ଜହ୍ନରେ ହେବ ୧୭୪ କୋଟି ଟଙ୍କାର ଟୟଲେଟ୍, ଖର୍ଚ୍ଚ କରିବ ନାସା

ନୂଆଦିଲ୍ଲୀ ୩୦/୧୧: ନାସା ମହାକାଶରେ ଏକ ଟୟଲେଟ୍ ପ୍ରସ୍ତୁତ କରିବା ପାଇଁ ୧୪ ମିଲିୟନ୍ ପାଉଣ୍ଡ ଅର୍ଥାତ୍ ୧,୮୬,୪୮,୦୦୦ ଡଲାର ଖର୍ଚ୍ଚ କରୁଛି । ନୂଆ ଡିଜାଇନର ଟୟଲେଟକୁ ଜହ୍ନକୁ ପଠାଇବା ପୂର୍ବରୁ ଏହାକୁ ଅନ୍ତର୍ଜାତୀୟ ମହାକାଶ ଷ୍ଟେସନରେ ପରୀକ୍ଷଣ କରାଯାଉଛି । ଏହି ନୂଆ ଡିଜାଇନକୁ ଟାଇଟେନିୟମ୍ ଡିଜାଇନ୍ କୁହାଯାଉଛି ଏବଂ ଏହାକୁ ଖାସ୍ କରି ମହିଳାଙ୍କ ପାଇଁ ପ୍ରସ୍ତୁତ କରାଯାଇଛି ।

ନାସା ଦ୍ୱାରା ପ୍ରସ୍ତୁତ କରାଯାଉଥିବା ଏକ ମହାକାଶ ଶୌଚାଳୟକୁ ପ୍ରାୟ ୧୯ ମିଲିୟନ୍ ଡଲାର ଖର୍ଚ୍ଚ କରି ପ୍ରସ୍ତୁତ କରାଯାଇଛି । ଚଳିତ ବର୍ଷ ଏକ ନୂଆ ଟୟଲେଟ୍ ଡିଜାଇନ୍ କରାଯାଇଛି ଯାହାର ଦାମ୍ ୨୩ ମିଲିୟନ୍ ଡଲାର ଅର୍ଥାତ୍ ପ୍ରାୟ ୧୭୪ କୋଟି ଟଙ୍କା । ଏହି ଟୟଲେଟକୁ ଜହ୍ନକୁ ପଠାଯିବ ।

ସାଧାରଣ ଟୟଲେଟ୍ ଭଳି ନୁହେଁ
ଉପରେ ଦିଆଯାଇଥିବା ଏତେ ସବୁ ସୂଚନା ପାଇବା ପରେ ଆପଣଙ୍କ ମନରେ ନିଶ୍ଚୟ ପ୍ରଶ୍ନ ଆସୁଥିବ ଯେ ଏହା ଏତେ ମହଙ୍ଗା କାହିଁକି ? ମହାକାଶ ଟୟଲେଟ୍ କୌଣସି ସାଧାରଣ ଟୟଲେଟ୍ ଭଳି ନୁହେଁ । ଏହା ସୁପର ସ୍ପେଶାଲ ଭାକ୍ୟୁମ କ୍ଲିନର ଭଳି ହୋଇଥାଏ ।

ଦାମୀ ଟେକ୍ନୋଲୋଜିର ବ୍ୟବହାର
ଏହି ଟୟଲେଟରେ ବହୁତ ମହଙ୍ଗା ଟେକନିକ୍ ପ୍ରୟୋଗ କରାଯାଇଛି । ଏଥିରେ ବିଶେଷ ଉପାୟରେ ପାଇପ୍ ଓ ଭାକ୍ୟୁମର ପ୍ରୟୋଗ ହୋଇଥାଏ । ଏଥିରେ ପ୍ରୟୋଗ ହେଉଥିବା ପାଣିକୁ ରିସାଇକଲ କରାଯାଏ ଏବଂ ୱେଷ୍ଟକୁ ଷ୍ଟୋର କରାଯାଏ ।