ଼ା ଜିଲ୍ଲାରୁ ୫୯ ଜଣ ଲେଖାଏଁ, ସୁନ୍ଦରଗଡ଼ରୁ ୫୮ ଜଣ, ଭଦ୍ରକରୁ ୪୩ ଜଣ, ଢ଼େଙ୍କାନାଳରୁ ୪୦ ଜଣ, ଝାରସୁଗୁଡା ଓ କଳାହାଣ୍ଡିରୁ ୩୭ ଜଣ ଲେଖାଏଁ, ବରଗଡ଼ରୁ ୩୫ ଜଣ, ନୟାଗଡ଼ରୁ ୩୪ ଜଣ, ନବରଙ୍ଗପୁରରୁ ୩୦ ଜଣ, ଗଞ୍ଜାମ ଓ କନ୍ଧମାଳରୁ ୨୪ ଜଣ ଲେଖାଏଁ, ସମ୍ବଲପୁରରୁ ୨୩ ଜଣ, ସୋନପୁରରୁ ୨୨ ଜଣ, ଦେବଗଡ଼ରୁ ୧୭ ଜଣ,ମାଲକାନଗିରିରୁ ୧୭ ଜଣ, ବୌଦ୍ଧରୁ ୧୨ ଜଣ,ରାୟଗଡ଼ାରୁ୯ ଜଣ, ଗଜପତିରୁ ୮ ଜଣ ଏବଂ ଷ୍ଟେଟ୍ ପୋଲ୍‌ରୁ ୩୩ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୨ ଲକ୍ଷ ୮୮ ହଜାର ୬୪୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରୁ ୧୫ ହଜାର ୨୪୭ ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୨ ଲକ୍ଷ ୭୨ ହଜାର ୦୩୮ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ୧୨୯୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫୩ ଜଣଙ୍କ ମୃତ୍ୟୁ ଅନ୍ୟ ରୋଗ ଯୋଗୁଁ ହୋଇଛି। ଏବେ ସୁଦ୍ଧା ରାଜ୍ୟରେ ୪୫ ଲକ୍ଷ ୦୮ ହଜାର ୦୬୫ ସାମ୍ପୁଲ ଟେଷ୍ଟ୍ ହୋଇଛି।

   ସମ୍ବନ୍ଧିତ ଖବର


କାହାକୁ ନଜଣାଇ ଲୁଚିଛପି କିମ ଜୋଙ୍ଗ ଉନ ନିଜ ପରିବାର ସହ ନେଇଗଲେ କରୋନା ଟିକା, ଜାଣନ୍ତୁ କେଉଁଠୁ ପାଇଲେ ସେ ଟିକା ?

ସୁର Vs ସମ୍ବିତ – ଏମିତି ଚେତାବନୀ ଦେଲେ ସୁର କହିଲେ ଆତ୍ମାକୁ ବାଧିଲା.. ୧୫ ଦିନ ସମୟ ଦେଲୁ ନହେଲେ

ଥରେ କି ଦୁଇଥର ନୁହେଁ ଏବେ ତୃତୀୟଥର ପାଇଁ କରୋନାକୁ ମାତ୍ ଦେଲେ ଏହି ମହିଳା, ବୟସ ଜାଣିଲେ ଆଶ୍ଚର୍ଯ୍ୟ ହେବେ…

ଦେଶର ସମସ୍ତ ଲୋକଙ୍କୁ ମିଳିବନି କରୋନା ଟିକା: କେନ୍ଦ୍ର ସ୍ବାସ୍ଥ୍ୟସଚିବ

ତୃତୀୟ ପର୍ଯ୍ୟାୟରେ ଏମସ୍‌ର ଡାକ୍ତର ନେଲେ କୋଭାକ୍ସିନ୍‌ ଟିକା- କହିଲେ ଏହାର ପାର୍ଶ୍ୱ ପ୍ରତିକ୍ରିୟା ନାହିଁ

ସୁଧୁରୁଚି ଦେଶର ଅର୍ଥନୀତି, ଲଗାତାର ଭାବେ ଦ୍ବିତୀୟ ମାସରେ ୧ ଲକ୍ଷ କୋଟି ପାରକଲା GST କଲେକସନ୍ …