PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଇରଙ୍ଗପୁର : ବିଶୋଇ ଅସନାରେ ଓଲଟାଲ ବସ୍‌ , ପଛରୁ ଟ୍ରକ୍‌ ଧକ୍କା ଦେବାରୁ ଭାରସାମ୍ୟ ହରାଇ ଓଟଲିଲା ବସ୍‌ , ୨ଗୁରୁତର , ୫ ଆହତ
  • ||
  • ଖୋର୍ଦ୍ଧା : ଜଟଣୀ ବେଣାପଞ୍ଜରୀ ଗାଁରେ କମେଣ୍ଟ ମରାକୁ କେନ୍ଦ୍ର କରି ବୋମା ମାଡ଼ , ୩ ଆହତ , ଘଟଣା ସ୍ଥଳରେ ପୁଲିସ୍‌ ମୁତୟନ
  • ||
  • ବାଲେଶ୍ବର: ବସିଲା କଙ୍ଗାରୁ କୋର୍ଟ, ବିଧବା ମହିଳାଙ୍କ ମଥାରେ ଦିଆଗଲା ସିନ୍ଦୁର
  • ||
  • ରୁଷ‌୍‌ର ମସ୍କୋରେ ଭାରତ ଖୋଲିଲା ଊର୍ଜା ଅଫିସ୍‌ , କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରଚେଷ୍ଟାରେ ଉଦ୍‌ଘାଟିତ
  • ||
  • ବ୍ରହ୍ମପୁର ବାଲିପଦାରେ ବିଧବା ମହିଳାଙ୍କୁ ବିଭତ୍ସ ହତ୍ୟା , ଜମି ବିବାଦରୁ ସଂପର୍କୀୟ ହତ୍ୟା କରିଥିବା ସନ୍ଦେହ
  • ||
  • ପ୍ରଧାନମନ୍ତ୍ରୀ ମୋଦି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମଧ୍ୟରେ ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ଆଲୋଚନା , ସ୍ୱାଧିନତାର ୭୫ ବର୍ଷ ପୂର୍ତ୍ତି ପାଳନ ପ୍ରସ୍ତୁତି ନେଇ ଏହି ଆଲୋଚନା ଚାଲିଛି
  • ||
  • ବାସୁଦେବପୁର: ଛାତ୍ରଛାତ୍ରୀଙ୍କ ମଧ୍ୟାନ୍ନ ଭୋଜନ ଅର୍ଥ ହଡପ ଘଟଣାରେ କାନ୍ଥିସାହି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅରୁଣ କୁମାର ନାୟକଙ୍କୁ କାର୍ଯ୍ୟରୁ ନିଲମ୍ବିତ କଲେ ବିଇଓ
  • ||
  • ଭୁବନେଶ୍ବର: ରାଜଧାନୀରେ ଲୁଟ୍ ରୋକିବେ ସ୍ପେଶାଲ-୨୬, ନୂଆ ଟିମ୍ ଗଠନ ନେଇ ସୂଚନା ଦେଲେ ଭୁବନେଶ୍ବର ଡିସିପି ଉମାଶଙ୍କର ଦାସ
  • ||
  • ଗୁଣୁପୁର:ସନ୍ଦେହ ଜନକ ଅବସ୍ଥାରେ ବିବାହିତା ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର, ହତ୍ଯା ଅଭିଯୋଗ ଆଣିଲେ ବାପଘର ଲୋକ
  • ||
  • ସମ୍ବଲପୁର:ବୁର୍ଲା ସାଇଫୋନ ଅଞ୍ଚଳରେ ଥିବା ଜଙ୍ଗଲରେ ଲାଗିଲା ଅଗ୍ନିକାଣ୍ଡ, ନିଆଁ ଆଁରେ ଜଳିଗଲା ଅନେକ ଗଛ
  • ||
  • କଟକ: ଚୌଦ୍ବାର ଓଟିଏମ୍ କାରଖାନା ପରିସରରେ ଅଗ୍ନିକାଣ୍ଡ, ନିଆଁକୁ ଆୟତ୍ତ ପାଇଁ ଅଗ୍ନିଶମ ଟିମ୍ ନିୟୋଜିତ
  • ||
  • ରାଉରକେଲା: ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଦିଲ୍ଲୀପ ରାୟ କରୋନା ପଜିଟିଭ, ଟ୍ବିଟ୍ କରି ସୂଚନା ଦେଲେ
  • ||
  • ଭୁବନେଶ୍ଵର : ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଦିଲ୍ଲୀପ ରାୟ କରୋନା ପଜିଟିଭ
  • ||
  • ଫୁଲବାଣୀ: ମନରେଗା କାମ କରି ବର୍ଷେ ହେଲା ପାରିଶ୍ରମିକ ପାଇନାହାନ୍ତି ୫୦ରୁ ଉର୍ଦ୍ଧ୍ବ ମହିଳା, ଜିଲ୍ଲାପାଳଙ୍କୁ ଜଣାଇଲେ ଅଭିଯୋଗ କଲେ ମହିଳା
  • ||
  • ଯାଜପୁର ରୋଡରେ କର୍ମଜୀବୀ ମହିଳା ନିବାସକୁ ଭର୍ଚୁଆଲ ମାଧ୍ୟମରେ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, ନିବାସରେ ୧୦୦ଶଯ୍ୟା ବ୍ୟବସ୍ଥା ରହିଛି
  • ||
  • ମାଲକାନଗିରି: ମହିଳା ଦିବସରେ ଘରବାଡି ପଟ୍ଟା ପାଇଁ ମାଲକାନଗିରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ କଲେ ଶତାଧିକ ମହିଳା
  • ||
  • ମାଲକାନଗିରି: ଜିଲ୍ଲାରେ ପ୍ରଥମ ଥର ପାଇଁ ମହିଳା ପୁଲିସଙ୍କ ‘ନିର୍ଭୟା ପେଟ୍ରୋଲିଂ’ ଟିମ୍କୁ ସବୁଜ ପତକା ଦେଖାଇ ଏସପି ଋଷିକେଶ ଡି ଖିଲାରୀ,
  • ||
  • ନୀଳଗିରି କଲେଜର ପର୍ଯ୍ୟଟନ ଓ ଆତିଥ୍ୟତା ବିଭାଗର ଶିକ୍ଷାର ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନ୍ଧାର, ଦୁଇବର୍ଷ ଧରି ବାହରୁନି ପରୀକ୍ଷା ଫଳ,କଲେଜ ଆଗରେ ବସିଲେ ଧାରଣା, ଦୁଇ ଛାତ୍ର ଛାତ୍ରୀ ଅସୁସ୍ଥ
  • ||
  • ବଲାଙ୍ଗୀର: ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଚିକିତ୍ସା ଅବହେଳା ଯୋଗୁଁ ରୋଗୀଙ୍କ ମୃତ୍ୟ ଅଭିଯୋଗ ଆଣି ସମ୍ପର୍କୀୟଙ୍କ ହୋହାଲ୍ଲା, ପୁଲିସ ମୁତୟନ
  • ||
  • ଭୁବନେଶ୍ବର: ୨ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ମହାମହିମ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ରାଜଭବନରେ କରିବେ ରାତ୍ରିଯାପନ
  • ||

ISL-7: ଆଜି ହାଇଦ୍ରାବାଦକୁ ଭେଟିବ ଓଡ଼ିଶା ଏଫ୍‌ସି

ଭୁବନେଶ୍ୱର, ୨୩/୧୧ : ଚଳିତ ଇଣ୍ଡିଆନ ସୁପର ଲିଗ୍‌ରେ ଆଜି ଓଡ଼ିଶା ଏଫ୍‌ସି ଅଭିଯାନ ଆରମ୍ଭ କରିବାକୁ ଯାଉଛି । ହାଇଦ୍ରାବାଦ ଏଫ୍‌ସି ବିପକ୍ଷରେ ସିଜନର ପ୍ରଥମ ମ୍ୟାଚ୍‌ ଖେଳିବାକୁ ଯାଉଥିବା ଓଡ଼ିଶା ଏଫ୍‌ସି ଶ୍ରେଷ୍ଠ ପ୍ରଦର୍ଶନ ସହ ବିଜୟ ଖାତା ଖୋଲିବାକୁ ଲକ୍ଷ୍ୟ ରଖିଛି ।

ଉଭୟ ଦଳ ଗତ ସିଜନର ପ୍ରଦର୍ଶନକୁ ଭୁଲି ଶକ୍ତିଶାଳୀ ଦଳ ରୂପେ ପ୍ରମାଣିତ କରିବାକୁ ଯୋଜନା କରିଛନ୍ତି । ହାଇଦ୍ରାବାଦ ଏଫସି ପାଇଁ ଗତ ସିଜନ ନୈରାଶ୍ୟପୂର୍ଣ୍ଣ ରହିଥିଲା । ମୋଟ୍‌ ୧୮ଟି ଲିଗ୍‌ ମ୍ୟାଚ୍‌ରୁ ହାଇଦ୍ରାବାଦ କେବଳ ୨ଟିରେ ବିଜୟ ସ୍ୱାଦ ଚାଖିଥିଲା । ୧୨ଟି ମ୍ୟାଚ୍‌ରେ ପରାଜୟର ସାମ୍ନା କରିଥିଲା । ଅନ୍ୟ ୪ଟି ମ୍ୟାଚ୍‌ ଡ୍ର’ ରଖିବାରେ ସଫଳ ହୋଇଥିଲା। ଦୁର୍ବଳ ରକ୍ଷଣଭାଗ ଯୋଗୁ ହାଇଦ୍ରାବାଦ ଏଫ୍‌ସି ଗତ ସିଜନ୍‌ରେ ମୋଟ୍‌ ୩୯ଟି ଗୋଲ୍‌ ଖାଇଥିଲା । ଓଡ଼ିଶା ଏଫ୍‌ସି ମଧ୍ୟ ପଛରେ ନଥିଲା । ଓଡ଼ିଶା ଏଫ୍‌ସକୁ ୩୧ଟି ଗୋଲ୍‌ର ବୋଝ ସହ୍ୟ କରିବାକୁ ପଡ଼ିଥିଲା ।

ଏଥର ସମୟ ବଦଳିଛି । ନୂଆ ଖେଳାଳି ଦଳକୁ ଆସିଛନ୍ତି । ରକ୍ଷଣଭାଗ ସହ ଆଟାକ୍‌ରେ ମଧ୍ୟ ଉନ୍ନତି ହୋଇଛି । ଓଡ଼ିଶା ଏଫ୍‌ସି କୋଚ୍‌ ଷ୍ଟୁଆର୍ଟ ବାକ୍ସଟର କହିଛନ୍ତି ଯେ, ଗତ ବର୍ଷର ପ୍ରଦର୍ଶନକୁ ଭୁଲି ଆମେ ଆଗକୁ ବଢୁଛୁ । ୩୧ଟି ଗୋଲ୍‌ ଆମ ପାଇଁ କେବଳ ସଂଖ୍ୟା ହୋଇପାରେ । ଏଥର ସବୁ ବଦଳିଯିବ । ଆମେ ପ୍ରସ୍ତୁତ । ନୂଆ ହାଇଦ୍ରାବାଦ ଦଳ ଏଫ୍‌ସିକୁ ସାମ୍ନା କରିବାକୁ ଯାଉଛୁ । ଆମ ଫରୱାର୍ଡ ବିଭାଗରେ ଯଥେଷ୍ଟ ବିକଳ୍ପ ରହିଛି । ବ୍ରାଜିଲ ଷ୍ଟ୍ରାଇକର ଡିଏଗୋ ମୋରାସିଓ ଓ ମର୍ସେଲିନୋଙ୍କ ଭଳି ଖେଳାଳି ଆମ ନିକଟରେ ରହିଛନ୍ତି । ମୁହୂର୍ତ୍ତକ ମଧ୍ୟରେ ମ୍ୟାଚ୍‌ ଫଳାଫଳ ବଦଳାଇବାର କ୍ଷମତା ଏମାନଙ୍କ ନିକଟରେ ରହିଛି ।

ହାଇଦ୍ରାବାଦ କୋଚ୍‌ ମାନୁଏଲ ମାକ୍ୱେର୍ଜ ରୋକା କହିଛନ୍ତି ଯେ, ପୂର୍ବ ପ୍ରଦର୍ଶନକୁ ନେଇ ଆମେ ଚିନ୍ତା କରୁନୁ । ବର୍ତ୍ତମାନ ଆମ ନିକଟରେ ଏକ ଯୁବ ଦଳ ରହିଛି । ଦଳ ମଧ୍ୟରେ ତାଳମେଳ ରହିଛି । ପ୍ରତ୍ୟେକ ଖେଳାଳି ନିଜ ନିଜ ଦାୟିତ୍ୱ ସହ ଭଲ ଭାବେ ପରିଚିତ ଅଛନ୍ତି । ପ୍ରଥମ ମ୍ୟାଚ୍‌ ଜିତିବା ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ । ରୋହିତ ଡାନ୍‌, ଲିଷ୍ଟନ କୋଲାକୋ ଓ ଆକାଶ ମିଶ୍ରାଙ୍କ ଭଳି ଯୁବ ପ୍ରତିଭା ଆଗାମୀ ଦିନର ଭବିଷ୍ୟତ ।

ଆଜି ଓଡ଼ିଶା ଏଫ୍‌ସି ପକ୍ଷରୁ ଜାକବ ଟ୍ରେଟ୍‌ ଓ ଜେରୀ ଅନୁପସ୍ଥିତ ରହିବେ । ସେହିପରି ଫ୍ରାନ୍‌ସିସ୍କୋ ସେର୍ଡଜାଙ୍କ ବିନା ହାଇଦ୍ରାବାଦ ଗ୍ରାଉଣ୍ଡକୁ ଓହ୍ଲାଇବ ।

ଓଡ଼ିଶା ଏଫ୍‌ସି ଦଳ: ଅର୍ସଦୀପ ସିଂହ, କମଲଜୀତ ସିଂହ, ରବି କୁମାର, ଅଙ୍କିତ ଭୂୟାଁ(ଗୋଲ୍‌ କିପର) । ଷ୍ଟିଭେନ ଟେଲର, ସୌରଭ ମେହେର, ଗୌରବ ବୋରା, କମଲପ୍ରୀତ ସିଂହ, ମହମ୍ମଦ ସାଜିଦ, ଜର୍ଜ ଡି ସୁଜା, ଶୁଭମ ଷଡ଼ଙ୍ଗୀ, ଜାକବ, ହେଣ୍ଡ୍ରି ଆଣ୍ଟୋନି(ଡିଫେଣ୍ଡର) । ବାଓରିଙ୍ଗଡୋ ବୋଡୋ, କୋଲ ଆଲେକଜାଣ୍ଡର, ଇସାକ ଭାନଲାଲରୁଆଫେଲା, ଜେରୀ ମାହ୍ୱିମଗଙ୍ଗଥାଙ୍ଗା, ଏସ ଲାଲରେଜୁଆଲା, ନନ୍ଦକୁମାର ସେକର, ପଲ ରାମଫଙ୍ଗଜୁଆଭା, ସାମୁଏଲ ଲାଲମୁନପୁଇଆ, ବିନିତ ରାଏ, ଥୋଇବା ସିଂ(ମିଡ ଫିଲ୍ଡର), ଡିଏଗୋ ମରିସିଓ, ମାନୁଏଲ ଓନଉ, ଡାନିଏଲ୍‌ ଲାଲିମ୍ପୁଇଆ, ଲୈସ୍ରମ ସିଂ, ମର୍ସେଲୋ ପେରେରା(ଫରୱାର୍ଡ) ।