PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୩୫କୁ ବୃଦ୍ଧି
  • ||
  • ଗଞ୍ଜାମ: କୋଦଳା ଖଦାଳ ସାହିରେ ଗୋଷ୍ଠୀ ସଂଘର୍ଷ, ଜଣେ ମୃତ
  • ||
  • ଭୁବନେଶ୍ୱର: ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ଆଉ ୬୬୩ ଜଣ ପଜିଟିଭ୍ ଚିହ୍ନଟ
  • ||
  • ଭୁବନେଶ୍ୱର: ୨୦ରୁ ଯୁକ୍ତ ୩ ଦ୍ୱିତୀୟ ବର୍ଷ କ୍ଲାସ୍‌ ରୁମ୍‌ ପଢ଼ା, ଆଜିଠୁ ଖୋଲିବ ହଷ୍ଟେଲ
  • ||
  • ଭୁବନେଶ୍ୱର: BBI ଓ OOPRE ବାରକୁ ସିଲ୍ କଲା ବିଏମ୍‌ସି, ମ୍ୟାନେଜରଙ୍କ ସହ ୪ ଜଣ ଅଟକ
  • ||
  • ଭୁବନେଶ୍ୱର: ରାଷ୍ଟ୍ରୀୟ ମର୍ଯ୍ୟାଦା ସହକାରେ ହେବ ମନୋରମା ମହାପାତ୍ରଙ୍କ ଶେଷକୃତ୍ୟ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଲେ ଘୋଷଣା
  • ||

Tokyo Olympics : ମହିଳା ୧୦ ମିଟର ଏୟାର ପିସ୍ତଲରେ ଭାରତ ନିରାଶ, ସୁଟିଂରେ ହାରିଲେ ମନୁ ଓ ୟାଶ୍ଵିନୀ

ଟୋକିଓ, ୨୫/୦୭ : ଶୁକ୍ରବାର ଠାରୁ ଆରମ୍ଭ ହୋଇଯାଇଛି ବିଶ୍ଵ କ୍ରୀଡ଼ା ମହାକୁମ୍ଭ ‘ଅଲିମ୍ପିକ୍ସ’। ଟୋକିଓ ଅଲମ୍ପିକ୍ସର ତୃତୀୟ ଦିନରେ ଆଜି ମହିଳା ୧୦ ମିଟର ଏୟାର ପିସ୍ତଲରେ ଭାରତ ନିରାଶ। ସୁଟିଂରେ ଯୋଗ୍ୟତା ପର୍ଯ୍ୟାୟରେ ହାରିଲେ ମନୁ ଭାକର ଓ ୟାଶ୍ଵିନୀ ସିଂ ଦେଶୱାଲ। ମନୁ ଭାକର ୫୭୫/୬୦୦ ଅଙ୍କରେ ଦ୍ଵାଦଶ ସ୍ଥାନରେ ଥିଲେ। ଫାଇନାଲ୍‌ରେ ପହଞ୍ଚିବା ପାଇଁ ତାଙ୍କୁ ଅଷ୍ଟମ ସ୍ଥାନରେ ଆସିବାର ଥିଲା। ଯଦିଓ ଦୁହେଁ ଆରମ୍ଭରେ ଭଲ ପ୍ରଦର୍ଶନ କରିଥିଲେ କିନ୍ତୁ ଏହାକୁ ଆଗକୁ ବଢିପାରିନଥିଲେ ।

ମହିଳା ୧୦ ମିଟର ଏୟାର ପିସ୍ତଲ ମ୍ୟାଚ୍ ଆରମ୍ଭରେ ମନୁ ଭାକର ଜବରଦସ୍ତ ପ୍ରଦର୍ଶନ କରି ତୃତୀୟ ସ୍ଥାନରେ ରହିଥିଲେ। ଅନ୍ୟପକ୍ଷରେ ୟାଶ୍ଵିନୀ ଦେଶୱାଲ ମନ୍ଥର ଆରମ୍ଭ କରି ୨୭ତମ ସ୍ଥାନରେ ରହିଥିଲେ। ତେବେ ଏହାପରେ ଭାରତୀୟ ସୁଟରମାନେ ମ୍ୟାଚ୍‌ରେ ପଛରେ ରହିଗଲେ ଏବଂ ସେ ତାଙ୍କ ଉଦଘାଟନୀ ପ୍ରଦର୍ଶନ ବଜାୟ ରଖିପାରିଲେ ନାହିଁ।