PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ଅଗଷ୍ଟରେ ବି ନିଅଣ୍ଟିଆ ବର୍ଷା, ପୁଣି ଘନେଇଲା ମରୁଡ଼ି ଆଶଙ୍କା, ୧୫ ଦିନରେ ଉପକୂଳ ଜିଲ୍ଲାରେ ଉଭେଇ ଯିବ ବର୍ଷା
  • ||
  • ପଟ୍ଟାଙ୍ଗି : ବାଇକ୍‌ର କିସ୍ତି ଟଙ୍କା ବାନ୍ଧି ଘରକୁ ଫେରୁଥିଲେ ଧକ୍କା ଦେଲା ୧୦ ଚକିଆ ଟ୍ରକ୍, ଆଖି ବୁଜିଲେ ମାମୁଁ-ଭଣଜା
  • ||
  • ରାଉରକେଲା : ରାଉରକେଲା ପ୍ଲାଣ୍ଟସାଇଡ୍ ଥାନା ଗୋପବନ୍ଧୁ ପଲ୍ଲୀ ଅଞ୍ଚଳରେ ୧୩ ବର୍ଷର ଝିଅକୁ ବିକ୍ରି କରୁଥିଲା ଜନ୍ମକଲା ମାଆ, ବାପାଙ୍କ ଅଭିଯୋଗ ପରେ ଉଦ୍ଧାର ହେଲା ନାବାଳିକା
  • ||
  • ପଦ୍ମପୁର : ଗାଇସିଲେଟ ବ୍ଲକ ଅଧୀନ ଚାରିଛକଠାରୁ ମଲମଣ୍ଡା ବୌଦ୍ଧବିହାର ଗନିଆଁପାଲି ରାସ୍ତା ମରାମତି ପାଇଁ ଶୁଣିଲାନି ପ୍ରଶାସନ, ଧାନ ରୋଇ ପ୍ରତିବାଦ କଲେ ଗ୍ରାମବାସୀ
  • ||
  • କୋରାପୁଟ : ଆଜିଠୁ ଖୋଲିବ ଶାବର ଶ୍ରୀକ୍ଷେତ୍ର, ବାହାର ଭୋଗ ମନା, କଟକଣାରେ ଦର୍ଶନ କରିବେ ଭକ୍ତ
  • ||
  • ଭୁବନେଶ୍ୱର : ଓଡ଼ିଶାରେ ସାମାନ୍ୟ ବଢ଼ିଲା କରୋନା ଗ୍ରାଫ୍, ଗତ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ଆଉ ୧୧୨୯ ଜଣ କୋଭିଡ ପଜିଟିଭ୍
  • ||
  • ବ୍ରହ୍ମପୁର : ଦୀର୍ଘ ଦିନ ପରେ ଖୋଲିଲା ବ୍ରହ୍ମପୁରର ସବୁ ମନ୍ଦିର, ଦିଅଁଙ୍କ ନିକଟରେ ଭୋଗ କରିପାରିବେନି ଭକ୍ତ
  • ||
  • ଭୁବନେଶ୍ଵର : ରାଜ୍ୟରେ ଆଉ ୬୯ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୬୧୦୨କୁ ବୃଦ୍ଧି
  • ||

ଆଜି ମହାପ୍ରଭୁଙ୍କ ବନଭୋଜି ବେଶ

ପୁରୀ ୧୪/୦୮: ଭାଦ୍ରବ କୃଷ୍ଣ ଦଶମୀ ତିଥିରେ ମହାପ୍ରଭୁଙ୍କ ବନଭୋଜି ବେଶ ଅନୁଷ୍ଠିତ ହେବ । ମହାପ୍ରଭୁଙ୍କ ସକଳ ବେଶ ମଧ୍ୟରେ ବଣଭୋଜି ବେଶ ଅନ୍ୟତମ । ଏହା ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମୋତ୍ସବ ବା ନନ୍ଦୋତ୍ସବର ପରଦିନ ଅନୁଷ୍ଠିତ ହୋଇଥାଏ । ଏହି ବେଶ ପୂର୍ବରୁ ମହାପ୍ରଭୁଙ୍କ କୋଳି ବିକା ନୀତି ସମ୍ପନ୍ନ ହୋଇଥାଏ। ଏହା ସହ ଠାକୁରମାନେ ବକାସୁର ଓ ଅଘାସୁର ବଧ କରିଥାନ୍ତି ।

ଏହି ଉତ୍ସବର ସ୍ୱତନ୍ତ୍ର ନୀତି ମୁତାବକ ମଧ୍ୟାହ୍ନ ଧୂପ ବେଶରେ ବଡ଼ଠାକୁର ଓ ପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦୁଇଟି ଆଜ୍ଞାମାଳ ଲାଗି ହୋଇଥାଏ । ମଧ୍ୟାହ୍ନ ଧୂପ ପରେ ଦକ୍ଷିଣ ଘରୁ ରାମକୃଷ୍ଣଙ୍କୁ ଆଣି ସିଂହାସନରେ ବିଜେ କରାଯାଏ । ବିମାନ ବଡୁ ସେବକ ପାଲିଙ୍କିକୁ ନେଇ ବଡ଼ଛତା ମଠ ଆଖଡ଼ା ପାଖ କାଠ ସିଂହାସନରେ ବିଜେ କରାଇଥାନ୍ତି । ଏହି ମଠ ସମ୍ମୁଖରେ ଜଣେ ଲୋକ ଶବରୁଣୀ ବେଶରେ ନଡ଼ିଆ, କୋଳି ଧରିଥାଏ । ଏଠାରେ ଭିତରଚ୍ଛୁ ମହାପାତ୍ରେ ଶବରୁଣୀଠାରୁ କୋଳି ନେଇ ରୁପା ପିଙ୍ଗଣରେ ରଖି ମଣୋହି କରିଥାନ୍ତି । ରାମକୃଷ୍ଣ ପାଲିଙ୍କିରେ ବିଜେ ହେବା ପରେ ସନ୍ଧ୍ୟାଧୂପରେ ପୁଷ୍ପାଳକମାନେ ବଣଭୋଜି ବେଶ କରିଥାନ୍ତି । ଠାକୁରମାନଙ୍କୁ ପରମ୍ପରା ମୁତାବକ ପେଡ଼ାମାଳ ବି ଲାଗି ହୋଇଥାଏ।