PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଦଳିଲେ ବିଏମସି କମିଶନର, ସଞ୍ଜୟ କୁମାର ସିଂହ ହେଲେ ନୂଆ କମିଶନର
  • ||
  • ବିନିକା : ପରିବା ବୋଝେଇ ପିକଅପ ଭ୍ୟାନକୁ ପିଟିଲା ଟ୍ରକ୍, ୩ ଗୁରୁତର
  • ||
  • ରାଜସୁନାଖଳା : ବନ୍ଧୁକ ମୁନରେ ଦମ୍ପତିଙ୍କୁ ଲୁଟ୍
  • ||
  • କେନ୍ଦୁଝର : କେନ୍ଦୁଝର ଜେଲରେ ପଶିଲା କରୋନା, ୯ କଏଦୀ ପଜିଟିଭ ଚିହ୍ନଟ
  • ||
  • ମାଲକାନଗିରି : ମାଓବାଦୀଙ୍କ ବର୍ବରକାଣ୍ଡ, ଯବାନଙ୍କୁ ଗଳାକାଟି ହତ୍ୟା
  • ||
  • ବୋରିଗୁମ୍ମା : ବୋରିଗୁମ୍ମା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଟିକା ନେବାକୁ ଛକାପଞ୍ଝା, ସାମାଜିକ ଦୂରତାକୁ ଫୁ, ଯେତିକି ଆସୁଛି ଅଣ୍ଟୁନି, ସ୍ଥାନୀୟ ଲୋକେ ଅସନ୍ତୋଷ
  • ||
  • ଭୁବନେଶ୍ଵର : ରାଜ୍ୟରେ ପୁଣି ୧୦ ହଜାର ଟପିଲା ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦ ହଜାର ୯୮୨ ପଜିଟିଭ୍, ସଂକ୍ରମିତଙ୍କ ସଂଖ୍ୟା ୫ଲକ୍ଷ ୬୫ ହଜାର ପାର୍
  • ||
  • ଭୁବନେଶ୍ଵର : ଓଡ଼ିଶାରେ ଆଉ ୧୭ ମୁଣ୍ଡ ନେଲା କରୋନା, ମୃତ୍ୟୁ ସଂଖ୍ୟା ୨୨୩୨କୁ ବୃଦ୍ଧି
  • ||

ହାଡ ଭଙ୍ଗା ଶୀତରେ ଥରୁଛି ଦାରିଙ୍ଗବାଡି, ଚା ଓ କଫିର ମଜା ନେଉଛନ୍ତି ଲୋକେ

ଦାରିଙ୍ଗବାଡି ୨୩/୧୨: କିଛି ଦିନ ପରେ ପୁଣି କନ୍ଧମାଳକୁ ଫେରିଛି ଶୀତ । ଲଗାତାର ତିନି ଦିନ ଧରି ତାପମାତ୍ରା କମିବାରେ ଲାଗିଛି । ଆଜି ତାପମାତ୍ରା ୭.୫ ଡିଗ୍ରୀ ରହିଥିବାବେଳେ ଜାଡ଼ରେ ଥରୁଛନ୍ତି ଦାରିଙ୍ଗବାଡ଼ିବାସୀ ।

ଦାରିଙ୍ଗବାଡ଼ି ଶୀତ ଅସହ୍ୟ ହେବାରେ ଲାଗିଛି । ରାତିରୁ ସକାଳ ପ୍ରାୟ ୮ଟା ପର୍ଯ୍ୟନ୍ତ ପ୍ରବଳ କୁହୁଡ଼ି ରହୁଛି । ଗାଡ଼ି ଚଳାଇବା କଷ୍ଟକର ହୋଇପଡ଼ିଛି । ଶୀତରୁ ରକ୍ଷା ପାଇବା ପାଇଁ ଲୋକମାନେ ଶୀତବସ୍ତ୍ର ସାଙ୍ଗକୁ ନିଆଁ ଲଗାଇ ବସି ରହୁଛନ୍ତି । ବିଶେଷକରି ଗରିବ ଲୋକମାନେ ପ୍ରଭାବିତ ହୋଇଛନ୍ତି । କାମ ଧନ୍ଦା ନପାଇ ଘରେ ବସି ରହୁଛନ୍ତି । ସକାଳ ହେଉ ଅବା ସନ୍ଧ୍ୟା ଶୀତରୁ ସାମାନ୍ୟ ତ୍ରାହି ପାଇବାକୁ ଚା’ ଦୋକାନରେ ପ୍ରବଳ ଗହଳି ହେଉଛି । କିଛି ଦିନ ତଳେ ପାଗ ମେଘୁଆ ରହିଥିବାରୁ ତାପମାତ୍ରାରେ ପରିବର୍ତ୍ତନ ଆସିଥିଲା । ଶୀତ ପ୍ରାୟ ନଥିଲା ।

ଶନିବାର ତାପମାତ୍ରା ୯ ଡିଗ୍ରୀ ରହିଥିବାବେଳେ ରବିବାର ହଠାତ ପରିବର୍ତ୍ତନ ହୋଇ ୭.୫ ଡିଗ୍ରୀ ସେଲ୍‌ସିୟସରେ ପହଞ୍ଚିଛି । ଏଭଳି ପାଣିପାଗ ପରିବର୍ତ୍ତନ ଯୋଗୁ ଅଞ୍ଚଳର ଥଣ୍ଡା ଓ ଜ୍ୱରରେ ଅଧିକାଂଶ ଆକ୍ରାନ୍ତ ହେଉଛନ୍ତି । ଅପରପକ୍ଷେ ବଡ଼ଦିନ ପାଇଁ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ଥିବା ତଥା ରବିବାର ସରକାରୀ ଛୁଟିଥିବା ଯୋଗୁ ପର୍ଯ୍ୟଟନ କ୍ଷେତ୍ରରେ ପ୍ରବଳ ଭିଡ଼ ଦେଖାଦେଇଛି ।