PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭଦ୍ରକ ଜିଲ୍ଲାରେ ୧୯ ତାରିଖରୁ ବନ୍ଦ ରହିବ ସବୁ ଅଙ୍ଗନବାଡ଼ି କେନ୍ଦ୍ର, ଟ୍ୱିଟ୍‌ କରି ସୂଚନା ଦେଲେ ଜିଲ୍ଲାପାଳ ଜ୍ଞାନ ଦାସ
  • ||
  • କୁମ୍ଭମେଳା ଫେରନ୍ତାଙ୍କ ପାଇଁ ଗାଇଡ୍ ଲାଇନ୍ ଜାରି କଲେ ଏସ୍ଆରସି- କ୍ୱାରେଣ୍ଟାଇନରେ ରହିବେ କୁମ୍ଭମେଳା ଶ୍ରଦ୍ଧାଳୁ
  • ||
  • ଏସ୍‌ସିବିରୁ ହାଇଦର ଫେରାର ଘଟଣାରେ ୩ଅଭିଯୁକ୍ତ ଗିରଫ , ୨ ଜଣ ଯୁବକ ଓ ଜଣେ ଯୁବତୀ ଗିରଫ
  • ||
  • ୨୦ ଜିଲ୍ଲାର ସହରରେ ଆଜି ୯ଟାରୁ ଆରମ୍ଭ ହେଲା ନାଇଟ୍ କର୍ଫ୍ୟୁ, ସବୁ ସହରରେ ପୁଲିସର କଡ଼ାକଡ଼ି ଯାଞ୍ଚ
  • ||
  • କୋଭିଡ୍ ସ୍ଥିତିର ସମୀକ୍ଷା କରୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି, ବୈଠକରେ ବରିଷ୍ଠ ଅଧିକାରୀ ଉପସ୍ଥିତ
  • ||
  • ବିଷ ପିଇଥିବା ମହିଳାଙ୍କର ଭଦ୍ରକରୁ କଟକ ଯିବା ବାଟରେ ଭଣ୍ଡାରିପୋଖରୀ ନିକଟରେ ମୃତ୍ୟୁ
  • ||
  • ଆଜି ଭୁବନେଶ୍ୱରରୁ ୪୫୧ କରୋନା ପଜିଟିଭ୍ ଆକ୍ରାନ୍ତ, କ୍ୱାରେନଣ୍ଟାଇନ୍ କଣ୍ଟାକ୍ଟରୁ ୯୧, ଲୋକାଲ୍ କଣ୍ଟାକ୍ଟ ୩୬୦ ଚିହ୍ନଟ
  • ||
  • ବ୍ୟାରେଜ୍‌ ନିର୍ମାଣ ନେଇ ଆନ୍ଧ୍ରକୁ ସହଯୋଗ କରାଯାଉ – ନବୀନଙ୍କୁ ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କ ଚିଠି
  • ||
  • କୋଭିଡ୍‌ ପରିସ୍ଥିତି ନେଇ ପ୍ରଧାନମନ୍ତ୍ରୀ କରିବେ ସମୀକ୍ଷା , ରାତି ୮ଟାରେ ବୈଠକ ଡାକିଲେ ମୋଦି , ଟିକାକରଣ ନେଇ ମଧ୍ୟ କରିପାରନ୍ତି ସମୀକ୍ଷା , ମନ୍ତ୍ରାଳୟର ବରିଷ୍ଠ ଅଧିକାରୀମାନେ ରହିବେ ଉପସ୍ଥିତ
  • ||
  • ଆସିକାରୁ ପୋଲସରା ଯାଉଥିବା ମିନି ବସ୍ କବିସୂର୍ଯ୍ୟନଗର ଥାନା ନିକଟରେ ଓଲଟି ପ୍ରାୟ ୧୦ ଗୁରୁତର
  • ||
  • ପୁଲିସ୍‌ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶିଙ୍କ ପ୍ରେସ୍‌ମିଟ୍ – ଆଜି ରାତି ୯ଟାରୁ ଟ୍ୱିନ୍‌ ସିଟିରେ ନାଇଟ୍‌ କର୍ଫ୍ୟୁ ଲାଗୁ କରାଯିବ , କଟକଣା ପାଳନ କରିବାକୁ ଲୋକଙ୍କ କଲେ ନିବେଦନ
  • ||
  • ଦେଶରେ କୋଭିଡ୍‌ ଟିକାର ଅଭାବ ନାହିଁ – ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ
  • ||
  • ବଲାଙ୍ଗୀର: ଏମିତି ବି ଆସେ ମୃତ୍ୟୁ, ଚା’ ପିଉଥିଲା ବେଳେ ହଠାତ ଟଳି ପଡିଲେ ଯୁବକ
  • ||
  • ନନ୍ଦପୁର: ଗାଁ ବନ୍ଧରେ ବୁଡ଼ି କୋରାପୁଟ ଜିଲ୍ଲା ପରିଷଦ ଅଧ୍ୟକ୍ଷାଙ୍କ ଶାଶୁଙ୍କ ଦେହାନ୍ତ
  • ||
  • ପାରଦୀପ: ପାରଦୀପ ମାଛଧରା ବନ୍ଦରରୁ ମାଛ ଧରା ଡଙ୍ଗା ଚୋରି, ଡଙ୍ଗା ଥିଲା ୧୦ ଲକ୍ଷ ଟଙ୍କା
  • ||
  • କଟକ: ନୂଆପାଟଣା ବାଲିଘାଟକୁ ନେଇ ଏନଜିଟିଙ୍କ କଡା ଆଦେଶ, ଯେଉଁ ଏସ୍କାଭେଟରରେ ବାଲି ଖନନ ହୋଇଥିଲା ସେ ସବୁ ମେସିନକୁ ଜବତ କର
  • ||
  • କଟକ: ରେଭେନ୍ସାରେ ପୁଣି ଧାରଣା ଦେଲେ ଛାତ୍ରଛାତ୍ରୀ, ହଷ୍ଟେଲ ବନ୍ଦ ନିଷ୍ପତ୍ତିକୁ ବିରୋଧ
  • ||
  • ରାୟଗଡା: ଗୁମା ଘାଟିରେ ଅଘଟଣ, ମହୁମାଛି ଆକ୍ରମଣରେ ୪ଜଣ ଆହତ
  • ||
  • ଭୁବନେଶ୍ୱର: ବେପାରୀଙ୍କ ଠାରୁ ୧୫ କିଲୋ ଓଜନର ବଜ୍ରକାପ୍ତା ଉଦ୍ଧାର କଲା ଏସଟିଏଫ୍
  • ||
  • ସୁନ୍ଦରଗଡ଼: ଝାଡ଼ଖଣ୍ଡରୁ ଝିରପାଣି ଦେଇ ଯାଇଥିବା ରାଉରକେଲା ପ୍ରବେଶ ପଥକୁ ସିଲ କଲା ପ୍ରଶାସନ
  • ||

ଆଜି ଟ୍ୱିନ୍ ସିଟିର ପୋଲିସ କମିଶନର ଭାବେ ଦାୟିତ୍ୱ ନେବେ ବରିଷ୍ଠ ଆଇପିଏସ୍‌ ସୌମେନ୍ଦ୍ର ପ୍ରିୟଦର୍ଶୀ

ଭୁବନେଶ୍ୱର,୦୯/୦୩: ଆଜି ଅପରାହ୍ନରେ କଟକ-ଭୁବନେଶ୍ୱର ପୁଲିସ କମିସନର ଦାୟିତ୍ବ ଗ୍ରହଣ କରିବେ ୧୯୯୫ ବ୍ୟାଚ୍‌ ବରିଷ୍ଠ ଆଇପିଏସ୍‌ ସୌମେନ୍ଦ୍ର ପ୍ରିୟଦର୍ଶୀ। ରାଜ୍ୟ ସରକାର ଗତକାଲି ଟୁଇନସିଟିର କମିଶନରେଟ୍ ପୋଲିସର ନୂଆ କମିଶନର ଭାବେ ନିଯୁକ୍ତ କରିଛନ୍ତି। ତେବେ ଦାୟିତ୍ୱ ଗ୍ରହଣ ପରେ ପ୍ରଥମେ ପୁରୀ ଯାଇ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି ।

ସୂଚନା ମୁତାବିକ, ୧୯୯୫ ବ୍ୟାଚ୍‌ ବରିଷ୍ଠ ଆଇପିଏସ୍‌ ସୌମେନ୍ଦ୍ର ପ୍ରିୟଦର୍ଶୀ କ୍ରାଇମ୍‌ବ୍ରାଞ୍ଚର ଏଡିଜି ଭାବେ ୨୦୨୦ ଜୁଲାଇରୁ କାର୍ଯ୍ୟ କରିଛନ୍ତି । ତାଙ୍କ ଚାକିରି କାଳରେ କ୍ରାଇମ୍‌ବ୍ରାଞ୍ଚ ରେକର୍ଡ ସଂଖ୍ୟକ ନିଶା କାରବାର(ବ୍ରାଉନ୍‌ସୁଗର, ଗଞ୍ଜେଇ) ଜବତ କରିଛି । ଏହା ସହ ଅନ୍ୟ ଅପରାଧିକ କାର୍ଯ୍ୟକଳାପରେ ରୋକ୍‌ ଲାଗିଛି । ଏହା ପୂର୍ବରୁ ଶ୍ରୀ ପ୍ରିୟଦର୍ଶୀ କେନ୍ଦ୍ରାଞ୍ଚଳ ଆଇଜି ଭାବେ କାର୍ଯ୍ୟ କରିଛନ୍ତି ।

ଉଲ୍ଲେଖ ଯୋଗ୍ୟଯେ, ଗତକାଲି କଟକ-ଭୁବନେଶ୍ୱର ପୁଲିସ କମିସନର ଡ. ସୁଧାଂଶୁ ଷଡ଼ଙ୍ଗୀଙ୍କ ସ୍ଥାନରେ ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ନୂଆ ପୁଲିସ କମିସନର ଦାୟିତ୍ୱ ଦିଆଯାଇଛି । ଏହାବାଦ୍‌ ଅଗ୍ନିଶମ ଡିଜି ଦାୟିତ୍ୱ ବରିଷ୍ଠ ଆଇପିଏସ୍‌ ଏମ୍‌. ଅକ୍ଷୟ ଦାୟିତ୍ୱ ତୁଲାଇବେ । ଗୃହ ବିଭାଗ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଥିଲା