ଆଜିଠୁ ଏସ୍‌ସିବିରେ ପିଜି ପରୀକ୍ଷା ଆରମ୍ଭ, ହୋଇଛି ଆଇସୋଲେସନ୍‌ ହଲ୍‌ ବ୍ୟବସ୍ଥା

କଟକ ୬/୦୬: ଆଜି ଠାରୁ ଏସ୍‌ସିବି ମେଡିକାଲ କଲେଜରେ ଆରମ୍ଭ ହେବ ପିଜି ପରୀକ୍ଷା । ପାଖାପାଖି ୨ଶହ ଛାତ୍ରଛାତ୍ରୀ ପରୀକ୍ଷା ଦେବେ । ଆସନ୍ତା ୬ ତାରିଖ ୮, ୧୦ ଓ ୧୨ ତାରିଖରେ ଥିଓରି ପରେ ପ୍ରାକ୍ଟିକାଲ ପରୀକ୍ଷା କରାଯିବ । ଚଳିତବର୍ଷ ପରୀକ୍ଷା ନିମନ୍ତେ ସାମାଜିକ ବ୍ୟବଧାନ ଉପରେ ଗୁରୁତ୍ୱ ଦିଆଯାଇଥିବା ବେଳେ ଆଇସୋଲେସନ୍‌ ହଲ୍‌ ପ୍ରସ୍ତୁତ କରାଯାଇଛି ।

କରୋନା ଅବରୋଧ ଅଞ୍ଚଳରେ ଡ୍ୟୁଟି କରୁଥିବା ପିଜି ଡାକ୍ତରମାନଙ୍କୁ ଆଇସୋଲେସନ୍‌ ହଲ୍‌ରେ ବସି ପରୀକ୍ଷା ଦେବେ ବୋଲି ଜଣାପଡିଛି । ମେଡିକାଲ କଲେଜର କମ୍ୟୁନିଟି ମେଡିସିନ୍‌ ବିଭାଗର ୧୧ଜଣ ପିଜି ଡାକ୍ତର କରୋନା ଅବରୋଧ ଅଞ୍ଚଳ ସହିତ ରାଜ୍ୟର କୋଭିଡ୍‌ ହସ୍ପିଟାଲରେ ଡ୍ୟୁଟି କରୁଛନ୍ତି । ସେମାନଙ୍କୁ ଏହି ଆଇସୋଲେସନ୍‌ ହଲ୍‌ରେ ପରୀକ୍ଷା ଦେବେ ବୋଲି ଜଣାପଡିଛି । ଏହାବାଦ୍‌ ଦିଲ୍ଲୀରୁ ଫେରିଥିବା ଜଣେ ପିଜି ଡାକ୍ତରଙ୍କୁ ମଧ୍ୟ ଏହି ହଲ୍‌ରେ ରଖାଯିବ । ସେହିପରି ସାମାଜିକ ବ୍ୟବଧାନ ରଖି ଛାତ୍ରଛାତ୍ରୀମାନେ ପରୀକ୍ଷା ଦେବାକୁ ବ୍ୟବସ୍ଥା କରାଯାଇଛି ।

   ସମ୍ବନ୍ଧିତ ଖବର


ଇଜ୍ଜତ ନେବି ବଦନାମ୍ କରିବି ‘ଶହେ କିଲୋମିଟର ଦୂରରୁ ଏମିତି ଧମକ ଦେଉଛି ଦୁର୍ବୃତ୍ତ’ ଅଥଚ- ଆତଙ୍କିତ ବିଧବା ମହିଳାଙ୍କୁ ମିଳୁନି ପୋଲିସ୍ ସୁରକ୍ଷା

ପରିବା କ୍ଷେତରୁ ବଜାର ପହଞ୍ଚିବା ପରେ ଦାମ ହେଇଯାଉଛି ଦୁଇଗୁଣା, ଜାଣନ୍ତୁ କଣ’ ରହିଛି କାରଣ…

ସ୍କୁଲ ଭିତରେ ଶିକ୍ଷୟିତ୍ରୀଙ୍କୁ ଦୁଷ୍କର୍ମ ଉଦ୍ୟମ, ଏସଏମ୍‌ସି ସଭାପତି ନାଁ ଥାନାରେ ଏତଲା

ଛକରେ ମା’କୁ ଛାଡ଼ିଗଲା ଅବିବେକୀ ପୁଅ; ମା’ ଆଖିରୁ ଶୁଖୁନି ଲୁହ…

ସୁନା କି ଚାନ୍ଦି ନୁହେଁ, ଏଥର ସିଲଭର୍‌ ସିଟିରେ ଝଲସିବ ଜରି ମେଢ଼: ଅଳଙ୍କାର ଓ ଜରି ମେଢ଼ କାରିଗରଙ୍କର ବଢିଛି ଚାହିଦା

ପ୍ରକାଶ ପାଇଲା ମାଟ୍ରିକ୍ ସପ୍ଲିମେଣ୍ଟାରି ପରୀକ୍ଷା ଫଳ