ଆଜି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ

ପୁରୀ,୩୦/୫: ଜୁନ୍‌ ୫ ତାରିଖରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସ୍ନାନଯାତ୍ରା । ଛତିଶା ନିଯୋଗ ବୈଠକରେ ଶ୍ରୀବିଗ୍ରହଙ୍କ ଦେବସ୍ନାନ ଯାତ୍ରା ନୀତି ଆଲୋଚନା ହୋଇ ସାରିଛି । ବୈଠକରେ ହୋଇଥିବା ନିଷ୍ପତ୍ତି ଉପରେ ଶ୍ରୀମନ୍ଦିର ପରିଚାଳନା କମିଟି ଆଜି ନିଷ୍ପତ୍ତି ନେବ । ପାଳିଆ ସେବକ ବ୍ୟତୀତ ଅନ୍ୟ ସେବକଙ୍କୁ ଦର୍ଶନ ସୁଯୋଗ ଦେବା ପ୍ରସ୍ତାବ ଉପରେ ସମସ୍ତ ସେବାୟତଙ୍କ ନଜର ରହିଛି ।

ସେହିଭଳି ରାତି ଗୋଟାଏରୁ ପହଣ୍ଡି ବେଳର ବ୍ୟବସ୍ଥାବଳୀ, ବାହୁଡ଼ା ପହଣ୍ଡି ସମୟ, ସାଧାରଣ ଦର୍ଶକଙ୍କ ସ୍ନାନ ଠାକୁରଙ୍କ ଦର୍ଶନ ଆଦି ପ୍ରସଙ୍ଗ ଉପରେ ପରିଚାଳନା କମିଟି ଆଲୋଚନା କରିବା ସହ ସ୍ୱତନ୍ତ୍ର ଘୋଷଣା ମାନ କରାଯିବ । ସ୍ନାନଯାତ୍ରା ଦିନ ଶ୍ରୀମନ୍ଦିର ଚାରି ଦ୍ୱାରରେ ସୁରକ୍ଷା ବ୍ୟବସ୍ଥା, ଶ୍ରୀମନ୍ଦିର ଚୌହଦିରେ କିଭଳି କଟକଣା ରହିବ ଆଦି ପ୍ରସଙ୍ଗ ଉପରେ ମଧ୍ୟ ଆସନ୍ତାକାଲି ଘୋଷଣା କରାଯିବ । ଚଳିତ ବର୍ଷର ସ୍ନାନଯାତ୍ରା ଶ୍ରୀମନ୍ଦିର ଇତିହାସରେ ନୂତନ ଥିବାରୁ ଏହାର ବ୍ୟବସ୍ଥାବଳୀକୁ ସୁଚିନ୍ତିତ ଉପାୟରେ ଚୂଡ଼ାନ୍ତ ରୂପ ଦେବାକୁ ଶ୍ରୀମନ୍ଦିର ପ୍ରଶାସନ ବ୍ୟବସ୍ଥା କରୁଥିବାର ଖବର ମିଳିଛି ।

ସୂଚନା ମିଳିଛି ମହାପ୍ରଭୁଙ୍କ ସ୍ନାନଯାତ୍ରାର ସିଧା ପ୍ରସାରଣ ଦ୍ୱାରା ସାଧାରଣ ଭକ୍ତମାନେ ପହଣ୍ଡି ବିଜେ, ଜଳ ଲାଗି ଓ ହାତୀବେଶ, ବାହୁଡ଼ା ପହଣ୍ଡି ଆଦି ଦର୍ଶନ କରିବାର ବିକଳ୍ପ ବ୍ୟବସ୍ଥା କରାଯାଉଥିବାର ଖବର ମିଳିଛି । ଏହି ସୂଚନା ମୁତାବକ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଏହି ପ୍ରଭୁଙ୍କ ସ୍ନାନଯାତ୍ରାର ଭିଡିଓ ଉତ୍ତୋଳନ କରାଯିବ । ଏହି ଭିଡିଓଙ୍କୁ ବିଭିନ୍ନ ଟିଭି ଚ୍ୟାନେଲ ବ୍ୟବହାର କରି ପାରିବେ । ଏହି ନିଷ୍ପତ୍ତି ମଧ୍ୟ ଆଜି ଘୋଷଣା ହେବାର ଆଭାସ ମିଳିଛି ।

   ସମ୍ବନ୍ଧିତ ଖବର


ଗ୍ରାମୀଣ ଅର୍ଥନୀତିକୁ ଆତ୍ମନିର୍ଭର କରିବାକୁ ଧର୍ମେନ୍ଦ୍ରଙ୍କ ଗୁରୁତ୍ବ, ଗ୍ରାମାଞ୍ଚଳରେ ବଢିବ ଇସ୍ପାତ ଚାହିଦା…

ନଭେମ୍ବର ୧୧ ଓ ୧୨ରେ ଯୁକ୍ତ ଦୁଇ ଇନଷ୍ଟାଣ୍ଟ୍‌ ପରୀକ୍ଷା, ୧୯୦ କେନ୍ଦ୍ରରେ ୧୪ ଶହ ପରୀକ୍ଷାର୍ଥୀ ଦେବେ ପରୀକ୍ଷା…

ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥା ଫୁଙ୍ଗୁଳା; ମାଳ ମାଳ ପୁଲିସ ଦ୍ୱାର ମୁହଁରେ ଥାଇ ବି ଭିତରେ ପଶିଥିଲେ ୫ଜଣ ଅଣସେବାୟତ…

ଘରେ ରହି ମା’ଙ୍କ ପୂଜା କରିବାକୁ ରାଜ୍ୟବାସୀଙ୍କୁ ଅପିଲ କଲେ ମୁଖ୍ୟମନ୍ତ୍ରୀ,କହିଲେ ପରିବାର ସହ ପାଳନ କରନ୍ତୁ ପୂଜା…

ସ୍ବାମୀର ଆକ୍ରମଣରେ ସ୍ତ୍ରୀ ଗୁରୁତର, ହସ୍ପିଟାଲରେ ଭର୍ତ୍ତି

ପୂଜାରେ ଦଦାବଟି ମାଗିଲେ ହେବ ଦୃଢ କାର୍ଯ୍ୟାନୁଷ୍ଠାନ, ଡିଜିପି ଜାରି କଲେ ଟୋଲ ଫ୍ରି ନମ୍ବର…