PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : CHSE ଅଫିସରେ ସମ୍ମୁଖରେ ହାତ କାଟିଲେ ଛାତ୍ରୀ, ହସ୍ପିଟାଲରେ ଭର୍ତ୍ତି
  • ||
  • ସମ୍ବଲପୁର : ଭିଜିଲାନ୍ସ ପଞ୍ଝାରେ OCCL ସିନିୟର ମ୍ୟାନେଜର, ଆୟ ବର୍ହିଭୁକ୍ତ ସମ୍ପତ୍ତି ଠୁଳ ଅଭିଯୋଗ
  • ||
  • ଗଞ୍ଜାମ: ରାତି ଅଧରେ ବିଭତ୍ସ ହତ୍ୟା, ଶୋଇଥିବା ବେଳେ ଯୁବକଙ୍କୁ ହାଣିବା ପରେ ମୁହଁକୁ ପଥରରେ ଛେଚି ହତ୍ୟା
  • ||
  • ଖୋର୍ଦ୍ଧା: ସଦର ଥାନା ତାପଙ୍ଗ ଗ୍ରାମରେ ଖୁଦୁରୁକୁଣୀକୁ ନେଇ ଗଣ୍ଡଗୋଳ ଜଣକୁ ହତ୍ୟା
  • ||
  • ଭୁବନେଶ୍ୱର: ୨୪ ଘଣ୍ଟା ମଧ୍ୟରେ ଆଉ ୫୧୦ ଜଣ ପଜିଟିଭ୍ ଚିହ୍ନଟ, ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୨୦ ହଜାର ପାର୍
  • ||
  • ଭୁବନେଶ୍ୱର: ରାଜ୍ୟରେ ଆଉ ୬ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୪୧କୁ ବୃଦ୍ଧି
  • ||
  • ଭୁବନେଶ୍ୱର: ଖୋଲା ଡ୍ରେନ୍‌ରେ ଛାତ୍ର ଭାସିଯିବା ଘଟଣା, ୧୮ ଘଣ୍ଟା ପରେ ଠାବ ହେଲା ରାଜାଙ୍କ ମୃତଦେହ
  • ||
  • ବୁର୍ଲା : ଭିସୁଟ୍‌ରେ ପଶିଲା କରୋନା, କୁଳପତିଙ୍କ ସମେତ ୨ ଛାତ୍ର ଆକ୍ରାନ୍ତ ଚିହ୍ନଟ
  • ||
  • ଭୁବନେଶ୍ୱର : ଆଗାମୀ ୧୦ ଦିନ ମଧ୍ୟରେ ବଙ୍ଗୋପସାଗରରେ ଏକାଧିକ ଘୁର୍ଣ୍ଣିବଳୟର ସୃଷ୍ଟି, ଓଡିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା
  • ||
  • ଅନୁଗୁଳ : ବନ୍ଦ କ୍ୱାର୍ଟର୍ସରେ ଲୁଚାଇ ରଖିଥିଲେ, ଏକ୍ସପାରି ହେବା ପରେ ରାତାରାତି ଗାଡ଼ି ଗାଡ଼ି ଔଷଧ ଫିଙ୍ଗି ଦେଲେ…
  • ||
  • ପୁରୀ : ଆଜି ଶ୍ରୀମନ୍ଦିରରେ ଇନ୍ଦ୍ର ଗୋବିନ୍ଦ ବନ୍ଦାପନା
  • ||
  • ପିପିଲି : ଆଜିଠୁ ଜମିବ ଉପନିର୍ବାଚନ ପ୍ରଚାର, ମଇଦାନକୁ ଓହ୍ଲାଇବେ ତିନି ଦଳର ଷ୍ଟାର ପ୍ରଚାରକ
  • ||

‘ଅଭିମନ୍ୟୁ’ଙ୍କ ସାରଥି ‘ବିଜୁବାବୁ’: ଆଜି ପରଦାକୁ ଆସିବ ଓଡ଼ିଆ ଚଳଚ୍ଚିତ୍ର ‘ବିଜୁବାବୁ’

image description

ଭୁବନେଶ୍ୱର,୨୮ା୩(ବ୍ୟୁରୋ): ନିର୍ବାଚନ ପୂର୍ବରୁ ପରଦାରେ ‘ବିଜୁବାବୁ’ । ବନ୍ଦେ ଉତ୍କଳ ଜନନୀ କହି ମୈଦାନରେ ପାଦ ରଖିଛନ୍ତି କଳିଙ୍ଗ ଷଣ୍ଢ । ତାଙ୍କର ଆଗମନରେ ରକ୍ଷା ପାଇବ କି ‘ଅଭମିନ୍ୟୁ’ । କେନ୍ଦ୍ରାପଡ଼ା ଚକ୍ରବ୍ୟୂହରେ ଫସିଥିବା ଏ ଅଭିମନ୍ୟୁର ସାରଥୀ ସାଜିବେ କି ବିଜୁବାବୁ । ଓଡ଼ିଶା ରାଜନୀତିରେ ଏ ରୋଚକ ଚର୍ଚ୍ଚା ବେଶ୍‌ ଖୋରାକ ଯୋଗାଇଛି । କେନ୍ଦ୍ରାପଡ଼ା ନିର୍ବାଚନ ରଣାଙ୍ଗନରେ ବିଜେଡିରୁ ଲୋକସଭା ପ୍ରାର୍ଥୀ ହୋଇଛନ୍ତି ଓଲଉିଡର ମେଗାଷ୍ଟାର୍‌ ଅନୁଭବ ମହାନ୍ତି । ସବୁ କଳ୍ପନ ଜଳ୍ପନାର ଅନ୍ତ ଘଟାଇ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଅନୁଭବଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କରି ଷ୍ଟାର୍‌ କାର୍ଡ ଖେଳିଛନ୍ତି ।

ସେପଟେ ଶଙ୍ଖ ଫୁଙ୍କିବା ଛାଡ଼ି ପଦ୍ମପୋଖରୀ ବୁଡ଼ ପକାଇଥିବା ଭେଟେରାନ୍‌ ବୈଜୟନ୍ତ ପଣ୍ଡା ତାଙ୍କ ବିପକ୍ଷରେ ବିଜେପିରୁ ପ୍ରାର୍ଥୀ ହୋଇଛନ୍ତି । ପୂର୍ବରୁ ବୈଜୟନ୍ତ ସେହି ଆସନରେ ବିଜେଡିରୁ ଲଢି ବିଜୟ ହୋଇଥିବାବେଳେ ଏଥର ଫଳ କ’ଣ ହେବ ତାହା କହି ହେଉନି । ମାତ୍ର ବୈଜୟନ୍ତ ଜିତିବାର ଭରସା ରଖି ଆଶା ବାନ୍ଧି ବସିଛନ୍ତି । ତେଣୁ ତାଙ୍କୁ ଚେକ୍‌ ଦେବାକୁ ଯାଇ ବିଜେଡି ଶେଷରେ ଅନୁଭବଙ୍କୁ ଟିକେଟ୍‌ ଦେଇଛି । ସେଥିପାଇଁ କେନ୍ଦ୍ରାପଡ଼ାରେ ‘ଶକ୍ତି’ କାର୍ଯ୍ୟକ୍ରମ ମଞ୍ଚରେ ଅନୁଭବଙ୍କୁ ସୁଯୋଗ ଦେଇଥିଲା ବିଜେଡି । ପରେ ସେ ହିଁ ସେହିଠାରୁ ପ୍ରାର୍ଥୀ ହେବେ ବୋଲି ଚର୍ଚ୍ଚା ହେଉଥିଲା, ଯାହାର ସମାପ୍ତି ଘଟିଛି । ଟିକେଟ୍‌ ପାଇ ଅନୁଭବ କହିଛନ୍ତି, ମୁଁ ନବୀନ ବାବୁଙ୍କ ଜଣେ ଲଢ଼ୁଆ ସୈନିକ ହୋଇ କାମ କରିବି । ରାଜନୀତି ସମୀକ୍ଷକ କହିଛନ୍ତି, ରିଲ୍‌ରେ ‘ଅଭିମନ୍ୟୁ’ ଭୂମିକା ତୁଲାଇଥିବା ଅନୁଭବ ରାଜନୀତି ଚକ୍ରବ୍ୟୂହରେ ଫସିଯିବେ ନା’ ଭେଦ କରିପାରିବେ । ଯଦି ଫସିବେ, ତାଙ୍କୁ କିଏ ମୁକୁଳାଇବ । ଏହାଶୁଣି ସିନେପ୍ରେମୀ କହିଛନ୍ତି, ଅଭିମନ୍ୟୁଙ୍କୁ ମୁକୁଳାଇବାକୁ ଫ୍ଲୋର୍‌ରେ ‘ବିଜୁବାବୁ’ ଠିଆ ହୋଇଛନ୍ତି । ଆସନ୍ତାକାଲି ଅନୁଭବଙ୍କ ଅଭିନୀତ ଓଡ଼ିଆ ଚଳଚ୍ଚିତ୍ର ‘ବିଜୁବାବୁ’ ସାରା ଓଡ଼ିଶାରେ ମୁକ୍ତିଲାଭ କରୁଛି ।

ପଦ୍ମଶ୍ରୀ ଡ. ନୀଳମାଧବ ପଣ୍ଡାଙ୍କ ଏହା ପ୍ରଥମ ଓଡ଼ିଆ ଫିଚର୍‌ ଚଳଚ୍ଚିତ୍ର । ଯାହା ବିଜୁ ପଟ୍ଟନାୟକଙ୍କର ଆତ୍ମକାହାଣୀ ନୁହେଁ ବରଂ ତାଙ୍କର ବିଚାରଧାରା, ସ୍ପିରିଟ୍‌ ଏବଂ ଆକର୍ଷିତ କରିବା ଭଳି ବ୍ୟକ୍ତିତ୍ୱ ଉପରେ ପର୍ଯ୍ୟବେସିତ । ସିନେମାରେ ବିଜୁବାବୁଙ୍କ ଭୂମିକାରେ ଅଶ୍ରୁମୋଚନ ମହାନ୍ତି ଅଭିନୟ କରିଥିବାବେଳେ ନାୟକ ଭୂମିକାରେ ଅନୁଭବ ଏବଂ ନାୟିକା ଭୂମିକାରେ ସୁପ୍ରିୟା ନାୟକ ଅଭିନୟ କରିଛନ୍ତି । ଏଥିରେ ୪ଟି ଆକର୍ଷଣୀୟ ଗୀତ ସାଙ୍ଗକୁ ଡ୍ରାମା, ଆକ୍ସନ୍‌, ରୋମାନ୍ସ ଏବଂ କମେଡି ଭରପୁର ମସଲା ରହିଛି । ସିନେମାରେ ନବୀନଙ୍କ ଲୋକପ୍ରିୟ ଡାଏଲଗ୍‌ ‘ଆପଣ ଖୁସି ତ’କୁ ନେଇ ଏକ ଗୀତ ହୋଇଥିବା ବି ଶୁଣିବାକୁ ମିଳୁଛି । ଆସନ୍ତାକାଲି ରିଲିଜ୍‌ ପରେ ଜଣାପଡ଼ିବ ‘ବିଜୁବାବୁ’ ଅଭିମନ୍ୟୁଙ୍କ ଉପରେ କେତେ କୃପା ଦୃଷ୍ଟି ପକାଉଛନ୍ତି ଆଉ କେମିତି ଚକ୍ରବ୍ୟୂହ ଭେଦ କରି ତାଙ୍କୁ ନର୍ବିାଚନୀ ବୈତରଣୀ ପାର୍‌ କରାଉଛନ୍ତି ।

ଅନେକ କହିଛନ୍ତି, ମଉକା ଦେଖି ଚଉକା ମାରିବା ଲକ୍ଷ୍ୟରେ ରହିଛନ୍ତି ଅନୁଭବ । ପ୍ରଚାର ପାଇଁ ଏହାଠୁ ଆଉ ଭଲ୍‌ ସୁଯୋଗ କିଛି ହୋଇନପାରେ । ଆଉ କିଛି କହିଛନ୍ତି, ଜାତୀୟସ୍ତରରେ ମୋଦିଙ୍କ ବାୟୋପିକ୍‌କୁ ବିରୋଧ ହେଉଥିବାବେଳେ ଏଠି ବିଜୁବାବୁଙ୍କ ନାଁରେ ହୋଇଥିବା ଫିଲ୍ମ କେମିତି ରିଲିଜ୍‌ ହେଉଛି । ଯାହା ବି ହେଉ ପୁତ୍ରଙ୍କଠାରୁ ଟିକେଟ୍‌ ପାଇ ବାପାଙ୍କ ଉପରେ ଭରସା ରଖି ଚକ୍ରବ୍ୟୁହକୁ ଭେଦ କରିବାକୁ ଯାଉଛନ୍ତି ଅଭିମନ୍ୟୁ । ପୂର୍ବରୁ ଅନୁଭବଙ୍କ ଧର୍ମପତ୍ନୀ ତଥା ଅଭିନେତ୍ରୀ ବର୍ଷା ମଧ୍ୟ ‘ନିମ୍‌କି’- ନିମ୍‌ପୁରର ନବୀନ ନିବାସ’ ନାଁରେ ଚଳଚ୍ଚିତ୍ର କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଯେହେତୁ ଗତ ଥର ଟିକେଟ୍‌ ପାଇଥିବା ଷ୍ଟାର୍‌ମାନଙ୍କ ଟିକେଟ୍‌ କଟିବ ବୋଲି ଶୁଣିବାକୁ ମିଳିଥିଲା ଏବଂ ନବୀନ ମହିଳାଙ୍କୁ ଅଗ୍ରାଧିକାର ଦେବାକୁ ଘୋଷଣା କରିଥିଲେ ତେଣୁ ଅନୁଭବ ବୁଦ୍ଧି ବିଚାରି ବର୍ଷାଙ୍କୁ ଏ ଦିଗକୁ ଟାଣିବାର ପ୍ରୟାସ କରିଥିଲେ । କେବଳ ସେତିକି ନୁହେଁ ସୋସିଆଲ୍‌ ମିଡିଆରେ ‘ହକ୍‌ ମାଗୁଛି ଓଡ଼ିଶା’ ନାମରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ କରି କେନ୍ଦ୍ର ସରକାରଙ୍କୁ ଜବାବ ମାଗିଥିଲେ ଅନୁଭବ । ଯାହା ଲୋକପ୍ରିୟତା ହାସଲ କରିଥିଲା । ପରେ ବିଜେଡି ତାକୁ କ୍ୟାମ୍ପେନ୍‌ କରିଥିଲା । ଅନୁଭବ ୨୦୧୩ ଏପ୍ରିଲ୍‌ ୨୭ରେ ବିଜେଡିରେ ଯୋଗ ଦେଇଥିଲେ । ୨୦୧୪ ଜୁନ୍‌ରେ ସେ ରାଜ୍ୟସଭାକୁ ସଦସ୍ୟ ଭାବେ ମନୋନୀତ ହୋଇଥିଲେ ।