PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଜଳେଶ୍ଵର : ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା ଅସ୍ପଷ୍ଟ
  • ||
  • ରାଜ୍ୟ: କରୋନାରେ ଆଖିବୁଜିଲେ ୧୭ ଜଣ ସଂକ୍ରମିତ, ମୃତକଙ୍କ ସଂଖ୍ୟା ୨୧୨୧କୁ ଛୁଇଁଲା
  • ||
  • ଓଡ଼ିଶାରେ ୫ ଲକ୍ଷ ଟପିଲା କରୋନା ସଂକ୍ରମିତଙ୍କ ସଂଖ୍ୟା, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦୫୨୧ ଜଣ ଆକ୍ରାନ୍ତ
  • ||
  • ଜାମ୍ମୁ କାଶ୍ମୀର : ସୁରକ୍ଷାବାହିନୀକୁ ବଡ଼ ସଫଳତା, ୩ ଆତଙ୍କୀ ନିପାତ, ଭୟରେ ଜଣେ ଆତଙ୍କବାଦୀ କଲା ଆତ୍ମସମର୍ପଣ
  • ||
  • ଭୁବନେଶ୍ଵର : ତାତିରୁ ମିଳିଛି ସାମାନ୍ୟ ଆଶ୍ଵସ୍ତି, ଖସିଛି ପାରଦ, ୯ ଯାଏଁ କାଳବୈଶାଖୀ ସମ୍ଭାବନା
  • ||
  • ତାଳଚେର : ଅନୁଗୁଳ ତଳଗଡ଼ ଗ୍ରାମରେ ହାତୀ ଆକ୍ରମଣରେ ଜଣେ ମହିଳା ମୃତ
  • ||

ଆଜି, କାଲି ହାଲୁକା ବର୍ଷା ସମ୍ଭାବନା,୨୮ରୁ ବଢ଼ିବ ଥଣ୍ଡା

ଭୁବନେଶ୍ୱର ୨୫/୧୨: ରାଜ୍ୟରେ ଏବେ ପାଗ ମେଘୁଆ ରହିବ । କେତେକ ସ୍ଥାନରେ ବର୍ଷା ହୋଇପାରେ । ରାତି ତାପମାତ୍ରା ବଢ଼ିଲେ ମଧ୍ୟ କୋହଲା ପାଗ ଯୋଗୁ ଥଣ୍ଡା ଅନୁଭୂତ ହେବ । ତେବେ ୨୮ରୁ ରାଜ୍ୟରେ ବଢ଼ିବ ଶୀତ ପ୍ରକୋପ। ତାପମାତ୍ରା ଅସ୍ୱାଭାବିକ ଭାବେ ନିମ୍ନଗାମୀ ହେବ । ଏଭଳି ପୂର୍ବାନୁମାନ କରିଛନ୍ତି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଡିମ୍‌ଡ ଟୁ ବି ୟୁନିର୍ଭସିଟି ଜଳବାୟୁ ଓ ପରିବେଶ କେନ୍ଦ୍ର (ସିଇସି) ନିର୍ଦ୍ଦେଶକ ଡକ୍ଟର ଶରତ ଚନ୍ଦ୍ର ସାହୁ ।

ଡକ୍ଟର ସାହୁଙ୍କ କହିବାନୁଯାୟୀ ବଡ଼ଦିନରେ ପାଗ ସକାଳବେଳା ସାମାନ୍ୟ ଖରା ରହିପାରେ । ମାତ୍ର ଅପରାହ୍ନରୁ ପାଗ ମେଘୁଆ ରହିବ । ସନ୍ଧ୍ୟାରୁ କେତେକ ସ୍ଥାନରେ ବର୍ଷା ହୋଇପାରେ । ଆସନ୍ତାକାଲି ଉତ୍ତର ଓଡ଼ିଶା ଓ ଆଭ୍ୟନ୍ତରୀଣ ଅଞ୍ଚଳରେ ବର୍ଷା ସମ୍ଭାବନା ଅଛି । କେନ୍ଦୁଝର, ମୟୂରଭଞ୍ଜ, କନ୍ଧମାଳ, କଳାହାଣ୍ଡି, ବଲାଙ୍ଗିର, ସୁନ୍ଦରଗଡ଼, ଝାରସୁଗୁଡ଼ା, ଦେବଗଡ଼ ଓ ସୋନପୁରରେ ବର୍ଷା ହୋଇପାରେ ।

ଉପକୂଳ ଅଞ୍ଚଳର କେତେକ ସ୍ଥାନରେ ବର୍ଷା ସମ୍ଭାବନା ଅଛି । ଆସନ୍ତାକାଲି ବର୍ଷା କମ୍‌ ରହିବ । ୨୬ରେ ବର୍ଷା ପରିମାଣ ଅଧିକ ରହିପାରେ । ପାଗ ମେଘୁଆ ରହିବ । ଭଦ୍ରକ, ବାଲେଶ୍ୱର, କେନ୍ଦ୍ରାପଡ଼ା, ଜଗତସିଂହପୁର, ଅନୁଗୁଳ, ଢେଙ୍କାନାଳ, ଯାଜପୁର ଓ କଟକରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । କୁଆପଥର ପଡ଼ିପାରେ ।

୨୭ରୁ ବର୍ଷା କମିଯିବ । ପାଗ କ୍ରମଶଃ ଫିଟିବ । ୨୮ରୁ ରାଜ୍ୟରେ ତାପମାତ୍ରା ଖସିବ । ଥଣ୍ଡା ବଢ଼ିବ । ୨୮, ୨୯ ଓ ୩୦ରେ ଶୀତ ପ୍ରକୋପ ଅଧିକ ରହିବ । ତା’ ପରେ ଶୀତ କମିପାରେ ।

ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଏଚ୍‌.ଆର୍‌.ବିଶ୍ୱାସଙ୍କ ପୂର୍ବାନୁମାନ ହେଲା, ଆସନ୍ତାକାଲି କେନ୍ଦୁଝର, ସୁନ୍ଦରଗଡ଼ରେ ହାଲୁକା ବର୍ଷା ହୋଇପାରେ । ୨୬ରେ ବର୍ଷା ପରିମାଣ ଅଧିକ ରହିପାରେ । ଉତ୍ତର ଓଡ଼ିଶାରେ ବର୍ଷା ସମ୍ଭାବନା ଅଧିକ । ଏହା ପରେ ୨୭ ଓ ୨୮ ତାରିଖବେଳକୁ ରାଜ୍ୟରେ ଥଣ୍ଡା ବଢ଼ିବ । ରାତି ତାପମାତ୍ରା ବର୍ତ୍ତମାନ ତୁଳନାରେ ୩ରୁ ୪ ଡିଗ୍ରୀ କମିଯିବ । ନୂଆବର୍ଷବେଳକୁ ଶୀତ ପ୍ରକୋପ ରହିପାରେ । ଆଜି ରାଜ୍ୟର କୌଣସି ସ୍ଥାନରେ ସର୍ବନିମ୍ନ ତାପମାତ୍ରା ୧୧ଡିଗ୍ରୀ ସେଲସିୟସ୍‌ ତଳେ ନଥିଲା ।