ଓଡ଼ିଶାରେ ଶହେ ତଳକୁ ଖସିଲା ପଜିଟିଭଙ୍କ ସଂଖ୍ୟା, ୨୪ ଘଣ୍ଟାରେ ଚିହ୍ନଟ ହେଲେ ଆଉ ୯୯ ଜଣ ଆକ୍ରାନ୍ତ

ଭୁବନେଶ୍ୱର,୨୬/୦୧ : କରୋନା ମହାମାରୀ କବଳରୁ ଓଡ଼ିଶା ମୁକୁଳିବାରେ ଲାଗିଛି । ଯାହାର ଫଳ ସ୍ୱରୂପ ଏବେ ଚିକିତ୍ସାଧୀନ ଥିବା ରୋଗୀଙ୍କ ସଂଖ୍ୟାରେ ବଡ ଧରଣର ହ୍ରାସ ଘଟିଛି । ୭ ମାସ ପରେ ଶହେ ତକକୁ ଖସିଛି ଦୈନିକି କରୋନା ପଜିଟିଭଙ୍କ ସଂଖ୍ୟା। ୨୪ ଘଣ୍ଟା ରାଜ୍ୟରେ ୧୯ ଟି ଜିଲ୍ଲାରୁ ମାତ୍ର ୯୯ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୫୮ ଜଣ କ୍ୱାରେଣ୍ଟାଇନ୍ରେ ଥିବା ବେଳେ ୪୧ ଜଣ ରୋଗୀ ସ୍ଥାନୀୟ ସଂକ୍ରମିତ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩ ଲକ୍ଷ ୩୪ ହଜାର ୫୨୯ କୁ ବଢ଼ିଛି। ଏ ନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।
Covid-19 Report For 25th January, 2021
— I & PR Department, Odisha (@IPR_Odisha) January 26, 2021
New Positive Cases: 99
In quarantine: 58
Local contacts: 41
(Details of local contacts will be shared by concerned District Administration)
District Wise Cases:
1. Angul: 6
2. Balasore: 7
3. Bargarh: 3
4. Balangir: 1
5. Boudh: 1
ଓଡ଼ିଶାରେ ଦୈନିକି କରୋନା ସଂକ୍ରମିତଙ୍କ ସଂଖ୍ୟା ସାତ ମାସ ପରେ ଶହେ ତଳକୁ ଖସିଛି। ୨୪ ଘଣ୍ଟା ମଧ୍ୟରେ ୧୯ଟି ଜିଲ୍ଲାରୁ ୯୯ ଜଣ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି। ସଂପୃକ୍ତ ସଂକ୍ରମିତଙ୍କ ମଧ୍ୟରୁ ସୁନ୍ଦରଗଡ଼ରୁ ୨୦ ଜଣ, ଖୋର୍ଦ୍ଧାରୁ ୧୪ ଜଣ, ସମ୍ବଲପୁରରୁ ୯ ଜଣ, କଟକ ଓ ନୂଆପଡ଼ାରୁ ୮ ଜଣ ଲେଖାଏଁ, ବାଲେଶ୍ବରରୁ ୭ ଜଣ, ଅନୁଗୁଳରୁ ୬ ଜଣ, ଯାଜପୁର ଓ ପୁରୀ ଜିଲ୍ଲାରୁ ୪ ଜଣ ଲେଖାଏଁ, ବରଗଡ଼, ମୟୂରଭଞ୍ଜ ଓ ରାୟଗଡ଼ା ଜିଲ୍ଲାରୁ ୩ ଜଣ ଲେଖାଏଁ, ବଲାଙ୍ଗୀର, ବୌଦ୍ଧ, ଢ଼େଙ୍କାନାଳ, ଗଞ୍ଜାମ, ଝାରସୁଗୁଡ଼ା, କନ୍ଧମାଳ ଓ କୋରାପୁଟ ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଷ୍ଟେଟ୍ ପୋଲ୍ ୩ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।
19. Sundargarh: 20
— I & PR Department, Odisha (@IPR_Odisha) January 26, 2021
20. State Pool: 3
New recoveries: 140
Cumulative tested: 7588603
Positive: 334529
Recovered: 331284
Active cases: 1286
ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୩ ଲକ୍ଷ ୩୪ ହଜାର ୫୨୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥି ମଧ୍ୟରୁ ୧ ହଜାର ୧୮୬ ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୩ ଲକ୍ଷ ୩୧ ହଜାର ୨୮୪ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ୧୯୦୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫୩ ଜଣଙ୍କ ମୃତ୍ୟୁ ଅନ୍ୟ ରୋଗ ଯୋଗୁଁ ହୋଇଛି। ଏବେ ସୁଦ୍ଧା ରାଜ୍ୟରେ ୭୫ ଲକ୍ଷ ୮୮ ହଜାର ୬୦୩ ସାମ୍ପୁଲ ଟେଷ୍ଟ୍ ହୋଇଛି।