PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଓଡ଼ିଶା: ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୧ ହଜାର ୮୦୫ ଜଣ କରୋନା ପଜିଟିଭ, ୨୧ ଜଣଙ୍କ ଜୀବନ ନେଲା ମହାମାରୀ
  • ||
  • ବାଲେଶ୍ଵର : ଭାରସାମ୍ୟ ହରାଇ ପୋଲ ତଳକୁ ଖସିଲା କାର୍, ୩ ମୃତ ୨ ଗୁରୁତର
  • ||
  • OJEE: ଜୁନ୍‌ ୧୫ ଯାଏ ଛାତ୍ରଛାତ୍ରୀମାନେ ଅନ୍‌ଲାଇନ୍‌ରେ ଆବେଦନ କରିପାରିବେ, ଜୁନ୍‌ ୧୭ତାରିଖ ସୁଦ୍ଧା ଅନ୍‌ଲାଇନ୍‌ରେ ଫି’ଦାଖଲ କରିପାରିବେ
  • ||
  • ପୁରୀ:ଏ ବର୍ଷ ବି ବିନା ଭକ୍ତରେ ହେବ ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା, କେବଳ ସେବାୟତ ଟାଣିବେ ରଥ
  • ||
  • ପୁରୀ: ଆଜି ମହାପ୍ରଭୁଙ୍କ ବାହାର ଚନ୍ଦନ ଯାତ୍ରା, ମେ ୧୫ରୁ ଜୁନ୍‌ ୬ ଯାଏଁ ୧୪୪ ଧାରା ଜାରି
  • ||
  • ଚାଷୀ କୂଳ ପାଇଁ ଖୁସି ଖବର: ମେ’ ୩୧ରେ କେରଳ ଛୁଇଁବ ମୌସୁମୀ,ଜୁନ୍ ୧୦ରୁ ୧୨ ସୁଦ୍ଧା ଓଡ଼ିଶା
  • ||
  • ଆଜି ପବିତ୍ର ଅକ୍ଷୟ ତୃତୀୟା, ମାଟି ମା’କୁ ପୂଜା କରି ଚାଷ କାମ ଅନୁୁକୂଳ କରିବେ ଚଷା ପୁଅ
  • ||

ଆଜି ପୁରୀ ଓ ହାଓଡ଼ା ପାଇଁ ସ୍ୱତନ୍ତ୍ର ଟ୍ରେନ ଚଳାଚଳ

ଭୁବନେଶ୍ୱର ୩୧/୧୨: ବାଲେଶ୍ୱର ଓ ନୀଳଗିରି ରୋଡ ଷ୍ଟେସନ୍‌ ମଧ୍ୟରେ ରେଳଧାରଣା ଉପରେ ନିର୍ମାଣାଧିନ ଓଭର ବ୍ରିଜ ଗାର୍ଡ ଖସିପଡ଼ିବା ଯୋଗୁଁ ଭଦ୍ରକ ଓ ଖଡ଼ଗପୁର ମଧ୍ୟରେ ଟ୍ରେନ ଚଳାଚଳ ବ୍ୟାହତ ହୋଇଥିଲା । ଯାତ୍ରୀମାନଙ୍କ ସୁବିଧା ପାଇଁ ଆଜି ପୁରୀ ଓ ହାଓଡ଼ା ମଧ୍ୟରେ ପୂର୍ବତଟ ରେଳପଥ ପକ୍ଷରୁ ଏକ ସ୍ୱତନ୍ତ୍ର ଟ୍ରେନ ଚଳାଚଳ କରାଯାଉଛି ।

ଏହି ଟ୍ରେନ ଆଜି ପୁରୀରୁ ଦିନ ୧୨.୩୦ମିରେ ଛାଡ଼ି ସନ୍ତ୍ରାଗାଛି ଠାରେ ରାତି ୧୦ଟାରେ ପହଞ୍ଚିବ । ସେଠାରୁ ରାତି ୧୧ଟାରେ ଛାଡ଼ି ପୁରୀରେ ଆସନ୍ତାକାଲି ପୂର୍ବାହ୍ନ ୯ଟା ୪୫ରେ ପହଞ୍ଚିବ । ଏହା ପୁରୀ ସନ୍ତ୍ରାଗାଛି ମଧ୍ୟରେ ଖୋର୍ଦ୍ଧା ରୋଡ, ଭୁବନେଶ୍ୱର, କଟକ, ଯାଜପୁର, କେନ୍ଦୁଝର ରୋଡ, ଭଦ୍ରକ, ବାଲେଶ୍ୱର ଓ ଖଡ଼ଗପୁର ଷ୍ଟେସନ୍‌ରେ ରହିବ । ଏଥିରେ ଗୋଟିଏ ଏସି-୨ ଟାୟାର, ୪ଟି ଏସି -୩ ଟାୟାର, ୧୦ଟି ସ୍ଲିପର କ୍ଲାସ, ୫ଟି ସାଧାରଣ ଦ୍ୱିତୀୟ ଶ୍ରେଣୀ ଓ ଦୁଇଟି ଗାର୍ଡ ଓ ଲଗେଜ ଭ୍ୟାନ ଉପଲବ୍ଧ ଅଛି ।

ସମ୍ବନ୍ଧିତ ଖବର