PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଜଗତସିଂପୁର ଜିଲାର ଢିଙ୍କିଆ ପଞ୍ଚାୟତରେ ଆସନ୍ତା ବର୍ଷ ହେବ ପଞ୍ଚାୟତ ନିର୍ବାଚନ ।
  • ||
  • କୋଭିଡ୍‌ର କେବେ ବି ଅନ୍ତ ହେବ ନାହିଁ, ଭାଇରସ୍ ତାହାର ଚରିତ୍ର ବଦଳାଇବ : ସ୍ଵାସ୍ଥ୍ୟ ନିର୍ଦ୍ଦେଶକ
  • ||
  • ଭୁବନେଶ୍ଵର : ରାଜ୍ୟରେ ପୁଣି ବଢିଲା କରୋନା ଗ୍ରାଫ୍, ୨୪ ଘଣ୍ଟାରେ ୭୪୨୬ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||
  • ପୁରୀ : ଖଣିରେ ଭାସୁଛି ମୃତଦେହ, ହତ୍ୟା ସନ୍ଦେହ
  • ||
  • ଭୁବନେଶ୍ଵର : ଗାନ୍ଧି ମାର୍ଗରେ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ, ପତାକା ଉତ୍ତୋଳନ କଲେ ରାଜ୍ୟପାଳ
  • ||
  • ପଦ୍ମପୁର : ସ୍କୁଲ୍ ନାହିଁ ତ ଭୋଟ୍ ନାହିଁ, ଗାଁ ମୁଣ୍ଡରେ ପୋଷ୍ଟର ଲଗାଇ ଭୋଟ ବର୍ଜନ ପାଇଁ ଘୋଷଣା କଲେ ଗ୍ରାମବାସୀ
  • ||
  • ଯାଜପୁର : ବାଇକକୁ ଧକ୍କା ଦେଲା କାର୍, ଜଣେ ମୃତ
  • ||
  • ଭୁବନେଶ୍ଵର : ଆଜି ଘନ କୁହୁଡ଼ି, ୨୮ରୁ ଶୀତ ଲହରୀ
  • ||
  • ଭୁବନେଶ୍ଵର : ଦେଶ ପାଳନ କରୁଛି ୭୩ତମ ଗଣତନ୍ତ୍ର ଦିବସ, ରାଜପଥରେ ଦୁନିଆ ଦେଖିବ ଭାରତର ଶକ୍ତି
  • ||

ଆଜି ମୁଖ୍ୟ ଶାସନ ସଚିବଙ୍କ କୋରାପୁଟ ଜିଲ୍ଲା ଗସ୍ତ ! କୋଭିଡ଼ ସ୍ଥିତିର ସମୀକ୍ଷା କରିବା କାର୍ଯ୍ୟକ୍ରମ ରହିଛି

ଜୟପୁର, ୩୧/୦୫: ଆଜି ରାଜ୍ୟ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ କୋରାପୁଟ ଜିଲ୍ଲା ଗସ୍ତ କାର୍ଯ୍ୟକ୍ରମ ରହିଛି । ଏ ସମ୍ପର୍କରେ ପ୍ରଶାସନ ପକ୍ଷରୁ କୌଣସି ବିଧିବଦ୍ଧ ସୂଚନା ମିଳିନାହିଁ । ଗସ୍ତ ସମୟରେ ସେ ସ୍ଥାନୀୟ ଜିଲ୍ଲା ହସପିଟାଲ, କୋଭିଡ୍‌ ହସପିଟାଲ୍‌ ଏବଂ କୋଭିଡ୍‌ କେୟାର ସେଣ୍ଟର ବୁଲି ପାରନ୍ତି । ଏହାକୁ ଆଖିରେ ରଖି ରବିବାର ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ମକରନ୍ଦ ବେଉରା ଏଠାକାର ଡାକ୍ତରଖାନା ପରିଦର୍ଶନ କରିଛନ୍ତି । ଅପରାହ୍ନରେ ଜିଲ୍ଲାପାଳ ଅବଦଲ ମହମ୍ମଦ ଅଖତର ପହଞ୍ଚି ବିଭିନ୍ନ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ।

ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ୩୧ ତାରିଖ ଅପରାହ୍ନ ଗୋଟାଏରେ ଭୁବନେଶ୍ୱର ଫେରିଯିବେ ବୋଲି ଜଣାପଡିଛି । ରବିବାର ପୂର୍ବାହ୍ନରେ ସିଡିଏମଓ ଡାକ୍ତର ବେଉରା, ଉପଜିଲ୍ଲାପାଳ ହେମକାନ୍ତ ସୟ, ଡିଏମ୍‌ଓ ଡାକ୍ତର ରବୀନ୍ଦ୍ରନାଥ ମିଶ୍ର, ହସପିଟାଲ ମ୍ୟାନେଜର ବିଭାବସୁ ରାଉତ ପ୍ରମୁଖ ସ୍ଥାନୀୟ ଏୟାରଷ୍ଟ୍ରିପ୍‌ରେ ପହଞ୍ଚିଥିଲେ । ଚାଲିଥିବା ପ୍ରସ୍ତୁତି ସମ୍ପର୍କରେ ଆଲୋଚନା କରିଥିଲେ । ପରେ ଡିଏଚଏଚ୍‌ ପରିଦର୍ଶନରେ ବାହାରିଥିଲେ । ଡାକ୍ତରଖାନା ସଫେଇଠୁ ଆରମ୍ଭ କରି ପ୍ରଶାସନିକ କାମର ତଦାରଖ କରିଥିଲେ । ମଧ୍ୟାହ୍ନରେ ଡାକ୍ତର ବେଉରା ଏବଂ ଶ୍ରୀ ସୟ କୋଭିଡ୍‌ ହସପିଟାଲରେ ପହଞ୍ଚିଥିଲେ । ରୋଗୀ ସେବା ସମ୍ପର୍କରେ ପଚାରି ବୁଝିଥିଲେ । ପରିସରରେ ସ୍ୱଚ୍ଛତା ବଜାୟ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ । ଏହି ସମୟରେ ଏଏମ୍‌ଓ ଡାକ୍ତର ଆଶିଷ ପାଣିଗ୍ରାହୀଙ୍କ ସହ କୋଭିଡ୍‌ ହସପିଟାଲ ମ୍ୟାନେଜର, ଡାକ୍ତର ଏବଂ ଅନ୍ୟ କର୍ମଚାରୀ ଉପସ୍ଥିତ ଥିଲେ ।

ସୂଚନାଥାଉକି, ଗତ ୨୪ ତାରିଖରେ ଶ୍ରୀ ମହାପାତ୍ରଙ୍କ ନବରଙ୍ଗପୁର ଏବଂ କୋରାପୁଟ ଜିଲ୍ଲା ଗସ୍ତ କାର୍ଯ୍ୟକ୍ରମ ରହିଥିଲା । ସୁପର ସାଇକ୍ଲୋନ୍‌ ‘ୟାସ୍‌’ କାରଣରୁ ଏହି ଗସ୍ତ କାର୍ଯ୍ୟକ୍ରମ ୨୩ ତାରିଖରେ ବାତିଲ କରାଯାଇଥିଲା