PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ହରିଆଣାରେ ୨୪ମଇ ଯାଏ ବଢ଼ିଲା ଲକ୍‌ ଡାଉନ୍‌ , ମୁଖ୍ୟମନ୍ତ୍ରୀ ଖଟ୍ଟର କହିଲେ –ଜନତାଙ୍କ ଦାବି ନେଇ ନିଷ୍ପତ୍ତି
  • ||
  • ନୂଆଦିଲ୍ଲୀ : ପୂର୍ବତନ ଭାରତୀୟ କ୍ରିକେଟ ଅଲରାଉଣ୍ଡର ରାଜେନ୍ଦ୍ର ସିଂ ଜାଡେଜାଙ୍କ କରୋନାରେ ପରଲୋକ
  • ||
  • ଭୁବନେଶ୍ଵର : ରାଜ୍ୟରେ ଫିଲ୍ମ କିମ୍ଵା ସିରିୟଲ ସୁଟିଂ ଉପରେ ପ୍ରତିବନ୍ଧକ, ସମସ୍ତ ଇନଡୋର ଓ ଆଉଟଡୋର ସୁଟିଂ ବନ୍ଦ
  • ||
  • ୨୪ରେ ବଙ୍ଗୋପସାଗରରେ ଲଘୁଚାପ: ଆଣ୍ଡାମାନ ସାଗରରେ ସୃଷ୍ଟି ହେବ, ଅବପାତ ରୂପ ନେବା ପାଇଁ ପାଣିପାଗ ଅନୁକୂଳ…
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୧ ହଜାର ୭୩୨ ଜଣ କରୋନା ପଜିଟିଭ, ସଂକ୍ରମିତଙ୍କ ସଂଖ୍ୟା ୬ ଲକ୍ଷ ୧୨ ହଜାର ଟପିଲା
  • ||
  • ଭୁବନେଶ୍ୱର : ଓଡ଼ିଶାରେ ୧୯ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୨୩୧୩କୁ ବୃଦ୍ଧି
  • ||
  • ସଇଁତଳା : ଜମିବାଡ଼ି କଳହକୁ ନେଇ ଗୋଷ୍ଠୀ ସଙ୍ଘର୍ଷ, ଜଣେ ମୃତ, ୨ ଅଟକ
  • ||
  • ପାଟଣାଗଡ଼ : କରୋନା ଯୁଦ୍ଧରେ ହାରିଗଲେ ବରିଷ୍ଠ ସାମ୍ବାଦିକ କୈଳାଶ ସାହୁ
  • ||
  • ଆଠଗଡ : ଚୋରା ଚାଲାଣ ବେଳେ ଓଲଟିଲା କାଠ ବୋଝେଇ ପିକଅପ୍ ଭ୍ୟାନ, ଡ୍ରାଇଭର ମୃତ ଜଣେ ଗୁରୁତର
  • ||
  • ଭୁବନେଶ୍ୱର : ସ୍ୱର୍ଗତ ରଘୁନାଥ ମହାପାତ୍ରଙ୍କ ପୁଅ ପ୍ରଶାନ୍ତ ମହାପାତ୍ରଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର, କରୋନା ଆକ୍ରାନ୍ତ ହେବା ପରେ ଚାଲିଛି ଚିକିତ୍ସା
  • ||
  • ଭୁବନେଶ୍ୱର : ସୋମବାରଠୁ ଅନ୍‌ଲାନ୍‌ରେ ମିଳିବ ମଦ, ସକାଳ ୭ଟାରୁ ସଂଧ୍ୟା ୫ଟା ଯାଏଁ ଦେଇ ପାରିବେ ଅର୍ଡର, ହଜାର ଟଙ୍କାରେ ମଦ କିଣିଲେ ୧୦୦ ଟଙ୍କା ଡେଲିଭାରୀ ଚାର୍ଜ
  • ||
  • ଭୁବନେଶ୍ୱର : ପାରା ଧରିବାକୁ ଯାଇ ଟ୍ରେନ୍‌ ଲାଇନ୍ରେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଜଳିଗଲା ନାବାଳକ, ଗୁରୁତର ଆହତ ଅବସ୍ଥାରେ ଉଦ୍ଧାର
  • ||
  • ଭୁବନେଶ୍ୱର : ମାସ ଶେଷକୁ ଓଡ଼ିଶାରେ ସଂକ୍ରମଣ ପିକ୍‌ରେ ପହଞ୍ଚିବ, ଜୁନ୍‌ ପ୍ରଥମ ସପ୍ତାହରୁ କମିପାରେ
  • ||
  • କଟକ : ବୃଦ୍ଧ ଦମ୍ପତ୍ତିଙ୍କ ସନ୍ଦେହଜନକ ଅବସ୍ଥାରେ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ !
  • ||

ଆଜି ବଲାଙ୍ଗୀର ଗସ୍ତରେ ଆସୁଛନ୍ତି ଉପରାଷ୍ଟ୍ରପତି ଏମ.ଭେଙ୍କିଆ ନାଇଡୁ

ବଲାଙ୍ଗୀର ୨୭/୧୨: ଆଜି ଭାରତର ଉପରାଷ୍ଟ୍ରପତି ଏମ.ଭେଙ୍କିଆ ନାଇଡୁ ବଲାଙ୍ଗୀର ଗସ୍ତରେ ଆସୁଛନ୍ତି । ଏହି ଅବସରରେ ଉପରାଷ୍ଟ୍ରପତି ବଲାଙ୍ଗୀର ଉପକଣ୍ଠସ୍ଥ ବରକାନିଠାରେ ବିପିସିଏଲ ପକ୍ଷରୁ ୧୦୩ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏଲପିଜି ବଟଲିଂ ପ୍ଲାଣ୍ଟକୁ ଦେଶ ଉଦ୍ଦେଶ୍ୟରେ ଲୋକାର୍ପଣ କରିବେ । ପରେ ସେ ସ୍ଥାନୀୟ ଗାନ୍ଧୀ ଷ୍ଟାଡ଼ିୟମଠାରେ ଆୟୋଜିତ ରାଜେନ୍ଦ୍ର କଲେଜର ପ୍ଲାଟିନମ ଜୁବଲି ସମାରୋହରେ ଯୋଗଦେବେ । ଏଥିପାଇଁ ଜିଲ୍ଲା ପ୍ରଶାସନ ଏବଂ ପୁଲିସ ପକ୍ଷରୁ ପ୍ରସ୍ତୁତି ଶେଷ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ସହର ପୁଲିସ ଛାଉଣୀରେ ପରିଣତ ହୋଇଛି ।

ଆଜି ବଲାଙ୍ଗୀରଠାରେ ଉପରାଷ୍ଟ୍ରପତିଙ୍କ ସମୁଦାୟ ୨ଘଣ୍ଟା ୫୦ମିନିଟର କାର୍ଯ୍ୟକ୍ରମ ରହିଛି । ସେ ସକାଳ ୮ଟା ୫ମିନିଟରେ ରାୟପୁରସ୍ଥିତ ସ୍ୱାମୀ ବିବେକାନନ୍ଦ ବିମାନବନ୍ଦରରୁ ବାୟୁସେନାର ସ୍ୱତନ୍ତ୍ର ହେଲିକ୍ୟାପ୍ଟରଯୋଗେ ବାହାରି ୯ଟା ୧୫ରେ ବଲାଙ୍ଗୀରରେ ପହଞ୍ଚିବେ । ପୂର୍ବାହ୍ନ ୯.୧୫ରୁ ୯.୨୦ ମଧ୍ୟରେ ପରିଚୟ କାର୍ଯ୍ୟକ୍ରମ ରହିଛି । ସେଠାରୁ ୯ଟା ୨୦ରୁ ସଡ଼କ ପଥରେ ବାହାରି ୯ଟା ୩୦ରେ ବରକାନୀସ୍ଥିତ ବଟଲିଂ ପ୍ଲାଣ୍ଟରେ ପହଞ୍ଚିବେ । ସେଠାରେ ୪୫ ମିନିଟ ଧରି ହେବାକୁ ଥିବା ସମାବେଶରେ ଉପରାଷ୍ଟ୍ରପତି ଯୋଗଦେଇ ଏଲପିଜି ବଟଲିଂ ପ୍ଲାଣ୍ଟକୁ ଲୋକାର୍ପଣ କରିବେ । ସେଠାରୁ ୧୦ଟା ୧୫ରେ ବାହାରି ରାଜେନ୍ଦ୍ର କଲେଜ ପ୍ଲାଟିନମ ଜୁବଲିରେ ଯୋଗଦେବା ପାଇଁ ଗାନ୍ଧୀ ଷ୍ଟାଡ଼ିୟମରେ ୧୦ଟା ୩୫ରେ ପହଞ୍ଚିବେ । ୧୦ଟା ୪୫ରୁ ୧୧ଟା୪୫ ପର୍ଯ୍ୟନ୍ତ ରାଜେନ୍ଦ୍ର କଲେଜ ପ୍ଲାଟିନମ ଜୁବଲିରେ ରହିବା ପରେ ସେଠାରୁ ବାହାରି ୧୨ଟା ସୁଦ୍ଧା ପଥରଚେପାସ୍ଥିତ ହେଲିପ୍ୟାଡ଼କୁ ଯିବେ । ଶେଷରେ ୧୨ଟା ୦୫ରେ ସେ ସ୍ୱତନ୍ତ୍ର ହେଲିକ୍ୟାପ୍ଟରରେ ରାୟପୁର ଅଭିମୁଖେ ଯାତ୍ରା କରିବେ ।

ଉପରାଷ୍ଟ୍ରପତିଙ୍କ ଗସ୍ତ ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଅପରାହ୍ନରେ କାରକେଡ଼ ମକଡ୍ରିଲ ସରିଥିବା ବେଳେ ଉଭୟ ମଞ୍ଚରେ ସନ୍ଧାନୀ କୁକୁର ଏବଂ ଡିଏଫଏମଡ଼ି, ଏଚଏଚଏମଡ଼ି ଯନ୍ତ୍ର ଦ୍ୱାରା ଯାଞ୍ଚ ଚାଲିଛି । ସ୍ପେଶିଆଲ ସିକ୍ୟୁରିଟି ୱିଙ୍ଗ କମାଣ୍ଡାଣ୍ଟ କାହ୍ନୁଚରଣ ପଟ୍ଟନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ କରାଯାଇଥିବା ସୁରକ୍ଷା ବ୍ୟବସ୍ଥାରେ ଏସପି ର‌୍ୟାଙ୍କର ଦୁଇଜଣ ଡେପୁଟି କମାଣ୍ଡାଣ୍ଟ, ୧୬ଜଣ ଡିଏସପି, ୩୪ ଜଣ ସୁବେଦାର ତଥା ଇନ୍ସପେକ୍ଟର, ୪୫ଏସଆଇ, ୬୭ଜଣ ଏଏସଆଇ, ୪ଜଣ ହାବିଲଦାରଙ୍କ ସମେତ ୩୫ପ୍ଲାଟୁନ ଫୋର୍ସ ମୁତୟନ ହେବେ । ଗତକାଲି ଅପରାହ୍ନରେ ଉତ୍ତରାଞ୍ଚଳ ଡିଆଇଜି ହିମାଂଶୁ ଲାଲ ଉଭୟ ବଟଲିଂ ପ୍ଲାଣ୍ଟ ଏବଂ ଗାନ୍ଧୀ ଷ୍ଟାଡ଼ିୟମ ସ୍ଥିତ ପ୍ଲାଟିନମ ଜୁବଲି ସମାରୋହସ୍ଥଳ ବୁଲି ସ୍ଥିତି ସମୀକ୍ଷା କରିଛନ୍ତି ।