PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟ: କରୋନାରେ ଆଖିବୁଜିଲେ ୧୭ ଜଣ ସଂକ୍ରମିତ, ମୃତକଙ୍କ ସଂଖ୍ୟା ୨୧୨୧କୁ ଛୁଇଁଲା
  • ||
  • ଓଡ଼ିଶାରେ ୫ ଲକ୍ଷ ଟପିଲା କରୋନା ସଂକ୍ରମିତଙ୍କ ସଂଖ୍ୟା, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦୫୨୧ ଜଣ ଆକ୍ରାନ୍ତ
  • ||
  • ଜାମ୍ମୁ କାଶ୍ମୀର : ସୁରକ୍ଷାବାହିନୀକୁ ବଡ଼ ସଫଳତା, ୩ ଆତଙ୍କୀ ନିପାତ, ଭୟରେ ଜଣେ ଆତଙ୍କବାଦୀ କଲା ଆତ୍ମସମର୍ପଣ
  • ||
  • ଭୁବନେଶ୍ଵର : ତାତିରୁ ମିଳିଛି ସାମାନ୍ୟ ଆଶ୍ଵସ୍ତି, ଖସିଛି ପାରଦ, ୯ ଯାଏଁ କାଳବୈଶାଖୀ ସମ୍ଭାବନା
  • ||
  • ତାଳଚେର : ଅନୁଗୁଳ ତଳଗଡ଼ ଗ୍ରାମରେ ହାତୀ ଆକ୍ରମଣରେ ଜଣେ ମହିଳା ମୃତ
  • ||

ଆଜିଠୁ ଆଦିବାସୀ ପଡିଆରେ ସରଗିଫୁଲ ଉତ୍ସବ ଆରମ୍ଭ

ଭୁବନେଶ୍ୱର ୧୯/୧୨: ଅନୁସୂଚିତ ଜାତି ଓ ଜନଜାତି ବିଭାଗ ପକ୍ଷରୁ ଆୟୋଜିତ ‘ସରଗିଫୁଲ’ ଉତ୍ସବ ପ୍ରଦର୍ଶନୀ ପଡ଼ିଆରେ ଆରମ୍ଭ ହୋଇଛି । ଏସ୍‌ସି ଓ ଏସ୍‌ଟି ବିଭାଗ ଅଧୀନସ୍ଥ ବିଦ୍ୟାଳୟ ସମୂହର ଅଧ୍ୟୟନରତ ଛାତ୍ରଛାତ୍ରୀଙ୍କ ଅନ୍ତର୍ନିହିତ ପ୍ରତିଭାର ବିକାଶ ସହ ସାଂସ୍କୃତିକ ନବଜାଗରଣ ଉଦ୍ଦେଶ୍ୟରେ ଏହି ଉତ୍ସବ ଆୟୋଜିତ କରାଯାଇଛି । ଉତ୍ସବର ୧୦ ବର୍ଷ ପୂର୍ତ୍ତି ଅବସରରେ ‘ଜିଜ୍ଞାସା’ ଶୀର୍ଷକରେ ଓଡ଼ିଶା କ୍ୟାରିୟର ପୋର୍ଟାଲ୍‌ ୱେବ୍‌ସାଇଟ୍‌ ଉନ୍ମୋଚିତ ହେବ ।

ଆଜି ଦିନ ୧୧ଟା ୩୦ରେ ବିଭାଗୀୟ ମନ୍ତ୍ରୀ ଜଗନ୍ନାଥ ସାରକା କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଛନ୍ତି । ଏଥିରେ ୮୬୭ ଜଣ ଛାତ୍ରଛାତ୍ରୀଙ୍କ ସମେତ ୧୩୮ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗ ଦେବେ । ତିନିଦିନ ଧରି ଚାଲିବାକୁ ଥିବା ଏହି ଉତ୍ସବରେ ବରିଷ୍ଠ ଓ କନିଷ୍ଠ ବର୍ଗ ପାଇଁ ୩୦ଟି କର୍ମଶାଳା ତଥା ୧୭ଟି ପ୍ରତିଯୋଗିତା ହେବ । ଏହି ଅବସରରେ ବିଭାଗୀୟ ବିଦ୍ୟାଳୟ ସମୂହରୁ ମାଟ୍ରିକ୍‌ ପରୀକ୍ଷାରେ ଶ୍ରେଷ୍ଠ ୧୦୦ ସ୍ଥାନରେ ଉତ୍ତୀର୍ଣ୍ଣ ହୋଇଥିବା ୧୦୧ ଜଣ ଛାତ୍ରଛାତ୍ରୀ ଏବଂ ଉତ୍ତମ ସେବା ସହ ଶ୍ରେଷ୍ଠ ବିବେଚିତ ୫୦ ହାଇସ୍କୁଲକୁ ସମ୍ବର୍ଦ୍ଧିତ କରାଯିବ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ସମ୍ବନ୍ଧିତ ଖବର