PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୩୫କୁ ବୃଦ୍ଧି
  • ||
  • ଗଞ୍ଜାମ: କୋଦଳା ଖଦାଳ ସାହିରେ ଗୋଷ୍ଠୀ ସଂଘର୍ଷ, ଜଣେ ମୃତ
  • ||
  • ଭୁବନେଶ୍ୱର: ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ଆଉ ୬୬୩ ଜଣ ପଜିଟିଭ୍ ଚିହ୍ନଟ
  • ||
  • ଭୁବନେଶ୍ୱର: ୨୦ରୁ ଯୁକ୍ତ ୩ ଦ୍ୱିତୀୟ ବର୍ଷ କ୍ଲାସ୍‌ ରୁମ୍‌ ପଢ଼ା, ଆଜିଠୁ ଖୋଲିବ ହଷ୍ଟେଲ
  • ||
  • ଭୁବନେଶ୍ୱର: BBI ଓ OOPRE ବାରକୁ ସିଲ୍ କଲା ବିଏମ୍‌ସି, ମ୍ୟାନେଜରଙ୍କ ସହ ୪ ଜଣ ଅଟକ
  • ||
  • ଭୁବନେଶ୍ୱର: ରାଷ୍ଟ୍ରୀୟ ମର୍ଯ୍ୟାଦା ସହକାରେ ହେବ ମନୋରମା ମହାପାତ୍ରଙ୍କ ଶେଷକୃତ୍ୟ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଲେ ଘୋଷଣା
  • ||

Tokyo Olympics: ୭ଟି ଷ୍ଟିଚ୍ ପରେ ବି ଘାଇଲା ବାଘ ପରି ସତୀଶ ଲଢିଲେ ବକ୍ସିଂ,ପରାଜୟ ସହ ଭାଙ୍ଗିଲା ପଦକ ପାଇବା ଆଶା

ନୂଆଦିଲ୍ଲୀ,୧।୮: ଟୋକିଓ ଅଲିମ୍ପିକର ବକ୍ସିଂରେ ଭାରତକୁ ଯୋରଦାର ଝଟକା। ବକ୍ସର ସତୀଶ କୁମାର ୯୧ କିଲୋବର୍ଗରେ ଉଜବେକିସ୍ତାନର ବଖୋଦିର ଜାଲୋଲୋଭାଙ୍କଠାରୁ ହାରି ଯାଇଛନ୍ତି।  ଜାଲୋଲୋଭ ତାଙ୍କୁ ୫-୦ ରେ ପରାସ୍ତ କରିଛନ୍ତି। ଏହି ପରାଜୟ ସହିତ ସତୀଶଙ୍କ ଟୋକିଓ ଅଲିମ୍ପିକ ପଦକ ଜିତିବାର ସ୍ବପ୍ନ ଭାଙ୍ଗିଯାଇଛି। ପ୍ରି-କ୍ବାର୍ଟର ଫାଇନାଲରେ ଆଘାତ ଲାଗିଥିବା କାରଣରୁ ୭ଟି ଷ୍ଟିଚ୍ ପକାଇବାକୁ ପଡିଥିଲା। ତଥାପି ଦୃଢ ମନୋବଳ ନେଇ ବକ୍ସିଂ ପାଇଁ ରିଙ୍ଗକୁ ଓହ୍ଲାଇଥିଲେ ସତୀଶ। ଏହି ସମୟରେ ଓ୍ବାର୍ଲ୍ଡ ଚମ୍ପିବନ୍ ଜାଲୋଲୋଭାଙ୍କ ସହ କଡା ଟକ୍କର ହୋଇଥିଲା। ମ୍ୟାଚ୍ ସମୟରେ ସେ ଆଉଥରେ ମଧ୍ୟ ଆହତ ହୋଇଥିଲେ। ସବୁ ପ୍ରକାର ଚେଷ୍ଟା ରି ମଧ୍ୟ ର୍ଦୁଭାଗ୍ୟକୁ ସେ ଏହି ମୁକାବିଲା ଜିତିପାରିନଥିଲେ।

ପ୍ରଥମ ରାଉଣ୍ଡରେ ସତୀଶଙ୍କୁ ୯ ପଏଣ୍ଟ ମିଳିଥିବା ବେଳେ ପ୍ରତିପକ୍ଷ ବଖୋଦିରଙ୍କୁ ୧୦ ପଏଣ୍ଟ ମିଳିଥିଲା । ସତୀଶଙ୍କ ଆକ୍ରମଣାତ୍ମକ ପ୍ରଦର୍ଶନ ଦେଖିବାକୁ ମିଳିଥିଲା । ସେହିପରି ଦ୍ୱିତୀୟ ରାଉଣ୍ଡରେ ମଧ୍ୟ ସତୀଶଙ୍କୁ ୯ ପଏଣ୍ଟ ସହ ବଖୋଦିରଙ୍କୁ ୧୦ ପଏଣ୍ଟ ମିଳିଥିଲା । ଉଲ୍ଲେଖନୀୟ ଯେ, ଶନିବାର ସନ୍ଧ୍ୟା ପର୍ଯ୍ୟନ୍ତ ସତୀଶ ଖେଳିବେ କି ନାହିଁ ତାକୁ ନେଇ ସନ୍ଦେହ ରହିଥିଲା। ଜାମାଇକାର ବକ୍ସର ରିକାର୍ଡୋ ବ୍ରାଉନଙ୍କ ବିପକ୍ଷରେ ଲଢ଼ିବା ସମୟରେ ସତୀଶଙ୍କର ଡାହାଣ ଆଖି ସହ ମୁହଁ ରେ ଗଭୀର ଆଘାତ ଲାଗିଥିଲା । ପରେ ମେଡିକାଲା କ୍ଲିୟରାନ୍ସ ମିଳିବା ପରେ ସତୀଶ ରିଙ୍ଗକୁ ଓହ୍ଲାଇଥିଲେ । ହେଲେ ସବୁ ପ୍ରକାର ଚେଷ୍ଟା ପରେ ବି ଆଜିର ମୁକାବିଲାରେ ତାଙ୍କୁ ନିରାଶ ହେବାକୁ ପଡିଛି।