PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାଲେଶ୍ୱର: ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟରେ ଆରମ୍ଭ ହେଲା ହାଇଦରର ପୋଷ୍ଟମର୍ଟମ, ମାଜିଷ୍ଟେ୍ରଟ୍‌ଙ୍କ ଉପସ୍ଥିତିରେ ​ପୋଷ୍ଟମର୍ଟମ କରିବେ​‌ ୩ ଜଣିଆ ଡାକ୍ତରୀ ଟିମ୍
  • ||
  • ରଙ୍ଗେଇଲୁଣ୍ଡା: ହଳଦିଆପଦର ନିକଟରେ ଟ୍ରାକ୍ଟର ସହ ଅଟୋ ଦୁର୍ଘଟଣା, ୩ ମହିଳା ମତ୍ସ୍ୟଜୀବୀ ଗୁରୁତର
  • ||
  • ସୋର: ହାଇଦର୍ ଏନ୍‌କାଉଣ୍ଟର ସ୍ଥଳରୁ ୨ଟି ଗୁଳି ଜବତ କଲା ପୋଲିସ ଓ ସାଇଣ୍ଟିଫିକ୍‌ ଟିମ୍‌
  • ||
  • ଭୁବନେଶ୍ୱର: ଓଡ଼ିଶାରେ ଆଉ ୬୭ଜଣଙ୍କ ଜୀବନ ନେଲା କରୋନା, ସାଢ଼େ ୫ ହଜାର ଟପିଲା ମୃତ୍ୟୁସଂଖ୍ୟା
  • ||
  • ଭୁବନେଶ୍ୱର: ରାଜ୍ୟରେ ୨୪ ଘଣ୍ଟା ଭିତରେ ଚିହ୍ନଟ ହେଲେ ଆଉ ୧୮୩୩ ଜଣ କରୋନା ପଜିଟିଭ୍
  • ||
  • ଭୁବନେଶ୍ୱର : ରାଜଧାନୀରେ କାୟା ମେଲାଉଛି ଡେଙ୍ଗୁ, ୧୨ ଦିନରେ ଆକ୍ରାନ୍ତଙ୍କ ସଂଖ୍ୟା ୨୫୦ ପାର୍
  • ||
  • ପାରଳାଖେମୁଣ୍ଡି : ଏସିଏଫ୍‌ ସୌମ୍ୟରଞ୍ଜନ ଡେଥ୍ ମିଷ୍ଟ୍ରି, ବଲାଙ୍ଗୀରରେ ପାରଳା ପୁଲିସର ୫ଜଣିଆ ଟିମ୍‌, ବିଦ୍ୟାଙ୍କ ପାର୍ଟି ସହ ସୌମ୍ୟ ମୃତ୍ୟୁର ଲିଙ୍କ୍‌ ଖୋଜିବ
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟା ଭିତରେ ଚିହ୍ନଟ ହେଲେ ଆଉ ୧୮୩୩ ଜଣ କରୋନା ପଜିଟିଭ୍
  • ||
  • ଜଳେଶ୍ଵର : ମନ୍ଦାର ଫୁଲ ଗଛ କଟାକୁ ନେଇ ଶଳାକୁ ଭିଣୋଇର ସଙ୍ଘବଦ୍ଧ ଆକ୍ରମଣ, ସଜ୍ଞାହୀନ ଅବସ୍ଥାରେ ନଦୀ କୂଳରୁ ଉଦ୍ଧାର
  • ||
  • ଭୁବନେଶ୍ୱର : ୨୮ରେ ପୁଣି ଏକ ଲଘୁଚାପ, ୨୭ରୁ ବଢ଼ିବ ବର୍ଷା
  • ||

ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ “ଯେଉଟ ଭୋଗ’ଲାଗି ନୀତି: ଆସନ୍ତାକାଲି ଶ୍ରୀମନ୍ଦିରରେ ଜନ୍ମାଷ୍ଟମୀ

ପୁରୀ,୧୦/୦୮: ଚଳିତ ୧୧ ତାରିଖ ମଙ୍ଗଳବାର ଜନ୍ମାଷ୍ଟମୀ । ଶ୍ରୀମନ୍ଦିରରେ ଶ୍ରୀକୃଷ୍ଣଙ୍କ ଜନ୍ମୋତ୍ସବ । ସେହି ଦିନରୁ ଶୁଭାରମ୍ଭ ହେବ ଶ୍ରୀକୃଷ୍ଣଙ୍କ ବାଲ୍ୟଳୀଳା । ସୋମବାର ଠାରୁ ସ୍ୱତନ୍ତ୍ର ବିଧି ପାଳନ ହେବ । ଶ୍ରୀକୃଷ୍ଣଙ୍କ ଜନ୍ମ ପୂର୍ବରୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଯେଉଟ ଭୋଗ ଲାଗି କରାଯିବ । ଗର୍ଭଯନ୍ତ୍ରଣାରୁ ଉପଶମ ପାଇଁ ଏହି ଭୋଗ ଲାଗି ହୁଏ । ଗର୍ଭଉଦକ ବନ୍ଦାପନା ନୀତି ସମ୍ପନ୍ନ ହେବ । ସନ୍ଧ୍ୟାଧୂପ ନୀତି ପରେ ଠାକୁରଙ୍କ ଜନ୍ମାଷ୍ଟମୀ ବିଧି ଅନୁଷ୍ଠିତ ହେବ । ଶ୍ରୀକୃଷ୍ଣଙ୍କ ଜନ୍ମଠାରୁ ସମସ୍ତ ଲୀଳାଗୁଡିକ ଶ୍ରୀମନ୍ଦିରରେ ଅନୁଷ୍ଠିତ ହୋଇଥାଏ । ଏହି ସମୟରେ ବିଭିନ୍ନ ରୀତିନୀତି ସହ ଶ୍ରୀବିଗ୍ରହଙ୍କୁ ବିଭିନ୍ନ ବେଶ କରାଯାଏ ।

ମହାପ୍ରଭୁଙ୍କ ବନଭୋଜି ବେଶ ସହ କୋଳି ବିକା, ବକାସୁର ଓ ଅର୍ଘାସୁର ବଧ, କାଳୀୟ ଦଳନ ବେଶ ଓ ଧେନୁକାସୁର ବଧ, ପ୍ରଳମ୍ବାସୁର ବଧ ଓ ଶ୍ରୀକୃଷ୍ଣ ବଳାରାମ ବେଶ, ବସ୍ତ୍ର ହରଣ ଲୀଳା ଓ ସପ୍ତପୁରୀ ଅମାବାସ୍ୟା, ଦାବାଗ୍ନି ଲୀଳା, ନିକୁଞ୍ଜ ଲୀଳା, ଅନ୍ଧ ମନ୍ଦିର ହାତୀ ପ୍ରସ୍ତାବ, ବିମ୍ବାସୁର ବଧ ଲୀଳା, କୃଷ୍ଣଲୀଳା ଓ ଲବଣିଖିଆ ନୀତି ପାଳିତ ହେବ ।

ବନଭୋଜି ବେଶ ଓ କାଳୀୟଦଳନ ବେଶରେ ମହାପ୍ରଭୁଙ୍କୁ ଦେଖିଲେ କୃଷ୍ଣଙ୍କ ଭଳି ଦୃଶ୍ୟମାନ ହୁଅନ୍ତି ମହାପ୍ରଭୁ । ଏହି ଦେବ ନୀତିରେ ଶ୍ରୀକ୍ଷେତ୍ରବାସୀମାନେ ପ୍ରତ୍ୟକ୍ଷଭାବେ ଅଂଶଗ୍ରହଣ କରିଥାନ୍ତି । ଶ୍ରୀକ୍ଷେତ୍ରରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥାଏ । ତେବେ କରୋନା ସଙ୍କଟ ଯୋଗୁ ଏଥର ମହୋତ୍ସବ ଫିକା ପଡ଼ିବା ନିଶ୍ଚିତ ହେଉଛି ।