ଆଜି ଆନ୍ତର୍ଜାତିକ ଭିନ୍ନକ୍ଷମ ଦିବସ: ଏଥର ଥିମ ରହିଛି“ଭିନ୍ନକ୍ଷମଙ୍କ ସହଭାଗିତା ଏବଂ ନେତୃତ୍ୱକୁ ପ୍ରେତ୍ସାହିତ କରିବା”

ଭୁବନେଶ୍ବର ୩/୧୨: ପ୍ରତି ବର୍ଷ ଡିସେମ୍ବର ୩ ତାରିଖରେ ଅନ୍ତର୍ଜାତୀୟ ସ୍ତରରେ ପାଳିତ ହେଉଛି। ଆନ୍ତର୍ଜାତିକ ଭିନ୍ନକ୍ଷମ ଦିବସ । ୧୯୯୨ରେ ଜାତିସଂଘ ସାଧାରଣ ସଭାରେ ଆଜିର ଦିନ ଭିନ୍ନକ୍ଷମଙ୍କ ପାଇଁ ଏହି ଦିବସ ଘୋଷଣା କରାଯାଇଥିଲା । ଭିନ୍ନକ୍ଷମମାନଙ୍କର ସମସ୍ୟାଗୁଡ଼ିକୁ ବୁଝିବା ସହିତ ସେମାନଙ୍କ ମର୍ଯ୍ୟାଦା, ଅଧିକାର ଓ କଲ୍ୟାଣ ନିମନ୍ତେ ସମର୍ଥନର ହାତ ବଢ଼ାଇବା ଏହି ଦିବସ ପାଳନର ଉଦ୍ଦେଶ୍ୟ । ସମାଜର ସାଧାରଣ ବର୍ଗର ଲୋକଙ୍କ ଭଳି ରାଜନୀତିକ, ସାମାଜିକ, ଅର୍ଥନୈତିକ ଓ ସାଂସ୍କୃତିକ ଆଦି ସମସ୍ତ କ୍ଷେତ୍ରରେ ଭିନ୍ନକ୍ଷମଙ୍କର ସମାନ ଅଧିକାର ଉପରେ ଦିବସ ସଚେତନ କରେ । ଚଳିତ ବର୍ଷ ଏହି ଦିବସର ବିଷୟ ରହିଛି ‘ଭବିଷ୍ୟତ ସୁଗମ’ । ଭିନ୍ନକ୍ଷମଙ୍କ ପ୍ରଗତି ପଥରେ ବାଧକ ସାଜିଥିବା ସମସ୍ୟା ଦୂର କରିବା ଦିଗରେ ଚଳିତ ବର୍ଷ ଭିନ୍ନକ୍ଷମ ଦିବସ ଫୋକସ୍‌ କରୁଛି । ବିଭିନ୍ନ ସରକାରୀ, ବେସରକାରୀ, ଘରୋଇ ଓ ବ୍ୟକ୍ତିଗତ ସ୍ତରରେ ଅତିକମ୍‌ରେ ୧୦୪ଟି ଦେଶରେ ଏହି ଦିବସ ପାଳିତ ହେଉଛି ।

ଏହି ଅବସରରେ ରାଜ୍ୟ ସାମାଜିକ ସୁରକ୍ଷା ଓ ସଶକ୍ତିକରଣ ବିଭାଗ ପକ୍ଷରୁ ପଦଯାତ୍ରା ଆୟୋଜନ କରାଯାଇଥିଲା । ଏହି ୱାକଥାନ୍ ରାଜମହଲ ଛକରୁ ଶିଶୁଭବନ ଛକ ପର୍ଯ୍ୟନ୍ତ ଯାଇଥିଲା । ଏଥିରେ ବିଭିନ୍ନ ଜିଲ୍ଲାରୁ ଆସିଥିବା ଶହଶହ ସଂଖ୍ୟାରେ ଦିବ୍ୟଙ୍ଗ ଛାତ୍ରଛାତ୍ରୀ ଭାଗ ନେଇଥିଲେ । ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ମୁଖ୍ୟ ଅତିଥି ଭଗେ ଯୋଗ ଦେଇ ଫ୍ଲାଗ ଅଫ୍ କରିଥିଲେ । ମଧ୍ୟ ବିଧାୟକ ଶ୍ରୀ ଅନନ୍ତ ନାରାୟଣ ଜେନା ଉତ୍ତର ବିଧାୟକ ଶ୍ରୀ ସୁଶାନ୍ତ ରାଉତ ଓ ବିଭାଗୀୟ କମିଶନର ଏଥିରେ ଯୋଗ ଦେଇଥିଲେ । ଆଜି ସନ୍ଧ୍ୟା ରେ ଆଦିବାସୀ ପଡିଆ ରେ ଏକ କାର୍ଯ୍ୟକ୍ରମ ରେ ମୁଖ୍ୟ ମନ୍ତ୍ରୀ ଦିବ୍ୟାଙ୍ଗ ମାନଙ୍କ ପାଇଁ ଏକ ଆ ପ୍ ଉନ୍ମୋଚନ କରିବେ ।

   ସମ୍ବନ୍ଧିତ ଖବର


ବିଶ୍ୱ ବିଦ୍ୟାଳୟ ଓ ମହାବିଦ୍ୟାଳୟମାନଙ୍କୁ ଫାଇନାଲ୍‌ ପରୀକ୍ଷା କରିବା ପାଇଁ କେନ୍ଦ୍ର ଗୃହ ମନ୍ତ୍ରାଳୟ ଦେଲେ ଅନୁମତି

ପୁରୀବାସୀଙ୍କୁ ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ- କରୋନା ନିୟନ୍ତ୍ରଣ ପାଇଁ ଦେଲେ ଏହି ପରାମର୍ଶ

ବିଧାୟକ ବିଷ୍ଣୁ ଦାସଙ୍କ ପରଲୋକ

ରସିକିଆ ଓଏଏସ୍‌ ଅଧିକାରୀଙ୍କ ବିକଳ ଅଶୀଳ୍ଲ ପ୍ରେମ

ସ୍ତ୍ରୀ ରାଜନୀତିରେ , ପୁଅ ଇଂଲଣ୍ଡରେ ପଢୁଛନ୍ତି MBBS: ୮ଜଣ ପୁଲିସଙ୍କୁ ମାରି ବାପା ଫେରାର୍

କରୋନା ପଜିଟିଭ ଜଣାପଡିବା ପରେ ହସ୍ପିଟାଲର ଚତୁର୍ଥ ମହଲାରୁ ଡେଇଁ ଆତ୍ମହତ୍ୟା କଲେ ସାମ୍ବାଦିକ