ଆଜି ରୁକ୍ମିଣୀ ହରଣ ଏକାଦଶୀ: ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ବାହାଘର

ପୁରୀ, ୨/୬: ଆଜି ଜ୍ୟେଷ୍ଠମାସ ଶୁକ୍ଳପକ୍ଷ ଏକାଦଶୀ ତିଥିରେ ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ରୁକ୍ମିଣୀ ହରଣ ଏକାଦଶୀ ବିଧି । ଏହି ଅବସରରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବାହାଘର ଅନୁଷ୍ଠିତ ହେବ । ମା’ଲକ୍ଷ୍ମୀ ଠାକୁରାଣୀ ସାଜିବେ ଦେବୀ ରୁକ୍ମିଣୀ । ଶ୍ରୀମଦନମୋହନ ସାଜିବେ ଶ୍ରୀକୃଷ୍ଣ । ଶିଶୁପାଳ ରୁକ୍ମିଣୀଙ୍କୁ ବିବାହ କରିବାକୁ ଚାହୁଁଥିବା ଜାଣିପାରି ତାଙ୍କୁ ବାଟରୁ ହରଣ କରିନେବାକୁ ଦେବୀ ଗୁପ୍ତରେ ଶ୍ରୀକୃଷ୍ଣଙ୍କୁ ଚିଠି ଲେଖି ଜଣାଇଥିବେ ।

ଯୋଜନା ମୁତାବକ ବିମଳାଙ୍କ ମନ୍ଦିରରେ ପୂଜା ସାରି ଫେରିବା ବାଟରେ ରୁକ୍ମିଣୀରୂପୀ ମା’ ଲକ୍ଷ୍ମୀ ଠାକୁରାଣୀଙ୍କୁ ଶ୍ରୀକୃଷ୍ଣରୂପୀ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ମଦନମୋହନ ହରଣ କରିନେବେ । ଶିଶୁପାଳ ପ୍ରତିରୋଧ କରିବେ । ଘମାଘୋଟ ଲଢ଼େଇ ପରେ ଶିଶୁପାଳ ପରାସ୍ତ ହୋଇ ବନ୍ଦୀ ହେବେ । ସେବକମାନେ ଦେବତାଙ୍କ ପକ୍ଷରୁ ଏହି ନୀତି ସମ୍ପାଦନ କରିବେ । ରାତିରେ ମହାପ୍ରଭୁଙ୍କ ସହିତ ରୁକ୍ମିଣୀଙ୍କ ବିବାହ ଉତ୍ସବ ସମ୍ପନ୍ନ ହେବ । ତେବେ ଚଳିତବର୍ଷ କରୋନା ମହାମାରୀ କାଳ ପାଲଟିଲା । ପୂର୍ବ ବର୍ଷ ଭଳି ଆଡମ୍ବର ଓ ହଜାର ହଜାର ଶ୍ରଦ୍ଧାଳୁଙ୍କ ମହାପ୍ରସାଦ ସେବନ ନ ହୋଇପାରିଲା ଭଳି ପରିସ୍ଥିତି ରହିଛି ।

   ସମ୍ବନ୍ଧିତ ଖବର


ନିଟ୍ ପରୀକ୍ଷାରେ ସୋଆ ଆଇ.ଏଚ୍‌.ଏସ୍‌.ଇ ର ଛାତ୍ରଛାତ୍ରୀଙ୍କ ସଫଳତା

ପୂର୍ବ ଭାରତର ଏକମାତ୍ର ବିଶ୍ଵ ବିଦ୍ୟାଳୟ ଭାବେ ସୋଆକୁ କ୍ୟୁଏସ୍ ଆଇ-ଗଜ୍ ଡାଇମଣ୍ଡ ରେଟିଂ ସମ୍ମାନ

ହିଂଜିଳିରେ ଇଣ୍ଡୋର ଷ୍ଟାଡିୟମ ଭିତ୍ତିଭୂମି ପରଖି ଦେଖିଲେ କେନ୍ଦ୍ରୀୟ ଟିମ୍‌

ରାସ୍ତା ଭଲ ଥାଇବି ଉପରେ ତିଆରି ହେଉଛି ନିମ୍ନ ମାନର ରାସ୍ତାକାମ, ମାଲାମାଲ୍ ହେଉଛନ୍ତି ଠିକାଦାର ଓ ସରକାରୀ କର୍ତ୍ତୃପକ୍ଷ…

କରୋନା କଟକଣା ଭିତରେ ଭଦ୍ରକରେ ଚାଲିଛି ମା ଦୂର୍ଗାଙ୍କ ମହାସପ୍ତମୀ ପୂଜା, ଦର୍ଶନ ନପାଇ ନିରାଶ ହେଉଛନ୍ତି ଭକ୍ତ…

ଏ କି ବିଚାର ? ଅସଦାଚରଣର ଶିକାର ହୋଇ ମୁହଁ ଖୋଲିଥିଲେ, ଏବେ ହେଉଛନ୍ତି କଲବଲ.. ଜୀବନ-ମୃତ୍ୟୁର ଦୋଛକିରେ ୨ ମହିଳା କର୍ମଚାରୀ