ରାଜ୍ୟରେ ଆଉ ୨୯୪୯ କରୋନା ପଜିଟିଭ ଚିହ୍ନଟ: ଆକ୍ରାନ୍ତଙ୍କ ସଂଖ୍ୟା ୮୧ ହଜାର ଟପିଲା

ଭୁବନେଶ୍ୱର,୨୪/୦୮: ମହାମାରୀ କରୋନା ବ୍ୟାଧି ଦ୍ରୁତ ଗତିରେ ମାଡ଼ି ଚାଲିଛି । ଦିନକୁ ହଜାର ହଜାର କରୋନା ପଜିଟିଭ୍‌ ଚିହ୍ନଟ ହେଉଛନ୍ତି । ଏଥିରେ ବିପଦମୁହାଁ ହେଉଛନ୍ତି ରାଜ୍ୟବାସୀ। ଆଜି ରାଜ୍ୟରେ ୩୦ ଜିଲ୍ଲାରୁ ୨୯୪୯ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୧୮୨୬ ଜଣ କ୍ୱାରେଣ୍ଟାଇନ୍‌ରେ ଥିବା ବେଳେ ୧୧୨୩ ରୋଗୀ ସ୍ଥାନୀୟ ସଂକ୍ରମିତ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୮୧ ହଜାର ୪୭୯ କୁ ବୃଦ୍ଧି କରିଛି । ଏ ନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

ଆଜି ଓଡିଶାର ୩୦ଟି ଜିଲ୍ଲାରୁ ୨୯୪୯ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କଟକରୁ ୫୮୯ ଜଣ, ଖୋର୍ଦ୍ଧରୁ ୪୭୪ ଜଣ, ଯାଜପୁରରୁ ୨୧୫ ଜଣ, କୋରାପୁଟରୁ ୧୮୧ ଜଣ, ଗଞ୍ଜାମରୁ ୧୭୯ ଜଣ, ମୟୂରଭଞ୍ଜରୁ ୧୫୬ ଜଣ, ରାୟଗଡ଼ାରୁ ୧୪୬ ଜଣ, ସମ୍ବଲପୁରରୁ ୧୦୪ ଜଣ, ନୟାଗଡ଼ରୁ ୯୩ ଜଣ, ବାଲୋଶ୍ବରରୁ ୮୮ ଜଣ, ପୁରୀରୁ ୮୬ ଜଣ, ସୁନ୍ଦରଗଡ଼ରୁ ୮୧ ଜଣ, ମାଲକାନଗିରିରୁ ୭୮ ଜଣ, ଭଦ୍ରକରୁ ୬୬ ଜଣ, ବଲାଙ୍ଗୀରରୁ ୫୭ ଜଣଏ କେନ୍ଦ୍ରାପଡ଼ାରୁ ୫୬ ଜଣ, ଜଗତସିଂହପୁରରୁ ୫୧ ଜଣ, କନ୍ଧମାଳରୁ ୩୪ ଜଣ, କଳାହାଣ୍ଡିୁ ୩୦ ଜଣ, କେନ୍ଦୁଝରରୁ ୩୦ ଜଣ, ନବରଙ୍ଗପୁର ଓ ସେନପୁରରୁ ୨୬ ଜଣ ଲେଖାଏଁ, ଢ଼େଙ୍କାନାଳରୁ ୧୩ ଜଣ, ବୌଦ୍ଧ ଓ ଗଜପତିରୁ ୩ ଜଣ ଲେଖାଏଁ, ନୂଆପଡ଼ାରୁ ୨ ଜଣ, ଅନୁଗୁଳ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୮୧ ହଜାର ୪୭୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରୁ ୨୬,୬୦୨ ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୫୪ ହଜାର ୪୦୬ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ୪୦୯ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫୩ ଜଣଙ୍କ ମୃତ୍ୟୁ ଅନ୍ୟ ରୋଗ ଯୋଗୁଁ ହୋଇଛି । ଏବେ ସୁଦ୍ଧା ରାଜ୍ୟରେ ୧୩,୬୩,୬୨୦ ସାମ୍ପୁଲ ଟେଷ୍ଟ୍ ହୋଇଛି।

   ସମ୍ବନ୍ଧିତ ଖବର


ଭାରତୀୟ ତଟରକ୍ଷୀ ବାହିନୀ ଜବତ କଲା ୧୦୦ କିଲୋଗ୍ରାମ ହେରୋଇନ୍, ପାକିସ୍ତାନରୁ ଆସୁଥିଲା ଶ୍ରୀଲଙ୍କା

ସ୍ପୁଟନିକ-ଭି ଟିକାର ମୂଲ୍ୟ ରହିବ ଏତିକି ଟଙ୍କା, ରୁଷ ନାଗରିକଙ୍କୁ ମାଗଣା ଡୋଜ୍

ରାଜ୍ୟରେ କରୋନା ନେଲା ୧୬ ମୁଣ୍ଡ, ମୃତକଙ୍କ ସଂଖ୍ୟା ୧୬୮୭କୁ ବୃଦ୍ଧି

ଭୟଙ୍କର ରୂପ ନେଲା ବାତ୍ୟା ‘ନିବାର’: ଚେନ୍ନାଇରେ ପ୍ରବଳ ବର୍ଷା ପରେ ରାସ୍ତାଘାଟ ଜଳମଗ୍ନ, ରିଲିଫ୍ ଓ ଉଦ୍ଧାର କାର୍ଯ୍ୟ ଆରମ୍ଭ

ସୀମାରେ ଅଧିକ ଯୁଦ୍ଧ ବିମାନ ମୁତୟନ କରିବ ଚୀନ୍‌

କରୋନା: ସକ୍ରିୟ ମାମଲାରେ ୭ମ ସ୍ଥାନରେ ଭାରତ, ସୁସ୍ଥ ହେଲେଣି ୯୩.୭୪% ରୋଗୀ