୨୧ରୁ ସର୍ବସାଧାରଣ ଶ୍ରୀମନ୍ଦିର ଦର୍ଶନ, ଆଜି ପ୍ରସ୍ତୁତି ବୈଠକ

ପୁରୀ,୧୭/୦୧: ୨୧ରୁ ଶ୍ରୀମନ୍ଦିର ଦର୍ଶନାର୍ଥୀଙ୍କ ପାଇଁ କୋଭିଡ୍ ନେଗେଟିଭ୍ ପ୍ରମାଣପତ୍ର ନଥାଇ ଦର୍ଶନ ବ୍ୟବସ୍ଥା ହେବାର ପ୍ରସ୍ତାବ ରହିଛି । ଏନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଘୋଷଣା ବି କରିଛନ୍ତି । ଜିଲ୍ଲା ପ୍ରଶାସନ ଆଉ ପୁଲିସ ପ୍ରଶାସନ ମିଳିତ ଭାବେ ଦର୍ଶନ ପରିଚାଳନାର ସୂକ୍ଷ୍ମ ଓ ସବିଶେଷ ରୂପରେଖ କରିବେ ବୋଲି ମୁଖ୍ୟ ପ୍ରଶାସକ ଘୋଷଣା କରିଛନ୍ତି । ଏଥିପାଇଁ ଜିଲ୍ଲାପାଳ ଆଜି ଏକ ବୈଠକ ଡାକିଛନ୍ତି ।
ବୈଠକରେ କୋଭିଡ୍ ସଂକ୍ରମଣ ମାତ୍ରା ଏବଂ ଦର୍ଶନାର୍ଥୀଙ୍କ ପାଇଁ କୋଭିଡ୍ ନେଗେଟିଭ୍ ପ୍ରମାଣପତ୍ର ବାଧ୍ୟତା ମୂଳକ କଟକଣା ପ୍ରତ୍ୟାହାର ପ୍ରସଙ୍ଗ ରହିଛି । ଦର୍ଶନାର୍ଥୀଙ୍କ ପାଇଁ ପାର୍କିଂ, ଶ୍ରୀମନ୍ଦିର ବାହାରେ ଓ ଭିତରେ ଗହଳି ନିୟନ୍ତ୍ରଣ, ବ୍ୟାରିକେଡିଂ, ଦର୍ଶନାର୍ଥୀଙ୍କୁ ସୁରକ୍ଷା ଆଦି ପ୍ରସଙ୍ଗ ଦର୍ଶନ ବ୍ୟବସ୍ଥା ଆଲୋଚନାରେ ସାମିଲ ହୋଇଛି ।
ସେହିଭଳି ବାହାରୁ ଯାତ୍ରୀ ନେଇ ଆସୁଥିବା ତୀର୍ଥଯାତ୍ରୀ ବସ୍, ଚାରିଚକିଆ ପାର୍କିଂ, ସହର ଭିତରେ ମୋଟର ସାଇକଲ ପାର୍କିଂ ଆଦି ପ୍ରସଙ୍ଗ ଉପରେ ଆଲୋଚନା ହେବ । ଏହି ବୈଠକରେ ଏସ୍ପି ବି ସାମିଲ ହେଉଛନ୍ତି ।