PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କୋରାପୁଟ: କୋଟିଆରେ ଆନ୍ଧ୍ର କର୍ମଚାରୀଙ୍କୁ ଅଧାରାସ୍ତାରେ ଅଟକାଇଲା ଓଡ଼ିଶା ପୋଲିସ
  • ||
  • କଳାହାଣ୍ଡି: ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ଅଫିସ ଘେରାଉ, ଘଟଣାସ୍ଥଳରେ ଉତ୍ତେଜନା ଜାରି
  • ||
  • ଭଦ୍ରକ: ବଉଳ ପୋଖରୀ ଅଞ୍ଚଳରୁ ୩୧୬ ଗ୍ରାମ୍ ବ୍ରାଉନସୁଗର ଜବତ କଲା ଗ୍ରାମଞ୍ଚଳ ଥାନା ପୋଲିସ, ୩ ଗିରଫ
  • ||
  • କେନ୍ଦୁଝର: ନିଖୋଜ ୪ ବର୍ଷର ଶିଶୁକନ୍ୟାର ଉଲଂଗ୍ନ ମୃତଦେହ ଉଦ୍ଧାର, ଦୁଷ୍କର୍ମ ପରେ ହତ୍ୟା କରି ଫିଙ୍ଗିଦେଇଥିବା ସନ୍ଦେହ
  • ||
  • ଖପ୍ରାଖୋଲ: ଯୁବକ ନିଖୋଜ ଅଭିଯୋଗ, ଶୁଳିଆବାହାଳ ଜଙ୍ଗଲ ମାଟିତଳୁ ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ୱର: ନନ୍ଦନକାନନରେ ବିରଳ ହିମାଳୟ ଅଣ୍ଡିରା ଭାଲୁ ‘ମୋତି’ର ମୃତ୍ୟୁ, ୫କୁ ଖସିଲା ସଂଖ୍ୟା
  • ||
  • ଢ଼େଙ୍କାନାଳ: ଷଢ଼ଙ୍ଗୀ ରେଞ୍ଜ ଅନ୍ତର୍ଗତ ଲହଡ଼ା ସରଂକ୍ଷିତ ଜଙ୍ଗଲରେ ଚିକିତ୍ସାଧୀନ ଅବସ୍ଥାରେ ଆଖିବୁଜିଲା ଦନ୍ତା, ସେପ୍ଟିସିମିଆ ରୋଗରେ ଥିଲା ପୀଡିତ
  • ||
  • ନୂଆଦିଲ୍ଲୀ : ଆରପାରିରେ ଭେଟେରାନ୍ ଅଭିନେତ୍ରୀ ମୀନୁ ମୁମତାଜ
  • ||
  • ବାଙ୍କୀ : ଜଙ୍ଗଲୀ ବାରହା ଉପଦ୍ରବ, ରାତିହେଲେ ଉଜାଡୁଛନ୍ତି ଏକର ଏକର ଫସଲ
  • ||
  • ଭୁବନ : ବାଲି ଘାଟକୁ କେନ୍ଦ୍ର କରି ମରଣାନ୍ତକ ଆକ୍ରମଣ, ବାପ-ପୁଅ ଗୁରୁତର
  • ||
  • ଭୁବନେଶ୍ୱର: ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୩୦୫କୁ ବୃଦ୍ଧି
  • ||
  • ଭୁବନେଶ୍ୱର: ରାଜ୍ୟରେ ସାମାନ୍ୟ ଖସିଲା କରୋନା ଗ୍ରାଫ୍, ଗତ ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୪୧ କୋଭିଡ୍ ପଜିଟିଭ୍
  • ||
  • ନୂଆଦିଲ୍ଲୀ : ନଭେମ୍ବର ୨୯ରୁ ସଂସଦର ଶୀତ ଅଧିବେଶନ, ୨୦ଟି କାର୍ଯ୍ୟ ଦିବସ ରହିବ
  • ||
  • ଭୁବନେଶ୍ୱର : ଆଗକୁ ବଢ଼ିବ ଶୀତ, ଆଭ୍ୟନ୍ତରୀଣ ଓଡ଼ିଶାରେ ୨ ଡିଗ୍ରୀ ଖସିଲା ତାପମାତ୍ରା
  • ||
  • ଭୁବନେଶ୍ୱର : ଓଏଏସ୍‌ ସ୍ତରରେ ଛୋଟ ଧରଣର ଅଦଳବଦଳ, ପୁରୀ ସଦର ବିଡିଓ ଭାବେ ନୂଆ ଦାୟିତ୍ଵ ସମ୍ଭାଳିବେ ସମ୍ବିତ ଶତପଥୀ
  • ||
  • ସୁନ୍ଦରଗଡ଼ : ହାତୀପଲଙ୍କୁ ଘଉଡାଇବା ବେଳେ ଅଘଟଣ, ହାତୀ ଆକ୍ରମଣରେ ଯୁବକ ମୃତ
  • ||

ଟିକା ଦୌଡ଼ରେ ଆଗଉଛି ଭାରତ, ଆଜିଠାରୁ ଦ୍ୱିତୀୟ ପର୍ଯ୍ୟାୟ ମାନବ ପରୀକ୍ଷଣ ଆରମ୍ଭ

livemint

ନୂଆଦିଲ୍ଲୀ,୦୬/୦୮: କରୋନା ଟିକା ପରୀକ୍ଷା କ୍ଷେତ୍ରରେ ଆମେରିକା, ବ୍ରିଟେନ ଓ ରୁଷ ଭଳି କିଛି ରାଷ୍ଟ୍ର ବେଶ୍‌ ଆଗରେ ଥିବା ବେଳେ ଭାରତ ଗୋଟିଏ ପାଦ ଆଗେଇଛି । ଭାରତରେ ବିକଶିତ ଏକ ଟିକାର ପ୍ରଥମ ପର୍ଯ୍ୟାୟ ମାନବ ପରୀକ୍ଷା ସଫଳ ହୋଇଛି । ଅଗଷ୍ଟ ୬ ଅର୍ଥାତ ଆଜିଠାରୁ ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷଣ ଆରମ୍ଭ ହେବ । ଭାରତୀୟ ଫାର୍ମା କମ୍ପାନି ଜାଇଡସ କାଡିଲା ଟିକା ବିକାଶ ଦିଗରେ ବେଶ୍‌ ଦ୍ରୁତ ଗତିରେ ଆଗକୁ ବଢୁଛି । କମ୍ପାନି ଦ୍ୱାରା ବିକଶିତ କରୋନା ଔଷଧ ଜାଇକୋଭ-ଡି’ର ପ୍ରଥମ ପର୍ଯ୍ୟାୟ କ୍ଲିନିକାଲ ଟ୍ରାଏଲ ପୂରା ହୋଇଛି । ଏହା ପ୍ରଭାବୀ ଓ ସଫଳ ହୋଇଛି । ଏମିତି କି ଏହି ଟିକା ଯେଉଁମାନଙ୍କୁ ଦିଆଯାଇଥିଲା, ସେମାନେ ସମସ୍ତେ ସୁରକ୍ଷିତ ଅଛନ୍ତି । ଟିକା ମଣିଷଙ୍କ ପାଇଁ ସୁରକ୍ଷିତ କି ନୁହେଁ, ତାହା ପ୍ରଥମ ପର୍ଯ୍ୟାୟ ପରୀକ୍ଷାରୁ ଜଣାପଡ଼ିଥାଏ ।

ପ୍ରକୃତ ପରୀକ୍ଷା ଆଜିଠୁ ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷଣ ଆରମ୍ଭ ହେବ । ପ୍ରଥମ ପର୍ଯ୍ୟାୟ ପରୀକ୍ଷା ଜୁଲାଇ ୧୫ରୁ ଆରମ୍ଭ ହୋଇଥିଲା । ୨୦ ଦିନ ଭିତରେ କମ୍ପାନି ଏହି ପର୍ଯ୍ୟାୟକୁ ଶେଷ କରିଛି । ଜାଇଡସ କାଡିଲାର ଅଧ୍ୟକ୍ଷ ପଙ୍କଜ ଆର୍‌ ପଟେଲ କହିଛନ୍ତି, ପ୍ରଥମ ପର୍ଯ୍ୟାୟରେ ଟିକାର ସୁରକ୍ଷା ନେଇ ସୁନିଶ୍ଚିତ କରାଯାଏ । ଏହି ପର୍ଯ୍ୟାୟରେ ଆମେ ପ୍ରଥମ ଡୋଜ ଦେବା ପରେ ସମସ୍ତଙ୍କ ଉପରେ ୭ ଦିନ ପାଇଁ ୨୪ ଘଣ୍ଟା ଡାକ୍ତରୀ ନଜରରେ ରଖାଯାଇଥିଲା । କୌଣସି ଜଣେ ବ୍ୟକ୍ତିଙ୍କଠାରେ କିଛି ବି ସମସ୍ୟା ଉପୁଜି ନ ଥିଲା ।

ଏହି ପ୍ରୟୋଗ ଅତ୍ୟନ୍ତ ସଫଳ ରହିଛି । ଦ୍ୱିତୀୟ ପର୍ଯ୍ୟାୟରେ ସୁରକ୍ଷା ସହିତ ପ୍ରତିରୋଧକ ଦିଗ ଉପରେ ଦୃଷ୍ଟି ଦିଆଯିବ । ଆଣ୍ଟିବଡି ଏବଂ ଇମ୍ୟୁନିଟି ବଢ଼ାଇବାରେ ଟିକା ସଫଳ ହେବ କି ନାହିଁ ତାହା ଏହି ପର୍ଯ୍ୟାୟରେ ଜଣାପଡ଼ିଯିବ । ସେପଟେ ଅନ୍ୟ ଏକ ଭାରତୀୟ ଫାର୍ମା କମ୍ପାନି ଭାରତ ବାୟୋଟେକ ଦ୍ୱାରା ବିକଶିତ କୋଭାକ୍ସିନ ଟିକାର ପ୍ରଥମ ପର୍ଯ୍ୟାୟ ପରୀକ୍ଷଣ ୧୨ଟି ଭିନ୍ନ ଭିନ୍ନ ସ୍ଥାନରେ ଜାରି ରହିଛି ।

ସମ୍ବନ୍ଧିତ ଖବର