PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ବାତ୍ୟା ପ୍ରଭାବିତ ୧୧ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା
  • ||
  • ଭୁବନେଶ୍ଵର : ବାତ୍ୟା ପ୍ରଭାବିତ ୧୧ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା
  • ||
  • ଭୁବନେଶ୍ଵର : ମଧ୍ୟରାତ୍ରୀ ସୁଦ୍ଧା ଲ୍ୟାଣ୍ଡଫଲ୍ କରିବ ବାତ୍ୟା ଗୁଲାବ, ଗଞ୍ଜାମ ଓ ଗଜପତିରେ ପଡିବ ବେଶି ପ୍ରଭାବ
  • ||
  • ମାଲକାନଗିରି : ବାତ୍ୟା ମୁକାବିଲା ପାଇଁ ସଜାଗ ମାଲକାନଗିରି ଜିଲ୍ଲା ପ୍ରଶାସନ, ୬ଟି ଓଡ୍ରାଫ୍ ଓ ଗୋଟିଏ ଏନଡିଆରଏଫ୍ ଟିମ୍ ନିୟୋଜିତ
  • ||
  • କଟକ : ମହାନଦୀ ପୋଲ ଉପରୁ ପାଣିକୁ ଡେଇଁଲେ ବିଜେବି କଲେଜ କେମେଷ୍ଟ୍ରି ଲାବୋରେଟୋରୀ ଆସିଷ୍ଟାଣ୍ଟ
  • ||
  • ସୋରୋ : ବ୍ୟବସାୟୀଙ୍କୁ ମରଣାନ୍ତକ ଆକ୍ରମଣ, ୨୦ ହଜାର ଟଙ୍କା ଓ ସୁନା ଚେନ୍ ଲୁଟିନେଲେ ଦୁର୍ବୃତ୍ତ
  • ||
  • କଟକ: କଟକ ଯୋବ୍ରା ନିକଟରୁ ଠାବ ହେଲା ନିଖୋଜ ହାତୀର ମୃତଦେହ, ଶୁକ୍ରବାର ରାତିରେ ମହନଦୀରେ ଭାସଯାଇଥିଲା
  • ||
  • ଭୁବନେଶ୍ୱର: ରାଜ୍ୟରେ ଖସୁଛି ସଂକ୍ରମଣ, ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ୫୮୫ ଜଣ ପଜିଟିଭ୍
  • ||
  • ଭୁବନେଶ୍ୱର: ରାଜ୍ୟରେ ଆଉ ୫ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୭୫କୁ ବୃଦ୍ଧି
  • ||
  • ଅନୁଗୁଳ: କୋଡିଏମାଇଲ ଛକରେ ଥିବା ୨ଟି ଦୋକାନରୁ ଚୋରି କରୁଥିବା ବେଳେ ଧରାପଡିଗଲେ ୩ ଯୁବକ, ଖୁଣ୍ଟରେ ବାନ୍ଧି ଉତ୍ତମ ମଧ୍ୟମ ଦେଲେ ସ୍ଥାନୀୟଲୋକ
  • ||
  • ଭୁବନେଶ୍ୱର: ମାଡ଼ି ଆସୁଛି ବାତ୍ୟା ଗୁଲାବ୍, ମଧ୍ୟ ରାତ୍ରରେ ହେବ ଲ୍ୟାଣ୍ଡଫଲ୍
  • ||
  • ଆଇପିଏଲ୍- ୨୦୨୧: ଆଜି ରୋହିତ ଓ ବିରାଟଙ୍କ ମଧ୍ୟରେ କଡ଼ା ମୁକାବିଲା, ବିଜୟ ଲକ୍ଷ୍ୟରେ ଉଭୟ ଦଳ
  • ||
  • ଭୁବନେଶ୍ୱର: ‘ରମାଦେବୀ’ରେ ପିଏଚ୍‌ଡି ନାମଲେଖା ପାଇଁ ପ୍ରକାଶ ପାଇଲା ମେରିଟ ଲିଷ୍ଟ୍, ୧୧ଟି ବିଭାଗରେ ମୋଟ୍ ୬୦ ଛାତ୍ରୀଙ୍କୁ ଚୟନ..
  • ||
  • ପଞ୍ଜାବ: ଆଜି ପଞ୍ଜାବ କ୍ୟାବିନେଟ ସମ୍ପ୍ରସାରଣ ,ଶପଥ ନେବେ ମନ୍ତ୍ରୀ, ଚନ୍ନୀଙ୍କ ଟିମ୍‌ରେ ସାମିଲ ହେବେ ୭ ନୂଆ ଚେହେରା
  • ||

ଟୋକିଓ ଟକ୍କର: ସିନ୍ଧୁ, ସାନିଆ ଓ ମେରୀ କମ୍‌ ଆରମ୍ଭ କରିବେ ଅଭିଯାନ, ସୁଟିଂରେ ୨ଟି ପଦକ ଇଭେଣ୍ଟ

ଟୋକିଓ ୨୫/୦୭: ଆଜି ଭାରତୀୟ ପ୍ରତିଯୋଗୀଙ୍କ ପାଇଁ କିଛି ପଦକ ଇଭେଣ୍ଟ ରହିଛି । ସୁଟିଂରେ ୨ଟି ପଦକ ଇଭେଣ୍ଟ ରହିଛି । ମୋଟ୍‌ ଉପରେ ଦେଖିବାକୁ ଗଲେ ରବିବାର ଭାରତର କିଛି ପ୍ରସିଦ୍ଧ ମହିଳା ଖେଳାଳି ଅଭିଯାନ ଆରମ୍ଭ କରିବେ । ରିଓ ଅଲିମ୍ପିକ୍ସରେ ରୌପ୍ୟ ପଦକ ଜିତିଥିବା ବ୍ୟାଡମିଣ୍ଟନ ଖେଳାଳି ପିଭି ସିନ୍ଧୁ, ୬ଥର ବିଶ୍ୱ ବକ୍ସିଂ ଚାମ୍ପିଅନ୍‌ ହୋଇସାରିଥିବା ଏମ୍‌ସି ମେରୀକମ, ଟେନିସ୍‌ ଖେଳାଳି ସାନିଆ ମିର୍ଜା ଓ ଅଙ୍କିତା ରାଇନାଙ୍କ ସମେତ ସନ୍ତରଣ ବିସ୍ମୟ ମାନ୍ନା ପଟେଲ, ଚର୍ଚ୍ଚିତ ସୁଟର ମନୁ ଭାକର ପ୍ରମୁଖ ମଇଦାନକୁ ଓହ୍ଲାଇବେ ।

ମହିଳା ୧୦ ମିଟର ଏୟାର ପିସ୍ତଲ ଇଭେଣ୍ଟରେ ମନୁ ଓ ଯଶସ୍ୱିନୀ ସିଂହ ଦେଶୱାଲ ପ୍ରତିଦ୍ୱନ୍ଦ୍ୱିତା କରିବେ । ଏହି ଇଭେଣ୍ଟରେ ମନୁଙ୍କୁ ପଦକ ଦାବିଦାର ରୂପେ ବିବେଚନା କରାଯାଉଛି । ରବିବାର ସବୁ ଭାରତୀୟଙ୍କ ନଜର ତାଙ୍କ ଉପରେ ରହିବ । ପୁରୁଷ ବର୍ଗ ୧୦ମିଟର ଏୟାର ରାଇଫଲ ଇଭେଣ୍ଟରେ ଦୀପକ କୁମାର ଓ ଦିବ୍ୟାଂଶ ସିଂହ ପୱଁର ସୁଟିଂ ରେଞ୍ଜକୁ ଓହ୍ଲାଇବେ । ପୁରୁଷ ବର୍ଗ ସ୍କିଟ୍‌ ଇଭେଣ୍ଟରେ ମୈରାଜ ଅହମ୍ମଦ ଖାନ ଓ ଅଙ୍ଗଦ ବୀର ସିଂହ ମଧ୍ୟ ପ୍ରତିଦ୍ୱନ୍ଦ୍ୱିତା କରିବେ।

ଭାରତର ଏକମାତ୍ର ଜିମ୍ନାଷ୍ଟ ପ୍ରଣତି ନାୟକ ରବିବାର ଆର୍ଟିଷ୍ଟିକ୍‌ ଜିମ୍ନାଷ୍ଟିକ୍‌ର ଯୋଗ୍ୟତା ପର୍ଯ୍ୟାୟ ଖେଳିବା ପାଇଁ ମ୍ୟାଟ୍‌କୁ ଓହ୍ଲାଇବେ । ସେହିପରି ସେଲିଂ ଇଭେଣ୍ଟର ଯୋଗ୍ୟତା ରାଉଣ୍ଡ୍‌ରେ ବିଷ୍ଣ ସର୍ବାନନ ଓ ନେତ୍ରା କୁମାନନଙ୍କୁ ଦେଖିବାକୁ ମିଳିବ ।

ବ୍ୟାଡମିଣ୍ଟନର ମହିଳା ସିଙ୍ଗଲ୍ସରେ ପିଭି ସିନ୍ଧୁଙ୍କ ଅଭିଯାନ ଆରମ୍ଭ ହେବ । ପ୍ରଥମ ରାଉଣ୍ଡ୍‌ରେ ସେ ଜେନିଆ ପୋଲିକାର୍ପୋଭାଙ୍କୁ ଭେଟିବେ । ରିଓ ଅଲିମ୍ପିକ୍ସରେ ସେ କାରୋଲିନା ମାରିନଙ୍କ ଠାରୁ ପରାଜିତ ହୋଇ ରୌପ୍ୟ ପଦକରେ ସନ୍ତୁଷ୍ଟ ହୋଇଥିଲେ । ଏଥର ମାରିନ୍‌ ଆହତ ଅଛନ୍ତି । ସିନ୍ଧୁ ଭାରତ ପାଇଁ ସ୍ୱର୍ଣ୍ଣ ପଦକ ଜିତିବା ଆଶା କରାଯାଉଛି । ରବିବାର ୨ଜଣ ବକ୍ସର ରିଙ୍ଗ୍‌କୁ ଓହ୍ଲାଇବେ । ୨୦୧୨ ଲଣ୍ଡନ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ଜିତିଥିବା ଏମ୍‌ସି ମେରୀକମ ଫ୍ଲାଇୱେଟ୍‌ ବର୍ଗର ପ୍ରଥମ ରାଉଣ୍ଡ୍‌ରେ ଡୋମିନିକାନ୍‌ ରିପବ୍ଲିକ୍‌ର ମିଗ୍ୱେଲା ଗାର୍ସିଆ ହର୍ଣ୍ଣାଣ୍ଡେଜଙ୍କୁ ଭେଟିବେ ।

ସେହିପରି ପୁରୁଷ ଲାଇଟ୍‌ ୱେଟ୍‌ ବର୍ଗରେ ମନୀଷ କୌଶିକ୍‌ ବ୍ରିଟେନ୍‌ର ଲ୍ୟୁକ୍‌ ମ୍ୟାକକୋର୍ମାକଙ୍କୁ ଭେଟିବେ । ଶନିବାର ପ୍ରଥମ ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡକୁ ୩-୨ ଗୋଲ୍‌ରେ ହରାଇଥିବା ପୁରୁଷ ହକି ଦଳ ରବିବାର ଦ୍ୱିତୀୟ ଲିଗ୍‌ ମ୍ୟାଚ୍‌ରେ ଶକ୍ତିଶାଳୀ ଅଷ୍ଟ୍ରେଲିଆକୁ ଭେଟିବ । ଏଥର ପଦକ ଜିତିବାର ଲକ୍ଷ୍ୟ ରଖିଥିବା ଭାରତୀୟ ଦଳ ଶ୍ରେଷ୍ଠ ପ୍ରଦର୍ଶନ ଦୋହରାଇବାକୁ ପ୍ରୟାସ କରିବ । ଅପରାହ୍ଣରେ ଭାରତର ୨ ସ୍ୱିମର ମାନ୍ନା ପଟେଲ ଓ ଶ୍ରୀହରି ନଟରାଜଙ୍କୁ ପୁଲ୍‌ରେ ଦେଖିବାକୁ ମିଳିବ ।

ପ୍ରଥମ ଥର ପାଇଁ ସନ୍ତରଣରେ ଭାରତୀୟ ପ୍ରତିଯୋଗୀ ଅଲିମ୍ପିକ୍‌କୁ ଯୋଗ୍ୟତା ଅର୍ଜନ କରିଛନ୍ତି । ମାନ୍ନା ଓ ନଟରାଜ ୧୦୦ ମିଟର ବ୍ୟାକ୍‌ ଷ୍ଟ୍ରୋକ୍‌ ଇଭେଣ୍ଟରେ ଅଂଶ ଗ୍ରହଣ କରିବେ । ରବିବାର ଉଭୟ ଇଭେଣ୍ଟର ହିଟ୍‌ ରାଉଣ୍ଡ ଅନୁଷ୍ଠିତ ହେବ । ଟେବୁଲ୍‌ ଟେନିସର ମହିଳା ବର୍ଗ ଦ୍ୱିତୀୟ ରାଉଣ୍ଡ୍‌ରେ ମନିକା ବାତ୍ରା ୟୁକ୍ରେନ୍‌ ପେସୋସ୍କା ମାର୍ଗାରିଟାଙ୍କୁ ଭେଟିବେ । ସେହିପରି ପୁରୁଷ ସିଙ୍ଗଲ୍ସ ଦ୍ୱିତୀୟ ରାଉଣ୍ଡରେ ସାଥିୟାଁ ଗଣେସନ ହଂକଙ୍ଗ୍‌ର ଲାମ ସିୟୁ ହାଙ୍ଗଙ୍କୁ ଭେଟିବେ । ମହିଳା ଟେନିସ୍‌ ଡବଲ୍ସରେ ଭାରତୀୟ ଯୋଡି ସାନିଆ ମିର୍ଜା ଓ ଅଙ୍କିତା ରାଇନା କିଚେନକ୍‌ ଭଗିନୀ ଲୁଡମିଲା ଓ ନାଦିଲା ଯୋଡିଙ୍କୁ ଭେଟିବେ ।

ସମ୍ବନ୍ଧିତ ଖବର