PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୩୫କୁ ବୃଦ୍ଧି
  • ||
  • ଗଞ୍ଜାମ: କୋଦଳା ଖଦାଳ ସାହିରେ ଗୋଷ୍ଠୀ ସଂଘର୍ଷ, ଜଣେ ମୃତ
  • ||
  • ଭୁବନେଶ୍ୱର: ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ଆଉ ୬୬୩ ଜଣ ପଜିଟିଭ୍ ଚିହ୍ନଟ
  • ||
  • ଭୁବନେଶ୍ୱର: ୨୦ରୁ ଯୁକ୍ତ ୩ ଦ୍ୱିତୀୟ ବର୍ଷ କ୍ଲାସ୍‌ ରୁମ୍‌ ପଢ଼ା, ଆଜିଠୁ ଖୋଲିବ ହଷ୍ଟେଲ
  • ||
  • ଭୁବନେଶ୍ୱର: BBI ଓ OOPRE ବାରକୁ ସିଲ୍ କଲା ବିଏମ୍‌ସି, ମ୍ୟାନେଜରଙ୍କ ସହ ୪ ଜଣ ଅଟକ
  • ||
  • ଭୁବନେଶ୍ୱର: ରାଷ୍ଟ୍ରୀୟ ମର୍ଯ୍ୟାଦା ସହକାରେ ହେବ ମନୋରମା ମହାପାତ୍ରଙ୍କ ଶେଷକୃତ୍ୟ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଲେ ଘୋଷଣା
  • ||

Tokyo Olympics : ପଦକ ଆଶା ବଢାଇଲେ ପି.ଭି ସିନ୍ଧୁ, ଇସ୍ରାଏଲ୍ ବିପକ୍ଷ ପ୍ରଥମ ମ୍ୟାଚ୍‌ରେ ବିଜୟୀ

ଟୋକିଓ, ୨୫/୦୭ : ଟୋକିଓ ଅଲିମ୍ପିକ୍ସରେ ପଦକ ଆଶା ବଢାଇଲେ ଭାରତୀୟ ବ୍ୟାଡମିଣ୍ଟନ ଖେଳାଳି ପିଭି ସିନ୍ଧୁ । ଆଜି ଖେଳା ଯାଇଥିବା ଏକ ଗ୍ରୁପ୍ ସ୍ତରୀୟ ମ୍ୟାଚ୍‌ରେ ପି.ଭି ସିନ୍ଧୁ ଇସ୍ରାଏଲ୍‌ର ସେନିଆ ପୋଲିକାର୍ପୋଭାଙ୍କୁ ପରାସ୍ତ କରିଛନ୍ତି। ସେ ୨୧-୭, ୨୧-୧୦ ସେଟ୍‌ରେ ଗ୍ରୁପ୍-ଜେ ମ୍ୟାଚରେ ପରାସ୍ତ କରିଛନ୍ତି। ମାତ୍ର ୨୯ ମିନିଟ୍‌ରେ ପୋଲିକାର୍ପୋଭାଙ୍କୁ ପରାସ୍ତ କରିଛନ୍ତି ପି.ଭି ସିନ୍ଧୁ।

ଜୁଲାଇ ୨୭ରେ ପୋଲିକାର୍ପୋଭା ଓ ଚଙ୍ଗ ନେଙ୍ଗ ୟିଙ୍କ ମଧ୍ୟରେ ମ୍ୟାଚ୍ ହେବ। ଏହାପରେ ଜୁଲାଇ ୨୮ରେ ପରବର୍ତ୍ତୀ ମ୍ୟାଚ୍‌ରେ ଚଙ୍ଗ ନେଙ୍ଗ ୟିଙ୍କ ସହିତ ସିନ୍ଧୁ ଖେଳିବେ। ସିନ୍ଧୁ ‘ଜେ’ ଗ୍ରୁପ୍ରେ ଥିବା ବେଳେ ଏହି ଗ୍ରୁପ୍‌ରେ ସିନ୍ଧୁ ବିଜୟୀ ହୋଇ ନକ୍ଆଉଟ୍ ରାଉଣ୍ଡକୁ ଯିବେ ବୋଲି ଆଶା କରାଯାଉଛି। ରିଓ ଅଲିମ୍ପିକ୍ସରେ ରୌପ୍ୟ ପଦକ ଜିତିଥିଲେ ସିନ୍ଧୁ।