ଆଜିର ରାଶିଫଳ (୨/୩, ଶନିବାର)

ମେଷ-ନବମରେ ଚନ୍ଦ୍ରଙ୍କ ଚଳନ ହେତୁ କେତେକ କାର୍ଯ୍ୟରେ ବିଳମ୍ବ ରହିବ । ସାଂସାରିକ ଆନ୍ୟ ପାଇଁ ସମସ୍ୟାରେ ପଡ଼ିବେ । ଚାକିରିରେ ଅବହେଳା ରହିବ । ପରିବହନ, ଶିଳ୍ପ ଓ ବାଣିଜ୍ୟରେ ଆୟବ୍ୟୟ ସମାନ ରହିବ । ଶୁଭ ଅଙ୍କ-୯, ଶୁଭ ରଙ୍ଗ-ଲାଲ୍ ।
ବୃଷ- ଅଷ୍ଟମରେ ଚନ୍ଦ୍ରଙ୍କ ଗତିଶୀଳ ହେତୁ ପ୍ରତିକୂଳତା ଭିତରେ କର୍ମ କ୍ଷେତ୍ରରେ ଗତି କରିବେ । ସାଂସାରିକ ଋଣ ପ୍ରଭାବିତ ହୋଇପାରନ୍ତି । ପରିବହନ ଓ ବାଣିଜ୍ୟରେ କ୍ଷତି ହୋଇପାରେ । ଶୁଭଅଙ୍କ-୬, ଶୁଭ ରଙ୍ଗ-ସିଲ୍ଭର ।
ମିଥୁନ- ସପ୍ତମରେ ଚନ୍ଦ୍ରଙ୍କ ଗତିଶୀଳ ହେତୁ କର୍ମ କ୍ଷେତ୍ରରେ ଧନ ସମ୍ମାନ ମିଳିବ । ସାଂସାରିକ ବସ୍ତ୍ରାଦି ଆଭୁଷଣ ପ୍ରାପ୍ତି ହେବ । କଳା, ବିଜ୍ଞାନ ଓ ବାଣିଜ୍ୟରେ ସଫଳତା ମିଳିବ । ଶୁଭଅଙ୍କ-୧, ଶୁଭ ରଙ୍ଗ-ପିଙ୍କ୍ ।
କର୍କଟ- ଷଷ୍ଠ ଭାବରେ ଚନ୍ଦ୍ରଙ୍କ ଚଳନ ହେତୁ ଦୁଃସାହସିକ ଭିତ୍ତିରେ କର୍ମ ସମ୍ପାଦନ କରିବେ । ସାଂସାରିକ ସୁଖ ସମ୍ମାନ ପାଇବେ । ପରିବହନ ଓ ବାଣିଜ୍ୟରେ ଲାଭଜନକ ରହିବ । ଶୁଭଅଙ୍କ-୯, ଶୁଭ ରଙ୍ଗ-ମେରୁନ୍ ।
ସିଂହ- କୃଷ୍ଣପକ୍ଷ ପଞ୍ଚମରେ ଚନ୍ଦ୍ରଙ୍କ ଗତିଶୀଳ ହେତୁ ଅନିଶ୍ଚିତତା କାରଣରୁ କାର୍ଯ୍ୟ ଅଧୁରା ରହିବ । ସାଂସାରିକ ଖର୍ଚ୍ଚାନ୍ତ ରହିବ । କଳା, ବିଜ୍ଞାନ ଓ ବାଣିଜ୍ୟରେ ବିଶେଷ ଭଲ ହେବନାହିଁ । ଶୁଭ ଅଙ୍କ-୩, ଶୁଭ ରଙ୍ଗ-ଗୋଲ୍ଡେନ୍ ।
କନ୍ୟା- କୃଷ୍ଣପକ୍ଷ ଚତୁର୍ଥରେ ଚନ୍ଦ୍ରଙ୍କ ଗତିଶୀଳ ହେତୁ ବିଭିନ୍ନ ଉପାୟରେ ଆୟ କରିବେ । ଉଭୟେ ପ୍ରେମ ଓ ସାଂସାରିକ ଉତ୍ତମ ବୁଝାମଣା ରହିବ । ପରିବହନ ଓ ବାଣିଜ୍ୟରେ ଲାଭଜନକ ରହିବ । ଶୁଭଅଙ୍କ-୮, ଶୁଭରଙ୍ଗ-ନୀଳ ।
ତୁଳା- ଘାତଚନ୍ଦ୍ରଙ୍କ ପରିକ୍ରମଣ ହେତୁ କିଛିଟା ସମସ୍ୟା ଭିତରେ ଉନ୍ନତି କରିବେ । ସାଂସାରିକ ହଠାତ୍ ଦୂରଯାତ୍ରା କରିପାରନ୍ତି । ମହିଳାମାନେ ଚିନ୍ତାରେ ରହିବେ । ପରିବହନ ଓ ବାଣିଜ୍ୟରେ ପୁଞ୍ଜି ନିବେଶ କରି ଚିନ୍ତାରେ ରହିବେ । ଶୁଭ ଅଙ୍କ-୫, ଶୁଭ ରଙ୍ଗ-ସବୁଜ ।
ବିଛା-କୃଷ୍ଣପକ୍ଷ ଦ୍ୱିତୀୟରେ ଚନ୍ଦ୍ରଙ୍କ ଚଳନ ହେତୁ ହେଉଥିବା କାର୍ଯ୍ୟ ଅଳ୍ପକେ ଅଟକିପାରେ । ସାଂସାରିକ ଅର୍ଥଚିନ୍ତା ରହିବ । ପରିବହନ ଓ ବାଣିଜ୍ୟରେ ଆୟବ୍ୟୟ ସମାନ ରହିବ । ଶୁଭ ଅଙ୍କ-୨, ଶୁଭ ରଙ୍ଗ-ସିଲ୍ଭର ।
ଧନୁ- ଚନ୍ଦ୍ରଙ୍କ ସ୍ୱ-ପାରଗମନ ହେତୁ କର୍ମ କ୍ଷେତ୍ରରେ ସହଯୋଗ ମିଳିବ । ସାଂସାରିକ ସୁଖଶାନ୍ତି ପ୍ରାପ୍ତି ହେବ । ପ୍ରଶାସନିକ ଓ ରାଜନୀତିରେ ସୁନାମ ପାଇବେ । ପରିବହନ ଓ ବାଣିଜ୍ୟରେ ଆଶା ମୁତାବକ ଫଳ ମିଳିବ । ଶୁଭ ଅଙ୍କ-୯, ଶୁଭ ରଙ୍ଗ-ଲାଲ୍ ।
ମକର- କୃଷ୍ଣପକ୍ଷ ବ୍ୟୟ ଭାବରେ ଚନ୍ଦ୍ରଙ୍କ ଚଳନ ହେତୁ ସବୁରି କ୍ଷେତ୍ରରେ ଚଳଚଞ୍ଚଳ ରହିବେ । ସାଂସାରିକ ପଡ଼ୋଶୀଙ୍କ ସହଯୋଗ ପାଇବେ । ଚାକିରିରେ ବ୍ୟସ୍ତତା ଭିତରେ କଟିବ । ବାଣିଜ୍ୟରେ ସାଧାରଣ ଫଳ ମିଳିବ । ଶୁଭ ଅଙ୍କ-୩, ଶୁଭ ରଙ୍ଗ-ଗୋଲ୍ଡେନ୍ ।
କୁମ୍ଭ- ଏକାଦଶରେ ଚନ୍ଦ୍ରଙ୍କ ଚଳନ ହେତୁ କର୍ମ କ୍ଷେତ୍ରରେ ପ୍ରସିଦ୍ଧି ବୃଦ୍ଧି ପାଇବ । ସାଂସାରିକ କୌଣସି ଗୁରୁତ୍ୱ କାର୍ଯ୍ୟକୁ ନେଇ ଚିନ୍ତାରେ ରହିବ । ପରିବହନ ଓ ବାଣିଜ୍ୟରେ ପ୍ରତିକୂଳତା ଭିତରେ ଆଗେଇବେ । ଶୁଭ ଅଙ୍କ-୪, ଶୁଭ ରଙ୍ଗ-ମେଟାଳିକ୍ ।
ମୀନ- ଦଶମରେ ଚନ୍ଦ୍ରଙ୍କ ଚଳନ ହେତୁ ଦୀର୍ଘଦିନର ସ୍ୱପ୍ନ ସାକାର ହେବ । ସାଂସାରିକ ସୁଖଶାନ୍ତି ଅକ୍ଷୁର୍ଣ୍ଣ ରହିବ । ଚାକିରିରେ କର୍ତ୍ତୃପକ୍ଷଙ୍କର ଆସ୍ଥାଭାଜନ ହେବେ । ବାଣିଜ୍ୟରେ ଉତ୍ତମ ଆୟ ହେବ । ଶୁଭ ଅଙ୍କ-୮, ଶୁଭ ରଙ୍ଗ-ବାଇଗଣି ।