ଆଜି ରାଜ୍ୟ ବଜେଟ୍: ବିଧାନସଭାରେ ପୂର୍ଣ୍ଣାଙ୍ଗ ବଜେଟ୍ ଆଗତ କରିବେ ଅର୍ଥମନ୍ତ୍ରୀ ନିରଂଜନ ପୂଜାରୀ

ଭୁବନେଶ୍ୱର ୧୮/୨: ଆଜି ଓଡ଼ିଶା ସରକାର ବିଧାନସଭାରେ ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ରାଜ୍ୟ ବଜେଟ୍‌ ଉପସ୍ଥାପନ କରିବେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ପଞ୍ଚମ ପାଳି ବିଜେଡି ସରକାରର ଏହି ଦ୍ୱିତୀୟ ବଜେଟକୁ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଆଗତ କରିବେ । ବଜେଟ୍‌ର ଆକାର ୧.୫୦ ଲକ୍ଷ କୋଟି ଟଙ୍କା ଟପିବ ବୋଲି ଆକଳନ କରାଯାଉଛି । ୨୦୧୯-୨୦ରେ ରାଜ୍ୟ ବଜେଟ୍‌ ୧.୩୯ ଲକ୍ଷ କୋଟି ଟଙ୍କାର ଥିଲା । ଯଦିଓ ଏବେ ରାଜ୍ୟର ଆର୍ଥିକ ସ୍ଥିତି ସେତେଟା ସ୍ୱଚ୍ଛଳ ନାହିଁ, ତଥାପି ଜନତାଙ୍କ ସ୍ୱାର୍ଥ ରକ୍ଷାକୁ ଦୃଷ୍ଟିରେ ରଖି ସରକାର କେତେକ ଜନହିତକର ଯୋଜନା ଆଣିପାରନ୍ତି ବୋଲି ଅର୍ଥ ବିଶାରଦମାନେ ଆକଳନ କରୁଛନ୍ତି ।

file image

ସୂଚନା ଥାଉକି, ୨୦୧୯-୨୦ରେ ରାଜ୍ୟର ବିକାଶ ହାର ୬.୧୬%କୁ ଖସିବ ବୋଲି ଆଜି ପ୍ରକାଶିତ ଅର୍ଥନୈତିକ ସର୍ଭେ ରିପୋର୍ଟରେ ସରକାର ଦର୍ଶାଇଛନ୍ତି । ଏଣୁ ରାଜ୍ୟର ବିକାଶ ହାରକୁ ପୂର୍ବ ବର୍ଷଗୁଡ଼ିକ ଭଳି ତ୍ୱରାନ୍ୱିତ କରିବାକୁ ମଧ୍ୟ ବଜେଟ୍‌ରେ ଅର୍ଥମନ୍ତ୍ରୀ ଶ୍ରୀ ପୂଜାରୀ କେତେକ ସଂସ୍କାର ପଦକ୍ଷେପ ଘୋଷଣା କରିବେ ବୋଲି ଆଶା କରାଯାଉଛି ।

   ସମ୍ବନ୍ଧିତ ଖବର


ନାଗାର୍ଜୁନ ବେଶ- ନିଷ୍ଠା ବଳରେ ମହାପ୍ରଭୁଙ୍କ ଏକ ଲକ୍ଷ ଅକ୍ଷତ ଅରୁଆ ଚାଉଳ ବଛା ଏବଂ କ୍ଷୀରି ପ୍ରସ୍ତୁତି

ଗୁରୁତ୍ୱପୂର୍ଣ୍ଣ ଫାଇଲ ଚରିଯାଇଛନ୍ତି ଊଈ- ଶିକ୍ଷାଧିକାରୀ କାର୍ଯ୍ୟାଳୟର କର୍ମଚାରୀଙ୍କ ମନମୁଖୀ କାର୍ଯ୍ୟ

୧୯୬୦ରେ କରିଥିଲେ ମାଟ୍ରିକ ପାସ୍‌- ସରକାରୀ ଚାକିରି ନକରି ପିଲାଙ୍କୁ ଦେଉଥିଲେ ଶିକ୍ଷାଦାନ, ଏବେ …

ଏଇ ଓଡିଶାରେ ଯୁବକ ଦେଉଛନ୍ତି ୨୫ ଟଙ୍କାରେ ପେଟପୁରା ସ୍ୱାଦିଷ୍ଟ ଖାଦ୍ୟ- ୧୦ ଟଙ୍କାରେ ସୁପ୍‌

କୂଳପତି ପଦ ପାଇଁ ଆଶାୟୀ ରାଜବନରେ ଦେଇଥିଲେ ଲିଖିତ ପରୀକ୍ଷା, ଏତିକିଟି ପ୍ରଶ୍ନର ଉତ୍ତର ରଖିଲେ ଆଶାୟୀ…

ଲିଭର ପ୍ରତ୍ୟାରୋପଣ ପାଇଁ ସମ ହସ୍ପିଟାଲ ଓ ଏସିଆନ ଇନ୍ଷ୍ଟିଚ୍ୟୁଟ ଅଫ ଗ୍ୟାଷ୍ଟ୍ରୋଏନଟେରୋଲୋଜି (ଏଆଇଜି ) ମଧ୍ୟରେ ବୁଝାମଣା ସ୍ଵାକ୍ଷରିତ